ପ୍ରମୂଖ ଖବର
  • ୨୦୨୬ ସୁଦ୍ଧା ମୂଳପୋଛ ହେବ ନକ୍ସଲବାଦ; ୧୦ ବର୍ଷରେ ୨୯ ଜିଲ୍ଲା ନକ୍ସଲମୁକ୍ତ, ଗୃହମନ୍ତ୍ରୀଙ୍କ ବଡ଼ ଘୋଷଣା
  • ||
  • ଦୋଳମୁଣ୍ଡାଇ ଛକରେ ଭୟଙ୍କର ଅଗ୍ନିକାଣ୍ଡ: ହୁ ହୁ ହୋଇ ଜଳିଲା ସୋ' ରୁମ୍‌, ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ
  • ||
  • ବୁଧବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
  • ||
  • ଲାଲ ସଂଗଠନକୁ ବଡ଼ ଝଟକା, ୧୩ ସକ୍ରିୟ ମାଓବାଦୀଙ୍କୁ ବାନ୍ଧିଲା ପୋଲିସ
  • ||
  • ଓଡ଼ିଶା ପୁଲିସର ୯୦ ତମ ପ୍ରତିଷ୍ଠା ଦିବସ, ମୁଖ୍ୟ ଅତିଥି ଭାବେ ଯୋଗଦେବେ ପୁଲିସ୍‌ ମହାନିର୍ଦ୍ଦେଶକ
  • ||
  • ଆଇପିଏଲ୍ ୨୦୨୫: ଆଜି ପଞ୍ଜାବ କିଙ୍ଗ୍‌ସକୁ ଭେଟିବ ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ, ସଂଘର୍ଷପୂର୍ଣ୍ଣ ହେବ ମ୍ୟାଚ୍
  • ||
  • ପାର୍କ ନିକଟରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଖୋଜୁଛି ପୋଲିସ
  • ||
  • ପଶ୍ଚିମବଙ୍ଗରେ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ, ଚାଲିଗଲା ୭ ଜୀବନ, ମୃତକଙ୍କ ମଧ୍ୟ ୩ ମହିଳାଙ୍କ ସମେତ ୪ ଶିଶୁ
  • ||
  • କଟକରେ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ: ଆଜି ମଧୁବାବୁଙ୍କ ଜନ୍ମପୀଠ ବିକାଶ ପ୍ରକଳ୍ପର ଶୁଭ ପଡ଼ିବ
  • ||
  • ଏପ୍ରିଲ ୧ ଉତ୍କଳ ଦିବସ, ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନକୁ ପୂରିଲା ୮୯ ବର୍ଷ
  • ||
  • ଏପ୍ରିଲରେ ପ୍ରଚଣ୍ଡ ତାତି, ଜୁନ୍‌ ଯାଏ ଜାଳିବ ଖରା: ଏବେ କାଳବୈଶାଖୀ ଆଣିବ ଆଶ୍ୱସ୍ତି, ୮ରୁ ହୁ ହୁ ବଢ଼ିବ ତାତି
  • ||

