ପ୍ରମୂଖ ଖବର
  • ୨୦୨୬ ସୁଦ୍ଧା ମୂଳପୋଛ ହେବ ନକ୍ସଲବାଦ; ୧୦ ବର୍ଷରେ ୨୯ ଜିଲ୍ଲା ନକ୍ସଲମୁକ୍ତ, ଗୃହମନ୍ତ୍ରୀଙ୍କ ବଡ଼ ଘୋଷଣା
  • ||
  • ଦୋଳମୁଣ୍ଡାଇ ଛକରେ ଭୟଙ୍କର ଅଗ୍ନିକାଣ୍ଡ: ହୁ ହୁ ହୋଇ ଜଳିଲା ସୋ' ରୁମ୍‌, ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ
  • ||
  • ବୁଧବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
  • ||
  • ଲାଲ ସଂଗଠନକୁ ବଡ଼ ଝଟକା, ୧୩ ସକ୍ରିୟ ମାଓବାଦୀଙ୍କୁ ବାନ୍ଧିଲା ପୋଲିସ
  • ||
  • ଓଡ଼ିଶା ପୁଲିସର ୯୦ ତମ ପ୍ରତିଷ୍ଠା ଦିବସ, ମୁଖ୍ୟ ଅତିଥି ଭାବେ ଯୋଗଦେବେ ପୁଲିସ୍‌ ମହାନିର୍ଦ୍ଦେଶକ
  • ||
  • ଆଇପିଏଲ୍ ୨୦୨୫: ଆଜି ପଞ୍ଜାବ କିଙ୍ଗ୍‌ସକୁ ଭେଟିବ ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ, ସଂଘର୍ଷପୂର୍ଣ୍ଣ ହେବ ମ୍ୟାଚ୍
  • ||
  • ପାର୍କ ନିକଟରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଖୋଜୁଛି ପୋଲିସ
  • ||
  • ପଶ୍ଚିମବଙ୍ଗରେ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ, ଚାଲିଗଲା ୭ ଜୀବନ, ମୃତକଙ୍କ ମଧ୍ୟ ୩ ମହିଳାଙ୍କ ସମେତ ୪ ଶିଶୁ
  • ||
  • କଟକରେ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ: ଆଜି ମଧୁବାବୁଙ୍କ ଜନ୍ମପୀଠ ବିକାଶ ପ୍ରକଳ୍ପର ଶୁଭ ପଡ଼ିବ
  • ||
  • ଏପ୍ରିଲ ୧ ଉତ୍କଳ ଦିବସ, ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନକୁ ପୂରିଲା ୮୯ ବର୍ଷ
  • ||
  • ଏପ୍ରିଲରେ ପ୍ରଚଣ୍ଡ ତାତି, ଜୁନ୍‌ ଯାଏ ଜାଳିବ ଖରା: ଏବେ କାଳବୈଶାଖୀ ଆଣିବ ଆଶ୍ୱସ୍ତି, ୮ରୁ ହୁ ହୁ ବଢ଼ିବ ତାତି
  • ||

ମୟୂରଭଞ୍ଜରେ ସର୍ବାଧକ ଗୁଣିଗାରେଡ଼ି ମାମଲା , ବିଭିନ୍ନ ଥାନାରେ ୧୪୫ଟି ମାମଲାରେ ୯୩ ଗିରଫ

Published By : Prameya | March 28, 2025 10:28 PM

ବାରିପଦା : ଜନଜାତି ବହୁଳ ମୟୂରଭଞ୍ଜ ଜିଲ୍ଲାରେ ଅନ୍ଧବିଶ୍ୱାସ ଗୁଣିଗାରେଡି ମାମଲାରେ ରୋକ ଲାଗି ପାରୁନି। ସ୍ୱାଧୀନତାର ୭୭ ବର୍ଷ ପରେ ବି ସଚେତନତା ଓ ଶିକ୍ଷା ଅଭାବରୁ ଅନ୍ଧବିଶ୍ୱାସର ଅନ୍ଧଗଳିରେ ଏବେ ବି ଜୀବନ ହା ହୁତାଶରେ କଟୁଥିବା ଦେଖିବାକୁ ମିଳୁଛି। ଗୁଣି ଗାରେଡି ସନ୍ଦେହରେ ପ୍ରତିବର୍ଷ ମୁଣ୍ଡ ଗଡୁ ôଥିବା ବେଳେ ଏବେ ବିଧାନସଭାରେ ଦିଆଯାଇଥିବା ତଥ୍ୟ ଅନୁଯାୟୀ ରାଜ୍ୟରେ ମୟୂରଭଞ୍ଜ ଜିଲ୍ଲା ସର୍ବାଗ୍ରେ ରହିଥିବା ଜଣା ପଡିଛି।

