ବାରିପଦା ୦୫/୦୪ ସଙ୍କୀର୍ତ୍ତନ ଭୋଗ ପ୍ରସାଦ ଖାଇ ଝାଡ଼ାବାନ୍ତିରେ ୪୬ ଆକ୍ରାନ୍ତ ହୋଇଛନ୍ତି। ୧୩ ଜଣ ଗୁରୁତରଙ୍କୁ ଶିର୍ଶା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳକୁ ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ଲୋକଙ୍କ ସ୍ବାସ୍ଥ ଯାଞ୍ଚ କରିବା କାରଣ ଖୋଜୁଛି।
ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ କାଶୀପାଳ ଗ୍ରାମରେ ଗୁରୁବାର ସଂଧ୍ୟାରେ ସଙ୍କୀର୍ତ୍ତନ ପରେ ଭୋଜି ଖାଇଥିଲେ ଗ୍ରାମବାସୀ। ତେବେ ଅଧିକାଂଶ ଗ୍ରାମବାସୀଙ୍କୁ ଝାଡ଼ା ବାନ୍ତି ହେବାରୁ ଏକ ଡ଼ାକ୍ତରୀ ଦଳ ଗ୍ରାମକୁ ଯାଇ ଚିକିତ୍ସା ଆରମ୍ଭ କରିଥିଲେ। ତେବେ ଗତକାଲି ୧୨ ଜଣ ଗୁରୁତର ହୋଇ ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିବା ବେଳେ ଆଜି ସକାଳୁ ଆଉ ଜଣେ ଗୁରୁତର ହୋଇ ଶିର୍ଶା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ତେବେ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏକ ସ୍ଵତନ୍ତ୍ର ଟିମ ଗ୍ରାମକୁ ଗସ୍ତ କରିଥିବା ସୂଚନା ମିଳିଛି । ତେବେ କିଭଳି ପରିସ୍ଥିତିରେ ଏଭଳି ଘଟଣା ଘଟିଛି ତାକୁ ନେଇ ଚାଲିଛି ତଦନ୍ତ।