ପ୍ରମୂଖ ଖବର
  • ଚୌଦ୍ବାର ନିର୍ଗୁଣ୍ଡିରେ ନିକଟରେ ସରିଲା ରେଲୱେ ଟ୍ରକ୍‌ ମରାମତି, ଖୁବ୍‌ଶୀଘ୍ର ଚାଳଚଳ କରିବ ଟ୍ରେନ୍
  • ||
  • ଆନନ୍ଦପୁର : ଟ୍ରଲର୍-ହାଇୱା ମୁହାଁମୁହିଁ ଧକ୍କା: ଡ୍ରାଇଭର୍ ମୃତ, ହେଲପର୍ ଗୁରୁତର
  • ||
  • କଟକ : ଇଦ୍ ଉଲ୍ ଫିତର ଓ ରାମ ନବମୀ ଉତ୍ସବ ପାଇଁ ତିଗିରିଆ ପୋଲିସ୍ ପକ୍ଷରୁ ଫ୍ଲାଗମାର୍ଚ୍ଚ
  • ||
  • ଭୁବନେଶ୍ୱର : ଜମି ବାଡ଼ି ବିବାଦକୁ ନେଇ ବନଦୂର୍ଗା ବସ୍ତି ପାଲଟିଲା ରଣକ୍ଷେତ୍ର, ସାନ ଭାଇକୁ ଗୁଣ୍ଡା ଲଗାଇ ହାଣିଲା ବଡ ଭାଇ
  • ||
  • ଶ୍ରୀବିଗ୍ରହଙ୍କ ଖସାପଡ଼ା ନୀତ, ଅପରାହ୍ନ ୫ ଟାରୁ ରାତି ୧୦ଟା ସର୍ବସାଧାରଣ ଦର୍ଶନ ମନା
  • ||
  • ସୋମବାରଠୁ ରାଜ୍ୟରେ କମିବ ତାତିର ପ୍ରକୋପ, ଏପ୍ରିଲ ୨ରୁ ୫ ଯାଏ ଓଡ଼ିଶାରେ ବର୍ଷା ସମ୍ଭାବନା
  • ||

ରାତାରାତି ଗାଏବ ହେଉଛି ବାଲିର ପାହାଡ, ଚଢ଼ଉ ପରେ ବି ସାବାଡ ହେଉନାହାନ୍ତି ବାଲି ମାଫିଆ…

Published By : Prameya | March 27, 2025 10:58 PM

ବେତନଟୀ,୨୭/୩: ବେଆଇନ ବାଲି ଉତ୍ତୋଳନ ଓ ଚୋରାଚାଲାଣ ରୋକିବା ଦିଗରେ ରାଜ୍ୟବ୍ୟାପୀ ପୁଲିସ ପ୍ରଶାସନ ପକ୍ଷରୁ ଚଢ଼ଉ ଜାରି ରହିଥିବା ବେଳେ ବେତନଟୀ ଅଞ୍ଚଳରେ ମଧ୍ୟ ପୁଲିସ -ବାଲିମାଫିଆ ଭିତରେ ଛକାପଞ୍ଝା ଜାରି ରହିଛି। ମୟୂରଭଞ୍ଜ ପୁଲିସ ପ୍ରଶାସନ ପକ୍ଷରୁ ଧରପଗଡ ଜାରି ରହିଥିବା ବେଳେ ଅଧିକାଂଶ ଦିନ ଚଢ଼ଉ କରି ଚୋରାବାଲି ବୋଝେଇ ଟ୍ରାକ୍ଟର ଜବତ କରାଯାଉଛି। ତଥାପି ବାଲି ମାଫିଆଙ୍କୁ ସାବାଡ କରିବାରେ ପୁଲିସ ପ୍ରଶାସନ ବିଫଳ ରହିଥିବା ବେଳେ ବୋଲ ମାନୁନାହାନ୍ତି ମାଫିଆ। ମେର୍ଦା ଠାରେ ରାସ୍ତା ପାର୍ଶ୍ବରେ ଖୁଲ୍ଲମ୍‌ଖୁଲ୍ଲା ବାଲିର ପାହାଡ ତିଆରି କରାଯାଇଥିବା ବେଳେ ସକାଳ ପାହିବା ପୂର୍ବରୁ ରାତାରାତି ଏହି ମନୁଷ୍ୟକୃତ ବାଲିର ପାହାଡ ଗାଏବ ହୋଇଯାଉଛି। ଲଘୁ ଖଣିଜ ଦ୍ରବ୍ୟ ଉତ୍ତୋଳନ ଓ ପରିବହନ ଦାୟିତ୍ୱ ରାଜସ୍ୱ (ତହସିଲ) ବିଭାଗ ଠାରୁ ପ୍ରତ୍ୟାହାର କରି ଇସ୍ପାତ ଓ ଖଣି ବିଭାଗକୁ ଦିଆଯିବା ପରେ ଚୋରାବାଲି ଉତ୍ତୋଳନ ଓ ଚାଲାଣ ଅଣାୟତ୍ତ ହୋଇପଡିଛି। 

ଜିଲ୍ଲା ମୁଖ୍ୟାଳୟରେ ଜଣେ ମାତ୍ର ମାଇନିଂ ଅଧିକାରୀ ରହୁଥିବା ବେଳେ ସମଗ୍ର ଜିଲ୍ଲା ଗସ୍ତକରି ବେଆଇନ ବାଲିର ପାହାଡ ଜବତ କରିବା କିମ୍ବା ନିଲାମ କରିବା ସମ୍ଭବପର ହୋଇପାରୁନାହିଁ । ଏପଟେ ଚୋରାବାଲି ଚାଲାଣ ସମୟରେ ଗାଡି ଜବତ କରିବାର କ୍ଷମତା ପୁଲିସ ନିକଟରେ ରହିଥିବା ବେଳେ ରାସ୍ତା ପାର୍ଶ୍ବରେ ବେଆଇନ ଭାବରେ ଗଚ୍ଛିତ ରଖାଯାଇଥିବା ବାଲିର ପାହାଡ ଜବତ କିରବା ପୁଲିସ କ୍ଷମତା ବାହାରେ । ଏହାର ସୁଯୋଗ ନେଇ ବାଲିମାଫିଆ ମାନେ ସମ୍ପୂର୍ଣ୍ଣ ବେଫିକର ହୋଇ ସ୍ପଷ୍ଟ ଦିବାଲୋକରେ ବାଉଁଶ ନଦୀରୁ ବେଆଇନ ବାଲି ଉତ୍ତୋଳନ କରିବାରେ ଲାଗିଛନ୍ତି। ବର୍ତ୍ତମାନ ମୟୂରଭଞ୍ଜ ଜିଲ୍ଲାରେ ପୁଲିସ-ବାଲିମାଫିଆ ଛକାପଞ୍ଝା ଏକ ରୋଚକ ମୋଡ ନେଇଥିଲେ ହେଁ ତଥାପି ବୋଲ ମାନୁନାହାନ୍ତି ମାଫିଆ। ତେବେ ସ୍ପଷ୍ଟ ଦିବାଲୋକରେ ରାସ୍ତା ପାଶ୍ୱ ର୍ରେ ଏଭଳି ମନୁଷ୍ୟକୃତ ବାଲିର ପାହାଡ ଜିଲ୍ଲାପ୍ରଶାସନ ସମେତ ପୁଲିସ ଓ ମାଇନିଂ ବିଭାଗ ପାଇଁ ଏକ ଖୋଲା ଚାଲେଞ୍ଜ ସୃଷ୍ଟି କରିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.