ରାଜ୍ୟରେ ଗୁଣି ଗାରେଡି ମାମଲାର ଏକ ତୃତୀୟାଂଶ ଘଟଣା କେବଳ ମୟୂରଭଞ୍ଜ ଜିଲ୍ଲାରେ ଘଟିଛି। ଗତ ପାଞ୍ଚ ବର୍ଷ ଭିତରେ ମୟୂରଭଞ୍ଜ ଜିଲ୍ଲାରେ ସମୁଦାୟ ୧୪୫ ଟି ମାମଲା ରୁଜୁ ହୋଇଥିବା ବେଳେ ୯୩ ଜଣ ଗିରଫ ହୋଇଥିବା ନେଇ ବିଧାନସଭାରେ ତଥ୍ୟ ପ୍ରଦାନ କରାଯାଇଛି । ସୂଚନା ମୁତାବକ ୨୦୨୦ରେ ଅନ୍ଧବିଶ୍ୱାସ ଗୁଣିଗାରେଡି ମାମଲାରେ ମୟୂରଭଞ୍ଜ ଜିଲ୍ଲାରେ ୩୫ ଟି ମାମଲା ରୁଜୁ ହୋଇଥିବା ବେଳେ ସେଥିରୁ ୨୯ଟି ମାମଲାର ଚାର୍ଜସିଟ୍‌ କୋର୍ଟରେ ଦାଖଲ ହେବା ସହିତ ପୁଲିସ ୨୮ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି । ସେପଟେ ୨୦୨୧ରେ ୨୮ ଟି ମାମଲା ମଧ୍ୟରୁ ୨୩ଟିର ଚାର୍ଜସିଟ୍‌ ଦାଖଲ ସହିତ ୨୫ ଜଣ ଗିରଫ ହୋଇଛନ୍ତି । ୨୦୨୨ରେ ୪୦ ଟି ମାମଲା ମଧ୍ୟରୁ ୨୫ଟି ମାମଲାର ଚାର୍ଜସିଟ୍‌ ଦାଖଲ ସହିତ ୨୦ ଜଣ ଗିରଫ ହୋଇଛନ୍ତି । ସେହିପରି ୨୦୨୩ରେ ୨୬ ଟି ମାମଲାରୁ ୨୦ଟି ମାମଲାର ଚାର୍ଜସିଟ୍‌ ଦାଖଲ ହୋଇଥିବା ବେଳେ ୧୩ ଜଣ ଗିରଫ ହୋଇଛନ୍ତି । 

