ପ୍ରମୂଖ ଖବର
  • ଜଳେଶ୍ବର : ଘର ପାଖରେ ଖେଳୁଥିବା ବେଳେ ପାଣିରେ ବୁଡି ଦୁଇ ଭଉଣୀ ମୃତ
  • ||
  • ଭୁବନେଶ୍ୱର : ସିଲିଣ୍ଡର ତିଆରି କମ୍ପାନୀରେ ଅଗ୍ନିକାଣ୍ଡ, ନିଆଁ ଲିଭାଇବା ପାଇଁ ଅଗ୍ନିଶମ ବାହିନୀର ଉଦ୍ୟମ ଜାରି
  • ||
  • ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ତାରିଣୀ ମନ୍ଦିର ବିକାଶ ପାଇଁ ୨୧୫ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଡିପିଆର୍ ପ୍ରସ୍ତୁତ
  • ||
  • ଗଜପତି : ଠାକୁର ଦର୍ଶନ ବେଳେ ମହୁମାଛି ଆକ୍ରମଣ, ୨୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ଏପ୍ରିଲ ୧୬ରୁ ଯୁକ୍ତ ୩ ନାମଲେଖା ଆବେଦନ ଆରମ୍ଭ, ଜୁଲାଇ ୧୦ ସୁଦ୍ଧା ଆରମ୍ଭ ହେବ ପାଠ ପଢା
  • ||
  • ସୁନ୍ଦରଗଡ଼ : ମା' ହତ୍ୟାର ପ୍ରତିଶୋଧ, ଜେଲ୍‌ ଫେରନ୍ତା ବାପାକୁ ହତ୍ୟା କଲା ପୁଅ
  • ||
  • ଓଡ଼ିଆ ନବବର୍ଷର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • କୋରାପୁଟ : ବେପାରୀଙ୍କ ଗାଡ଼ିରେ ଲାଗିଲା ନିଆଁ, ଲକ୍ଷାଧିକ ଟଙ୍କାର ଲୁଗାପଟା ପୋଡ଼ି ପାଉଁଶ
  • ||
  • IPL 2025: ସୁପରକିଙ୍ଗ୍‌ସକୁ ଭେଟିବ ସୁପରଜାଏଣ୍ଟ୍‌ସ, ପରାଜୟରେ ବ୍ରେକ ଲାଗି ସବୁ ଶକ୍ତି ଖଟାଇବ ଧୋନୀ ସେନା
  • ||
  • ପିଏନ୍‌ବି ଘୋଟାଲ; ବେଲଜିୟମରୁ ବନ୍ଧା ହେଲା ପଳାତକ ମେହୁଲ ଚୋକସି
  • ||
  • ସୋମବାର ଦିନିକିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଘଟଗାଁ ବାସିନୀ ମା' ତାରିଣୀଙ୍କୁ କରିବେ ଦର୍ଶନ
  • ||
  • ଆସନ୍ତା ୬ ଦିନ ଯାଏ କାଳବୈଶାଖୀ ଆଶଙ୍କା, ଆଜି ୭ ଜିଲ୍ଲାରେ ଝଡ଼ ବର୍ଷା ନେଇ ଆଲର୍ଟ ଜାରି
  • ||

ହତ୍ୟାକରି ଶାଳ ଜଙ୍ଗଲରେ ଫିଙ୍ଗି ଦେଇଥିଲେ ମୃତଦେହ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

Published By : Harapriya Sethi | April 10, 2025 8:39 AM

ଭୁବନେଶ୍ୱର, ୨୦/୦୪: ହତ୍ୟା କରି ଜଣେ ବ୍ୟକ୍ତିକୁ ଜଙ୍ଗଲ ମଝିରେ ଫିଙ୍ଗିଦେବା ଘଟଣାରେ ହତ୍ୟାକାରୀକୁ ଗିରଫ କଲା ଯଶୀପୁର ପୋଲିସ । ବୁଧବାର ସକାଳେ ମୟୁରଭଞ୍ଜ ଜିଲ୍ଲା ଯଶିପୁର ଥାନା ଜାମଦା ଗାଁ ଜିଆଣୀ ସାହିର ଶାଳ ଜଙ୍ଗଲ ମଝିରେ ଧୋବାଡିହା ଗାଁର ମାଠାଇ ହୋଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଯାହାର ତଦନ୍ତ କରି ହତ୍ୟାକାରୀକୁ ଧରିବାରେ ସଫଳ ହୋଇଛି ପୋଲିସ । ପୂର୍ବ ଶତ୍ରୁତାକୁ ନେଇ ହତ୍ୟା କରିଥିବା ଅଭିଯୁକ୍ତ ସ୍ୱୀକାର କରିଛି ।ଆଜି ତାକୁ କୋର୍ଟ ଚାଲାଣ କରିବ ପୋଲିସ ।  

ସୂଚନା ମୁତାବକ, ମଙ୍ଗଳବାର ରାତିରେ ଜାମଦା ଗାଁ ଜିଆଣୀ ସାହିକୁ ମଦ ପିଇବା ପାଇଁ ଯାଇଥିଲେ ମାଠାଇ ହୋ । ବିଳମ୍ବିତ ରାତି ଯାଏଁ ସେ ଘରକୁ ଫେରିନଥିଲେ । ପରିବାର ଲୋକ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳିନଥିଲା । ଶେଷରେ ମାଠାଇଙ୍କ ଭଉଣୀ ବହୁ ଖୋଜାଖୋଜି କରିବା ପରେ ଜଙ୍ଗଲରେ ମୃତଦେହ ପଡିଥିବାର ଖବର ପାଇଥିଲେ । ଏହାପରେ ତୁରନ୍ତ ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଯଶୀପୁର ପୋଲିସ ଏବଂ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଥିଲା । ଏନେଇ ପରିବାର ପକ୍ଷରୁ ହତ୍ୟା ଅଭିଯୋଗ କରାଯାଇଥିଲା । ଏହା ପରେ ଘଟଣାର ତଦନ୍ତ ଆରମ୍ଭ କରିଥିଲା ପୋଲସି । ତଦନ୍ତ କରି ହତ୍ୟାକାରୀକୁ ଧରିବାରେ ସଫଳ ହୋଇଛି ପୋଲିସ । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଜିଆଣୀ ସାହିର ଲକ୍ଷ୍ମୀଧର ହୋ ମାଠାଇ ହୋକୁ ତଣ୍ଟି ଚିପି ଏକ ପଥରରେ ଛେଚି ହତ୍ୟା କରିଛି । ପୋଲିସ ଆଗରେ ନିଜ ଦୋଷ ସ୍ଵୀକାର କରିଛି ଅଭିଯୁକ୍ତ ଲକ୍ଷ୍ମୀଧର ହୋ । ଆଜି ତାକୁ କୋର୍ଟ ଚାଲାଣ କରିବ ପୋଲିସ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.