େ ଗ । ପ ବ ନ୍ଧୁ ନଗର,୩୦ା୩(ଆପ୍ର):ସାଇବର ଠକଙ୍କ ଜାଲରେ ଛନ୍ଦି ହୋଇ ପଡିଛନ୍ତି ଗୋପବନ୍ଧୁନଗର ବ୍ଲକର ୩୭ରୁ ଊର୍ଦ୍ଧ୍ବ ଜମାକାରୀ । ଯାହା ଠକାମୀର ଶିକାର ହୋଇଥିବା ନେଇ ଅଭିଯୋଗ ହୋଇଛି ଖୁଣ୍ଟା ଥାନାରେ । ଏଥିପାଇଁ ୩ ଲକ୍ଷରୁ ଅଧିକ ଟଙ୍କା ବିଭିନ୍ନ ଆକାଉଣ୍ଟରୁ ଉଠିଯାଇଛି । ଏହିପରି ଘଟଣା ଘଟିଛି ଖୁଣ୍ଟା ଥାନା ତଥା କୁଆମରା ଫାଣ୍ଡି ଅଞ୍ଚଳରେ । ଠକାମୀର ଶିକାର ହୋଇଛନ୍ତି ଗୋପବନ୍ଧୁ ନଗର ବ୍ଲକ ଆଳିଆପଦା, ଚତୁରୀ, ନୂଆସାହି, ଭଂଗାଚଟୁ, ରାଇପଦା, ସିରାଥଳି ଆଦି ଗ୍ରାମର ଲୋକେ । ମାର୍ଚ୍ଚ ମାସ ୧୧ ତାରିଖ ଠାରୁ ସାଇବର ଅପରାଧ ବୃଦ୍ଧି ପାଇବାରେ ଲାଗିଛି । ତେବେ ବ୍ୟାଙ୍କ ଓ ପୋଷ୍ଟ ଅଫିସମାନଙ୍କରେ ଜମା ରଖିଥିବା ଜମାକାରୀମାନଙ୍କ ଆକାଉଣ୍ଟରୁ ସମାନ ଭାବେ ୯୯୦୦ ଟଙ୍କା ଲେଖାଏଁ ଉଠି ଯାଇଥିବା ନେଇ ଅଭିଯୋଗ ହୋଇଛି ।
ନୂଆସାହି ଗ୍ର ।ମର ଗୁରୁବାରୀ ସିଂଙ୍କ ଆକାଉଣ୍ଟରୁ ପ୍ରଥମେ ଟଙ୍କା ଉଠିଯିବା ପରେ ସପ୍ତାହ ମଧ୍ୟରେ ମୋଟ ୩୭ ଜଣଙ୍କ ଆକାଉଣ୍ଟ ଖାଲି ହୋଇଯାଇଥିବା ଜଣାପଡ଼ିଛି । ତେବେ ଆଜି ସୁଦ୍ଧା ୨୫ ଜଣାକାରୀଙ୍କ ଅଭିଯୋଗ କ୍ରମେ ଥାନାରେ ମାମଲା ରୁଜୁ ହୋଇଥିବାର ଜଣାପଡିଛି । ତେବେ ସାଇବର ଅପରାଧ ନେଇ ଉକ୍ତ ଅଞ୍ଚଳର ଲୋକେ ଛାନିଆ ହୋଇ ପଡିଛନ୍ତି । ଯାହା ବ୍ୟାଙ୍କରେ ଜମା ରଖିବା ନିଶା ମଉଳି ଗଲାଣି । ଜମାକାରୀମାନେ ଏ ନେଇ ପୁରୁଣା ବାରିପଦା ବ୍ୟାଙ୍କ ଅଫ୍ ଇଣ୍ଡିଆ ପରିଚାଳକଙ୍କ ନିକଟରେ ଅଭିଯୋଗ କରିଥିବାର କହିଛନ୍ତି । ମାତ୍ର ବ୍ୟାଙ୍କ ପକ୍ଷରୁ ସାଇବର ଥାନାରେ ଏ ନେଇ ଅଭିଯୋଗ କରିବାକୁ ପରାମର୍ଶ ଦିଆଯାଇଥିଲେ ମଧ୍ୟ ଗରିବ ଆଦିବାସୀ ଶ୍ରେଣୀର ଲୋକେ ଏ ନେଇ ସଚେତନ ନଥିବାରୁ ହାତ ବାନ୍ଧି ବସିଛନ୍ତି । ତଦନ୍ତ ଜାରି ରହିଛି ବୋଲି ଥାନା ଅଧିକାରୀ କହିଛନ୍ତି।