ସେପଟେ ୨୦୨୪ରେ ୧୬ ଟି ମାମଲା ମଧ୍ୟରୁ ୧୩ଟି ମାମଲାର ଚାର୍ଜସିଟ୍‌ ଦାଖଲ ହୋଇଥିବା ବେଳେ ୭ ଜଣ ଗିରଫ ହୋଇଛନ୍ତି । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ସମଗ୍ର ରାଜ୍ୟରେ ଗୁଣିଗାରେଡି ମାମଲାର ସ୍ଥିତି ସଂପର୍କରେ ଜାଣିବା ପାଇଁ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ମୁଖ୍ୟମନ୍ତ୍ରୀ ମହୋଦୟଙ୍କୁ ପଚାରିଥିବା ପ୍ରଶ୍ନରେ ଗତ ୨୪ତାରିଖରେ ଗୃହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପକ୍ଷରୁ ଦିଆ ଯାଇଥିବା ଉତ୍ତରରେ ଏହି ତଥ୍ୟ ରଖାଯିବା ପରେ ଗୁଣିଗାରେଡି ଓ ଅନ୍ଧବିଶ୍ୱାସର ହବ୍‌ ମୟୂରଭଞ୍ଜ ଜିଲ୍ଲା ବୋଲି କୁଖ୍ୟାତି ଅର୍ଜିଛି। ତେବେ ‘ପ୍ରମେୟ’ ପକ୍ଷରୁ ମୟୂରଭଞ୍ଜ ଜିଲ୍ଲାର ଥାନା ୱାରୀ ଅନୁସନ୍ଧାନ ପରେ ମୟୂରଭଞ୍ଜ ପୁଲିସ ପ୍ରଶାସନ ସୌଜନ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ୨୦୨୦ ମସିହାରେ ଜିଲ୍ଲାର ବିଭିନ୍ନ ଥାନାରେ ଗୁଣିଗାରେଡି ମାମଲାରେ ମୋଟ ୩୭ଟି ମାମଲାରେ ପୁଲିସ ୧୦୧ଜଣଙ୍କୁ ଗିରଫ କରିଛି। 

ସେଥି ମଧ୍ୟରୁ ବହଳଦା ଥାନାରେ ଗୋଟିଏ ମାମଲାରେ ପୁଲିସ ଜଣକୁ ଗିରଫ କରିଥିବା ବେଳେ ଘାଗରବେଡା ଥାନାରେ ପୃଥକ ପୃଥକ ଦୁଇଟି ମାମଲାରେ ୫ ଜଣ, ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନାରେ ୪ ଟି ମାମଲାରେ ୮ ଜଣ, ଠାକୁରମୁଣ୍ଡା ଥାନାରେ ଗୋଟିଏ ମାମଲାରେ ୩ ଜଣ, ବାଙ୍ଗିରିପୋଷି ଥାନାରେ୫ଟି ମାମଲାରେ ୧୩ ଜଣ, ବାଦାମପାହାଡ ଥାନା ରେ ୩ଟି ମାମଲାରେ ୧୨ଜଣ, ଯାମଦା ଥାନାରେ ୨ଟି ମାମଲାରେ ୫ ଜଣ, ବେତନଟୀ ଥାନାରେ ୨ଟି ମାମଲାରେ ୬ ଜଣ,ମହୁଲଡିହା ଥାନାରେ ଗୋଟିଏ ମାମଲାରେ ୪ ଜଣ, ଖୁଣ୍ଟା ଥାନାରେ ଗୋଟିଏ ମାମଲାରେ ୧ ଜଣ, ଯଶିପୁର ଥାନାରେଗୋଟିଏ ମାଲାରେ  ୧ଜଣ, ରାଇରଙ୍ଗପୁର ଟାଉନ ଥାନାରେ ୨ଟି ମାଲାରେ ୪ ଜଣ, କରଞ୍ଜିଆ ଥାନାରେ୪ଟି ମାମଲାରେ ୧୧ ଜଣ, ଝାରପୋଖରିଆ ଥାନାରେ ୩ଟି ମାମଲାରେ ୧୦ ଜଣ, କପ୍ତିପଦା ଥାନାରେ ଗୋଟିଏ ମାମଲାରେ ୮ ଜଣ, ରରୁଆଁ ଥାନାରେ ଗୋଟିଏ ମାମଲାରେ ୩ ଜଣ, ରାସଗୋବିନ୍ଦପୁର ଥାନାରେ ଗୋଟିଏ ମାମଲାରେ ୨ ଜଣ, ଶରତ ଥାନାରେ ୨ଟି ମାମଲାରେ ପୁଲିସ  ୪  ଜଣଙ୍କୁ ଗିରଫ କରିଛି । 

