ପ୍ରମୂଖ ଖବର
  • ଚୌଦ୍ବାର ନିର୍ଗୁଣ୍ଡିରେ ନିକଟରେ ସରିଲା ରେଲୱେ ଟ୍ରକ୍‌ ମରାମତି, ଖୁବ୍‌ଶୀଘ୍ର ଚାଳଚଳ କରିବ ଟ୍ରେନ୍
  • ||
  • ଆନନ୍ଦପୁର : ଟ୍ରଲର୍-ହାଇୱା ମୁହାଁମୁହିଁ ଧକ୍କା: ଡ୍ରାଇଭର୍ ମୃତ, ହେଲପର୍ ଗୁରୁତର
  • ||
  • କଟକ : ଇଦ୍ ଉଲ୍ ଫିତର ଓ ରାମ ନବମୀ ଉତ୍ସବ ପାଇଁ ତିଗିରିଆ ପୋଲିସ୍ ପକ୍ଷରୁ ଫ୍ଲାଗମାର୍ଚ୍ଚ
  • ||
  • ଭୁବନେଶ୍ୱର : ଜମି ବାଡ଼ି ବିବାଦକୁ ନେଇ ବନଦୂର୍ଗା ବସ୍ତି ପାଲଟିଲା ରଣକ୍ଷେତ୍ର, ସାନ ଭାଇକୁ ଗୁଣ୍ଡା ଲଗାଇ ହାଣିଲା ବଡ ଭାଇ
  • ||
  • ଶ୍ରୀବିଗ୍ରହଙ୍କ ଖସାପଡ଼ା ନୀତ, ଅପରାହ୍ନ ୫ ଟାରୁ ରାତି ୧୦ଟା ସର୍ବସାଧାରଣ ଦର୍ଶନ ମନା
  • ||
  • ସୋମବାରଠୁ ରାଜ୍ୟରେ କମିବ ତାତିର ପ୍ରକୋପ, ଏପ୍ରିଲ ୨ରୁ ୫ ଯାଏ ଓଡ଼ିଶାରେ ବର୍ଷା ସମ୍ଭାବନା
  • ||

ରବି ଧାନଚାଷ ପଞ୍ଜୀକରଣକୁ ନେଇ ସରକାରଙ୍କ ଅଜବ ନିୟମରେ ଚାଷୀ ଦହଗଞ୍ଜ

Published By : Prameya | March 27, 2025 10:50 PM

ବେତନଟୀ,୨୭ା୩(ଆପ୍ର): ରାଜ୍ୟରେ ଡବଲ ଇଞ୍ଜିର ସରକାର ଆସୁଆସୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟରେ ବୃଦ୍ଧି ସାଙ୍ଗକୁ ଇନପୁଟ ସବସିଡି ସହାୟତା ରାଶି ପ୍ରଦାନ ପରେ ବର୍ତ୍ତମାନ ଧାନର ସରକାରୀ ମୂଲ୍ୟ କୁଇଣ୍ଟାଲ ପିଛା ୩୧ଶହ ଟଙ୍କାରେ ପହଞ୍ଚିଛି । ତେବେ ଧାନ କୁଇଣ୍ଟାଲ ପିଛା ୩୧ଶହ ଟଙ୍କାରେ ପହଞ୍ଚିବା ପରେ ବର୍ତ୍ତମାନ ଖରାଟିଆ ଧାନଚାଷ(ରବିଧାନ)କୁ ନେଇ ଚାଷୀଙ୍କ ମଧ୍ୟରେ ବେଶ୍‌ ଆଗ୍ରହ ଦେଖିବାକୁ ମିଳିଥିବା ବେଳେ ବିଗତବର୍ଷ ତୁଳନାରେ ବେତନଟୀ ବ୍ଲକରେ ଏବେ ଖରାଟିଆ ଧାନଚାଷ ପ୍ରତି ଚାଷୀଙ୍କ ଆଗ୍ରହ ଆଶାତୀତ ଭାବରେ ବଢିଥିବାର ଦେଖିବାକୁ ମିଳିଛି । 

