ପ୍ରମୂଖ ଖବର
  • କଟକ : ମହାନଦୀରେ ଗାଧୋଇବା ବେଳେ ବୁଡ଼ିଗଲେ ୩ ଜଣ: ଜଣେ ଉଦ୍ଧାର, ସର୍ଚ୍ଚ ଅପରେସନ୍‌ ଜାରି
  • ||
  • ଭଦ୍ରକ : ପୋଖରୀରେ ଗାଧୋଇବା ବେଳେ ଅଘଟଣ, ଗଭୀର ପାଣିରେ ବୁଡ଼ି ଚାଲିଗଲା ଦୁଇ ଭଉଣୀଙ୍କ ଜୀବନ
  • ||
  • କଟକରେ ନକଲି ବିଦେଶୀ ମଦ କାରଖାନାରେ ଚଢାଉ: ବିପୁଳ ପରିମାଣର ସାମଗ୍ରୀ ଜବତ, ଜଣେ ଅଟକ
  • ||
  • ଭଦ୍ରକ ମେଡିକାଲରେ ଅଘଟଣ, ଲିଫ୍ଟରେ ଚାପି ହୋଇ ଚାଲିଗଲା ରୋଗୀଙ୍କ ଜୀବନ
  • ||
  • ବାଲେଶ୍ୱର : ପ୍ରଶାନ୍ତଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଘୋଷଣା, ପତ୍ନୀଙ୍କୁ ସରକାରୀ ଚାକିରି
  • ||
  • IPL 2025: ଆଜି ବେଙ୍ଗାଲୁରୁକୁ ଭେଟିବ ରାଜସ୍ଥାନ, ଘରୋଇ ଗ୍ରାଉଣ୍ଡରେ ଆରସିବିର ପ୍ରଥମ ବିଜୟ ଲକ୍ଷ୍ୟ
  • ||
  • ଢେଙ୍କାନାଳ : କୁଖ୍ୟାତ ଅପରାଧୀ ହୁଣ୍ଡକୁ ଏନକାଉଣ୍ଟର୍‌, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ଗୁରୁବାର ଜାତୀୟ ପଞ୍ଚାୟତିରାଜ ଦିବସ: ସବୁ ପଞ୍ଚାୟତରେ ହେବ ସ୍ୱତନ୍ତ୍ର ଗ୍ରାମସଭା, ଆଭାସୀ ମାଧ୍ୟମରେ ଯୋଗଦେବେ ପ୍ରଧାନମନ୍ତ୍ରୀ
  • ||
  • ଗୁରୁବାର ଭୀଷଣ ଗ୍ରୀଷ୍ମ ପ୍ରକୋପ, ୨୬ ଯାଏ ଆକାଶରୁ ଅଗ୍ନିବର୍ଷା: ଉପକୂଳରେ ଅସହ୍ୟ ହେବ ତାତି, ଗୁଳୁଗୁଳି
  • ||

ବାଙ୍ଗିରିପୋଷି ଦ୍ୱାରଶୁଣି ଘାଟି ରାସ୍ତା ହେବ ୪ ଲେନ୍, ଗୁରୁବାର ଘୋଷଣା କରିବେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ

Published By : Harapriya Sethi | April 17, 2025 9:43 AM

ବାଙ୍ଗିରିପୋଷି,୧୭/୦୪: କେନ୍ଦ୍ର ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡ଼କରୀ ଗୁରୁବାର ଓଡ଼ିଶା ଗସ୍ତରେ ଆସୁଛନ୍ତି । ରାଜ୍ୟର ପରିବହନ ବ୍ୟବସ୍ଥାକୁ ସୁଗମ ପାଇଁ ନୂଆ ରାସ୍ତା ଓ ଭିତ୍ତିଭୂମି ପ୍ରକଳ୍ପ ପାଇଁ ଭୁବନେଶ୍ୱର ଠାରେ ହେବାକୁ ଥିବା ବିରାଟ ସଭାରୁ ସେ ୪ ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ଵ ମୋଟ ୧୫୪ କିମି ଦୀର୍ଘ ୧୯ ଟି ଜାତୀୟ ରାଜପଥ ପ୍ରକଳ୍ପ ଶୁଭାରମ୍ଭ ଓ ଘୋଷଣା କରିବେ। 

ତେବେ ଉକ୍ତ ଘୋଷଣାରେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ଅନ୍ତର୍ଗତ ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥର ବାଙ୍ଗିରିପୋଷି ଘାଟି(ଦ୍ୱାରଶୁଣି ଘାଟି)ର ଦୀର୍ଘ ୧୦ କିମି ରାସ୍ତା ମଧ୍ୟ ସାମିଲ ରହିଛି । ୪ ଲେନ୍ ବିଶିଷ୍ଟ ହେବାକୁ ଥିବା ଏହି ରାସ୍ତାର ପ୍ରାଥମିକ ବ୍ୟୟ ଅଟକଳ ମୂଲ୍ୟ ୧୩୫ କୋଟି ଟଙ୍କା ରହିଛି । ତେବେ ଦୀର୍ଘ ଦିନ ଧରି ଦାବି ହେଉଥିବା ଏହି ରାଜରାସ୍ତା ପ୍ରକଳ୍ପର ଶୁଭାରମ୍ଭକୁ ନେଇ ବାଙ୍ଗିରିପୋଷି ଅଞ୍ଚଳରେ ଖୁସିର ମହୋଲ ଛାଇ ଯାଇଛି । ନିକଟ ଅତୀତରେ ବାଙ୍ଗିରିପୋଷି ବିଧାୟିକା ସଞ୍ଜଲୀ ମୁର୍ମୁ ପ୍ରତ୍ୟକ୍ଷ ଭାବେ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ସାକ୍ଷାତ କରି ଘାଟି ରାସ୍ତାର ସମ୍ପ୍ରସାରଣ ନେଇ ଆଲୋଚନା କରିବା ସହ ଦାବିପତ୍ର ମଧ୍ୟ ଦେଇଥିଲେ। 

ଅନ୍ୟପକ୍ଷେ ଲୋକସଭା ସାଂସଦ ନବ ଚରଣ ମାଝୀ ଓ ରାଜ୍ୟସଭା ସାଂସଦ ମମତା ମହାନ୍ତ ମଧ୍ୟ ନିଜର ଦିଲ୍ଲୀ ଗସ୍ତ ସମୟରେ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଭେଟି ବାଙ୍ଗିରିପୋଷି ଘାଟି ରାସ୍ତାର ଉନ୍ନତିକରଣ ପାଇଁ ଦାବିପତ୍ର ପ୍ରଦାନ କରିଥିଲେ । ସେହିପରି ଭଞ୍ଜସେନା ପରି ବିଭିନ୍ନ ସଂଗଠନ ତରଫରୁ ମଧ୍ୟ ଘାଟି ରାସ୍ତାର ସମ୍ପ୍ରସାରଣ ପାଇଁ ଦାବି ହୋଇ ଆସୁଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.