ଏଠାରେ ଉଲ୍ଲେଖ ଯେ, ୨୦୨୦ରେ ବାଙ୍ଗିରିପୋଷିରେ ସର୍ବାଧିକ ୫ଟି ଗୁଣିଗାରେଡି ମାମଲା ରୁଜୁ ହୋଇଥିବା ବେଳେ ଗିରଫଦାରୀ ସଂଖ୍ୟା ମଧ୍ୟ ସର୍ବାଧିକ ରହିଛି  । ସେହିପରି ୨୦୨୧ରେ ୩୬ଟି ମାମଲା ରେ ୭୯ଜଣ ଗିରଫ ହୋଇଛନ୍ତି । ବେତନଟୀ ରେ ୩ଟି ମାଲାରେ ୫ଜଣ ଗିରଫ ହୋଇଥିବା ବେଳେ ବାଙ୍ଗିରିପୋଷିରେ ୮ଟି ମାମଲାରେ ୧୪ଜଣ, ଯଶିପୁରରେ ୩ଟି  ମାମଲାରେ ୫ଜଣ, ଚାନ୍ଦୁଆରେ ଗୋଟିଏ ମାମଲାରେ ୬ଜଣ, କରଂଜିଆରେ ତିନୋଟି  ମାମଲାରେ   ୭ଜଣ, ଜାମଦା ରେ ଗୋଟିଏ ମାମଲାରେ ଜଣେ, ରାଇରଂଗପୁର ଗ୍ରାମାଞ୍ଚଳ୨ଟି ମାମଲାରେ ୬ଜଣ, ରାଇରଂଗପୁର ଟାଉନଥାନା ୩ଟି ମାମଲାରେ  ୭ଜଣ, କପ୍ତିପଦା ୨ଟି ମାମଲାରେ ୬ଜଣ, ଶରତ ଗୋଟିଏ ମାମଲାରେ ଜଣେ, ବାଦାମପାହାଡ ଗୋଟିଏ ମାମଲାରେ ଜଣେ, ଝାରପୋଖରିଆ ଗୋଟିଏ ମାମଲାରେ ୨ଜଣ, ବାଦାମ ପାହାଡ ଗୋଟିଏ ମାମଲାରେ ଜଣେ, ତିରିଂ ରେ ଗୋଟିଏ ମାମଲାରେ ୩ଜଣ, ବିଶୋଇରେ ଗୋଟିଏ ମାମଲାରେ ଜଣେ, ଖୁଣ୍ଟାରେ ଗୋଟିଏ ମାମଲାରେ ୮ଜଣ, ମୋରଡା ରେ ୨ଟି ମାମଲାରେ ୩ଜଣ, ମହୁଲଡିହାରେ ଗୋଟିଏ ମାମଲାରେ ଜଣେ ଏବଂ ଶୁଳିଆପଦାରେ ଗୋଟିଏ ମାମଲାରେ ଦୁଇଜଣ ଗିରଫ ହୋଇଥିଲେ । 