ମାତ୍ର ଖରାଟିଆ(ରବିଧାନ)ଚାଷ କରୁଥିବା ଚାଷୀମାନେ ମଣ୍ଡିରେ ଧାନବିକ୍ରୟ ପାଇଁ ସରକାରଙ୍କ ପକ୍ଷରୁ ଯେଉଁ ମାନଦଣ୍ଡ ନିର୍ଦ୍ଧାରଣ କରାଯାଇଛି ସେଥିରେ ଅଧିକାଂଶ ଚାଷୀ ବର୍ତ୍ତମାନ ନିଜର ନାମ ପଞ୍ଜୀକରଣ ପ୍ରକ୍ରିୟାରୁ ବାଦ ପଡିବେ । ସରକାରଙ୍କ ନିର୍ଦେଶ ମୁତାବକ ରବି ଧାନ (ଖରାଟିଆ)ଚାଷ କରୁଥିବା ଚାଷୀମାନେ ମଣ୍ଡିରେ ଧାନବିକ୍ରୟ ପାଇଁ ଅନଲାଇନ ପଞ୍ଜୀକରଣ ସମୟରେ ଉଠାଜଳସେଚନ ପ୍ରକଳ୍ପର ବିଦ୍ୟୁତ୍‌ ବିଲ୍‌ର ଉପଭୋକ୍ତା ନମ୍ବର ନଚେତ କୃଷିଭିତ୍ତିକ ବୋରୱେଲ ସହିତ ଜଡିତ ବିଦ୍ୟୁତ ସଂଯୋଗର ଉପଭୋକ୍ତା ନମ୍ବର ନଚେତ ବିଭିନ୍ନ କେନାଲରୁ ପାଣି ମଡାଇ ଯଦି ଚାଷ କରିଥାନ୍ତି ତାହେଲେ କ୍ଷୁଦ୍ର ଜଳସେଚନ ବିଭାଗର ଅଧିକାରୀଙ୍କ ଚିଠି ଦାଖଲ କଲେ ଯାଇ ହିଁ ଖରାଟିଆ ଧାନଚାଷ କରିଥିବା ଚାଷୀ ଟିଏ ମଣ୍ଡିରେ ଧାନବିକ୍ରିୟ ପାଇଁ ନିଜର ନାମ ପଞ୍ଜୀକରଣ କରିପାରିବ । ନଚେତ ଯଦି ଧାନ କୁଇଣ୍ଟାଲପିଛା ୩୧ଶହ ଟଙ୍କାରେ ବିକ୍ରି କରିବା ଆଶାରେ କୈାଣସି ଚାଷୀ ନଦୀ,ନାଳ କିମ୍ବା ଗଡିଆ, ପୋଖରୀ ଭଳି ଜଳାଶୟରୁ ପାଣିମଡାଇ ଚାଷ କରିଥିବ ତା’ହେଲେ ସମ୍ପୃକ୍ତ ଚାଷୀ କୈାଣସି ପ୍ରକାରେ ନିଜର ନାମ ଅନଲାଇନ ପ୍ରକ୍ରିୟାରେ ପଞ୍ଜୀକରଣ କରିପାରିବ ନାହିଁ । 

ଖରାଟିଆ ଧାନଚାଷକୁ ନେଇ ସରକାରଙ୍କ ଏଭଳି ଅଜବ ନିୟମ ବାବଦରେ ଅଜ୍ଞ ବେତନଟୀ ବ୍ଲକର ଏକାଧିକ ଚାଷୀ କୁଇଣ୍ଟାଲ ପିଛା ୩୧ଶହ ଟଙ୍କାରେ ଧାନ ବିକ୍ରି କରିବା ଆଶାରେ ଚାଷକରି ଏବେ ହତାଶ ହୋଇପଡିଛନ୍ତି ।ତେବେ ମଣ୍ଡିରେ ଧାନବିକ୍ରି ପାଇଁ ସରକାରଙ୍କ ପକ୍ଷରୁ ସତ୍ୟାସତ୍ୟ ଯାଞ୍ଚ କରିବାକୁ ସମ୍ପୃକ୍ତ ଜମିର ସାଟେଲାଇଟ ସର୍ଭେ କରାଯାଉଥିବା ବେଳେ ସେଥିରୁ ଚାଷୀଟି ପ୍ରକୃତରେ ଚାଷ କରିଛି କି ନାହିଁ ସ୍ପଷ୍ଟ ପ୍ରମାଣି ମିଳିଯାଉଛି ା ଏପଟେ ଖରାଟିଆ ଧାନଚାଷ ସମୟରେ ପାଣି ମଡାଇବା ପାଇଁ ବ୍ୟବହୃତ ବିଦ୍ୟୁତ ସଂଯୋଗର ଉପଭୋକ୍ତା କ୍ରମିକ ନମ୍ବର ଦାଖଲକୁ ବାଧ୍ୟତାମୂଳ କରାଯାଇଛି । ଖରାଟିଆ ଧାନଚାଷକୁ ନେଇ ସରକାରଙ୍କ ଏଭଳି ଅଜବ ନିୟମ ପାଇଁ ବର୍ତ୍ତମାନ ବେତନଟୀ ବ୍ଲକର ଏକାଧିକ ଚାଷୀ ନିଜର ନାମ ପଞ୍ଜୀକରଣ କରାଇବାରୁ ବାଦ୍‌ ପଡିଛନ୍ତି । ଯାହାକୁ ନେଇ ଚାଷୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ବଢିବାରେ ଲାଗିଛି । ଏନେଇ ମୟୂରଭଞ୍ଜ ଜିଲ୍ଲା ଡିଆରସିଏସ କୃଷ୍ଣଚନ୍ଦ୍ର ଦାଶଙ୍କୁ ଯୋଗାଯୋଗ କରିବାରୁ ସରକାରୀ ନିର୍ଦେଶାବଳୀ ମୁତାବକ ଖରାଟିଆ ଧାନଚାଷ କରିଥିବା ଚାଷୀମାନଙ୍କର ନାମ ଅନଲାଇନ ପଞ୍ଜୀକରଣ କରାଯାଇଥିବା କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.