ମୋରଡା/ଚିତ୍ରଡ଼ା, ୩୦/୩ : ମୋରଡ଼ା ବ୍ଲକ ଅନ୍ତର୍ଗତ ନିଚୁଆପଦା କଳାଗ୍ରାମ କଲ୍ୟାଣ ମଣ୍ଡପରେ ପ୍ରଶାସନ ତରଫରୁ ଉପଖଣ୍ଡସ୍ତରୀୟ ଗ୍ରାମାଞ୍ଚଳ ଛଉ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ନିଚୁଆପଦା ଛଉ ନୃତ୍ୟ ପ୍ରତିଷ୍ଠାନର ଉପସଭାପତି ହରିପଦ ମହାନ୍ତ କାର୍ଯ୍ୟକ୍ରମ ଆୟୋଜନରେ ସାହାଯ୍ୟ କରିଥିବାବେଳେ ଭାଲିଆଡିହା ସରପଞ୍ଚ ସୌଦାମିନୀ ସିଂ ଶୁଭାରମ୍ଭ କରିଥିଲେ ।
ଏଥିରେ ମୁଖ୍ୟ ଅତିଥି ଭାବେ ମୋରଡ଼ା ବିଡିଓ ଅଣାକାର ନାୟକ, ସମ୍ମାନିତ ଅତିଥି ଭାବେ ଭାଲିଆଡିହା ପିଇଓ ଗିରିଶ ମହାନାୟକ, ଚିତ୍ରଡା ପିଇଓ ପ୍ରଶାନ୍ତ ସି, ବିଏସଏସଓ ସଲ୍ମା ମୁର୍ମୁ, ଏଇଇ ଶୁଶାନ୍ତ ନାୟକ , ଜିପିଓ ପ୍ରସନ୍ନ ମହାନ୍ତ ପ୍ରମୁଖ ଯୋଗଦେଇଥିଲେ । ଶୁଳିଆପଦା ବ୍ଲକର ୩, ରାସଗୋବିନ୍ଦପୁର ବ୍ଲକର ଗୋଟିଏ ଏବଂ ମୋରଡ଼ା ବ୍ଲକର ୭ଟି ପ୍ରତିଷ୍ଠାନ ପ୍ରତିଯୋଗିତାରେ ଭାଗ ନେଇଥିଲେ ।
ବିଚାରକ ଭାବେ ତୁଷାର ଚନ୍ଦ୍ର ମହାନ୍ତ ଏବଂ ସତ୍ୟନାଥ ମହାନ୍ତ ଯୋଗଦେଇଥିଲେ । ମୋରଡ଼ା ବ୍ଲକ କାହିର ବାବା ଶିବଶକ୍ତି ଛଉ ନୃତ୍ୟ ପ୍ରତିଷ୍ଠାନ ତରଫରୁ "କେଉଟ କେଉଟୁଣୀ' ନୃତ୍ୟକୁ ଦର୍ଶକ ମନଭରି ଉପଭୋଗ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବଡ଼ସାହି, ଶ୍ୟାମାଖୁଣ୍ଟା ଏବଂ ବେତନଟୀ ବ୍ଲକରୁ କୌଣସି ଛଉ ନୃତ୍ୟ ଅନୁଷ୍ଠାନ ପ୍ରତିଯୋଗିତାରେ ଭାଗ ନେଇ ନ ଥିବା ଜିପିଓ ପ୍ରସନ୍ନ ମହାନ୍ତ ସୂଚନା ଦେଇଛନ୍ତି ।