କାଳବୈଶାଖୀରେ ବାସହରାଙ୍କୁ କ୍ଷତିପୂରଣ ଦାବିରେ ଜେଏମ୍‌ଏମ୍‌ର ବିକ୍ଷୋଭ

Published By : Prameya | March 29, 2025 10:33 PM

ରାଇରଙ୍ଗପୁର : କାଳବୈଶାଖୀ ପ୍ରଭାବ ତଥା ଦୈବୀ ଦୁର୍ବିପାକରେ ମୟୂରଭଞ୍ଜ ଜିଲ୍ଲାର ବିଶୋଇ ବ୍ଳକର ୧୮ଟି ଗ୍ରାମ ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବହୁ କ୍ଷୟକ୍ଷତି ହୋଇଛି। ବହୁ ପରିବାର ବାସହରା ହୋଇ ପଡିଛନ୍ତି। ସେମାନଙ୍କ ଖାଦ୍ୟ, ବସ୍ତ୍ର ଠାରୁ ଆରମ୍ଭ କରି ବିଭିନ୍ନ ଆସବାବପତ୍ର ନଷ୍ଟ ହୋଇଯାଇଛି । ସେହି ପୀଡିତ ପରିବାର ତଥା ବାସହରା ଲୋକଙ୍କୁ ତୁରନ୍ତ ନୂତନ ଆବାସ ଯୋଜନା ସହ ପନ୍ଦର ଲକ୍ଷ ଟଙ୍କା କ୍ଷତିପୂରଣ ଦେବାପାଇଁ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ରାଇରଙ୍ଗପୁରରେ ବିକ୍ଷୋଭ ପାଇଁ ଡାକରା ଦେଇଥିଲେ।

ପୀଡିତ ଆଦିବାସୀ ମାନେ ଏଥିରେ ଯୋଗ ଦେଇଥିଲେ। ପ୍ରାରମ୍ଭରେ ପଣ୍ଡିତ ରଘୁନାଥ ମୁର୍ମୁ ଛକରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିଶାଳ ଶୋଭା ଯାତ୍ରାରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଦୁଇ ଦଫା ଦାବି ତଥା କାଳବୈଶାଖୀ ପ୍ରଭାବିତ ଲୋକଙ୍କୁ ପନ୍ଦର ଲକ୍ଷ ଟଙ୍କା କ୍ଷତିପୂରଣ ଏବଂ ବିକାଶ ନାମରେ ଦାଣ୍ଡବୋଷ ଏବଂ କଲେଜ ଛକରେ ଦୀର୍ଘବର୍ଷ ଧରି ରହିଥିବା ଲୋକଙ୍କୁ ଉଚ୍ଛେଦ କରାଯାଇ ଥିବାରୁ ସେମାନଙ୍କୁ ତୁରନ୍ତ ଥଇଥାନ, ଆବାସ ଗୃହ ଯୋଗାଇବା, କ୍ଷୟକ୍ଷତି ପୂରଣ ପାଇଁ ଦାବି କରି ଥିଲେ। 

ପରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କ ନିକଟରେ ଦାବି ପତ୍ର ପ୍ରଦାନ କରିଥିଲେ। ପ୍ରଶାସନ ଯଦି ଅଣଦେଖା କରେ ତେବେ ଆଗାମୀ ଦିନରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚା ରାଜରାସ୍ତାକୁ ଓହ୍ଲାଇବ ଏବଂ କିଛି ଅପ୍ରୀତିକର ପରିସ୍ଥିତି ଉପୁଜିଲେ ସେଥିପାଇଁ ପ୍ରଶାସନ ଦାୟୀ ରହିବେ ବୋଲି କହିଥିଲେ।

ଏହି ବିକ୍ଷୋଭରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚା କେନ୍ଦ୍ରୀୟ କମିଟି ସଦସ୍ୟ ସାଲୁ କିସ୍କୁ, ଜିଲ୍ଲା ସଭାପତି କୃଷ୍ଣ ଦାସ, ଓଡ଼ିଶା ପ୍ରଭାରୀ ଦୁବରାଜ ନାଗ,ଜିଲ୍ଲା ଉପସଭାପତି ଘନଶ୍ୟାମ ପିଙ୍ଗୁଆ, ଜିଲ୍ଲା ପରିଷଦ ସଦସ୍ୟା ବିଦୁସ୍ମିତା ଦେଓ, ଜିଲ୍ଲା ପରିଷଦ ସଦସ୍ୟ ଶିତଲ କିସ୍କୁ, ଜିଲ୍ଲା ପରିଷଦ ସଦସ୍ୟା ମିନା ସୋରେନ, ମୁଖପାତ୍ର ସନ୍ତୋଷ ମୁର୍ମୁ ସମେତ ବହୁ ଦଳୀୟ କର୍ମୀ ସାମିଲ ହୋଇଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.