ଏଠାରେ ସୂଚନା ଯୋଗ୍ୟ ଯେ, ୨୦୨୧ରେ ବାଙ୍ଗିରିପୋଷି ଥାନା ଅଞ୍ଚଳରେ ସର୍ବାଧିକ ୮ଟି ମାମଲା ରୁଜୁ ହୋଇଥିବା ବେଳେ ଗିରଫଦାରୀ ସଂଖ୍ୟା ମଧ୍ୟ ସର୍ବାଧିକ ୧୪ ରହିଛି । ସେପଟେ ୨୦୨୨ରେ ୫୩ଟି ମାମଲାରେ ଗିରଫଦାରୀ ସଂଖ୍ୟା ୧୪୧ ରହିଛି । ସେଥି ମଧ୍ୟରୁ ବୈଶିଙ୍ଗାରେ ଗୋଟିଏ ମାମଲାରେ ୧୧ଜଣ ଗିରଫ ହୋଇଥିବା ବେଳେ ଶୁଳିଆପଦାରେ ୨ଟି ମାମଲାରେ ୪ଜଣ, ରାଇରଂଗପୁର ଗ୍ରାମାଞ୍ଚଳ ଥାନାରେ ୮ଟି ମାମଲାରେ ୨୧ଜଣ, ବଡସାହି ଥାନାରେ ୫ଟି ମାମଲାରେ ୧୫ଜଣ, ମୋରଡାରେ ଗୋଟିଏ ମାମଲାରେ ୨ଜଣ, କରଞ୍ଜିଆରେ ୨ଟି ମାମଲାରେ ୨ଜଣ, ବେତନଟୀରେ ୪ଟି ମାମଲାରେ ୭ଜଣ,ଜାମଦାରେ ୪ଟି ମାମଲାରେ ୮ଜଣ, କପ୍ତିପଦାରେ ଗୋଟିଏ ମାମଲାରେ ୭ଜଣ, କୁଳିଅଣାରେ ଗୋଟିଏ ମାମଲାରେ ୧୧ଜଣ, ବିଶୋଇରେ ୩ଟି ମାମଲାରେ ୫ଜଣ, ବିଶୋଇରେ ତିନୋଟି ମାମଲାରେ ୫ଜଣ, ଯଶିପୁରରେ ୨ଟି ମାମଲାରେ ୪ଜଣ, ବାଙ୍ଗିରିପୋଷିରେ ଗୋଟିଏ ମାମଲାରେ ଜଣେ, ମହୁଲଡିହାରେ ୨ଟି ମାମଲାରେ ୯ଜଣ, ଉଦଳାରେ ୨ଟି ମାମଲାରେ ୧୨ଜଣ, ଠାକୁରମୁଣ୍ଡାରେ ଗୋଟିଏ ମାମଲାରେ ଜଣେ, ରରୁଆଁରେ ଗୋଟିଏ ମାମଲାରେ ଜଣେ, ଖୁଣ୍ଟାରେ ୩ଟି ମାମଲାରେ ୫ଜଣ, ବାଦାମପାହାଡରେ ଗୋଟିଏ ମାମଲାରେ ଜଣେ, ରାଇରଂଗପୁର ଟାଉନଥାନାରେ ତିନୋଟି ମାମଲାରେ ୪ଜଣ, ଝାରଫୋଖରିଆରେ ଗୋଟିଏ ମାମଲାରେ ଜଣେ, ଚାନ୍ଦୁଆରେ ୨ଟି ମାମଲାରେ ୫ଜଣ, ଝାରପୋଖରିଆରେ ଗୋଟିଏ ମାମଲାରେ ଜଣେ , ଚାନ୍ଦୁଆରେ ୨ଟି ମାମଲାରେ ୫ଜଣ, ବାରିପଦା ସଦରରେ ଗୋଟିଏ ମାମଲାରେ ୨ଜଣ ଗିରଫ ହୋଇଛନ୍ତି । 

୨୦୨୨ରେ ରାଇରଂଗପୁର ଗ୍ରାମାଞ୍ଚଳ ଥାନାରେ ସର୍ବାଧିକ ୮ଟି ମାମଲା ରୁଜୁ ହୋଇଥିବା ବେଳେ ଗିରଫଦାରୀ ସଂଖ୍ୟା ମଧ୍ୟ ସର୍ବାଧିକ ୨୧ ରହିଛି। ସେହିପରି ୨୦୨୩ ରେ ୩୧ଟି ମାମଲାରେ ମୋଟ ୭୪ଜଣ ଗିରଫ ହୋଇଛନ୍ତି । ସେଥି ମଧ୍ୟରୁ ମହୁଲଡିହା ଥାନାରେ ଗୋଟିଏ ମାମଲା ରୁଜୁ ହୋଇଥିବା ବେଳେ ପୁଲିସ ତିନିଜଣଙ୍କୁ ଗିରଫ କରିଛି । ସେପଟେ ଠାକୁରମୁଣ୍ଡାରେ ଗୋଟିଏ ମାମଲାରେ ୫ଜଣ, ଚାନ୍ଦୁଆରେ ଗୋଟିଏ ମାମଲାରେ ୫ଜଣ, ବାଙ୍ଗିରିପୋଷିରେ ତିନୋଟି ମାମଲାରେ ୩ଜଣ, ରାସଗୋବିନ୍ଦପୁରରେ ୨ଟି ମାମଲାରେ ୧୭ଜଣ, ବଡସାହିରେ ଗୋଟିଏ ମାମଲାରେ ୨ଜଣ, ଯଶିପୁର ଗୋଟିଏ ମାମଲାରେ ୨ଜଣ, ଝାରପୋଖରିଆରେ ଦୁଇଟି ମାମଲାରେ ୨ଜଣ ଜାମଦାରେ ତିନୋଟି ମାମଲାରେ ୫ଜଣ , ମୋରଡାରେ ୪ଟି ମାମଲାରେ ୬ଜଣ ରାଇରଂଗପୁର ଗ୍ରାମାଞ୍ଚଳରେ ୨ଟି ମାମଲାରେ ୬ଜଣ, ବିଶୋଇରେ ୨ଟି ମାମଲାରେ ୭ଜଣ, ଝାରପୋଖରିଆରେ ୨ଟି ମାମଲାରେ ୨ଜଣ, ଖୁଣ୍ଟାରେ ୨ଟି ମାମଲାରେ ୨ଜଣ, ବେତନଟୀରେ ୨ଟି ମାମଲାରେ ୩ଜଣ, କରଂଜିଆରେ ୨ଟି ମାମଲାରେ ୪ଜଣ ଏବଂ ଶରତ ଥାନାରେ ଗୋଟିଏ ମାମଲା ରୁଜୁ ହୋଇଥିବା ବେଳେ ଜଣେ ଗିରଫ ହୋଇଛନ୍ତି । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ୨୦୨୩ରେ ମୋରଡାରେ ସର୍ବାଧିକ ୪ଟି ମାମଲା ରୁଜୁ ହୋଇଥିବା ବେଳେ ରାସଗୋବିନ୍ଦପୁରରେ ସବା ର୍ଧିକ ୧୭ଜଣଙ୍କୁ ଦୁଇଟି ମାମଲାରେ ଗିରଫ କରାଯାଇଥିଲା। 

ସେହିପରି ୨୦୨୪ରେ ୨୨ଟି ମାମଲାରେ ଗିରଫଦାରୀ ସଂଖ୍ୟା ୪୦ ରହିଥିବା ବେଳେ  ସେଥି ମଧ୍ୟରୁ ଜାମଦା ଥାନାରେ ୩ଟି ମାମଲାରେ ଗିରଫଦାରୀ ସଂଖ୍ୟା ୪ଜଣ ଥିବା ବେଳେ ମୋରଡାରେ ୨ଟି ମାମଲାରେ ୨ଜଣ, ରରୁଆଁରେ ୨ଟି ମାମଲାରେ ୨ଜଣ, ରାସଗୋବିନ୍ଦପୁରରେ ଗୋଟିଏରେ ୭ଜଣ, ଯଶିପୁରରେ ୪ଟି ମାମଲାରେ ୪ଜଣ, ଖୁଣ୍ଟାରେ ୨ଟି ମାମଲାରେ ୭ଜଣ, ବିଶୋଇରେ ୨ଟି ମାମଲାରେ ୩ଜଣ, କରଞ୍ଜିଆରେ ୪ଟି ମାମଲାରେ ୪ଜଣ, ଘାଗରବେଡାରେ ଗୋଟିଏ ମାମଲାରେ ଜଣେ, ଶରତରେ ଗୋଟିଏରେ ୨ଜଣ, ବାଙ୍ଗିରିପୋଷିରେ ଗୋଟିଏ ମାମଲା ରୁଜୁ ହୋଇଥିବା ବେଳେ ଏହା ମିଥ୍ୟା ବୋଲି ପ୍ରମାଣିତ ହୋଇଥିଲା । ସେପଟେ କୁଳିଅଣାରେ ଗୋଟିଏ ମାମଲାରେ ୨ଜଣ ଗିରଫ ହୋଇଥିଲେ । ୨୦୨୪ରେ ଯଶୀପୁରରେ ସର୍ବାଧିକ ୪ଟି ମାମଲା ରୁଜୁ ହେବା ସହିତ ୫ଜଣଙ୍କର ମୁଣ୍ଡ ଗଡିଥିବା ବେଳେ ରାସଗୋବିନ୍ଦପୁର ଓ ଖୁଣ୍ଟା ଥାନାରେ ପୃଥକ ପୃଥକ ୭ଟି ଲେଖାଏଁ ଗିରଫ ହୋଇଥିବା ସୂଚନା ମିଳିଛି

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.