ପ୍ରମୂଖ ଖବର
  • ଜଳେଶ୍ବର : ଘର ପାଖରେ ଖେଳୁଥିବା ବେଳେ ପାଣିରେ ବୁଡି ଦୁଇ ଭଉଣୀ ମୃତ
  • ||
  • ଭୁବନେଶ୍ୱର : ସିଲିଣ୍ଡର ତିଆରି କମ୍ପାନୀରେ ଅଗ୍ନିକାଣ୍ଡ, ନିଆଁ ଲିଭାଇବା ପାଇଁ ଅଗ୍ନିଶମ ବାହିନୀର ଉଦ୍ୟମ ଜାରି
  • ||
  • ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ତାରିଣୀ ମନ୍ଦିର ବିକାଶ ପାଇଁ ୨୧୫ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଡିପିଆର୍ ପ୍ରସ୍ତୁତ
  • ||
  • ଗଜପତି : ଠାକୁର ଦର୍ଶନ ବେଳେ ମହୁମାଛି ଆକ୍ରମଣ, ୨୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ଏପ୍ରିଲ ୧୬ରୁ ଯୁକ୍ତ ୩ ନାମଲେଖା ଆବେଦନ ଆରମ୍ଭ, ଜୁଲାଇ ୧୦ ସୁଦ୍ଧା ଆରମ୍ଭ ହେବ ପାଠ ପଢା
  • ||
  • ସୁନ୍ଦରଗଡ଼ : ମା' ହତ୍ୟାର ପ୍ରତିଶୋଧ, ଜେଲ୍‌ ଫେରନ୍ତା ବାପାକୁ ହତ୍ୟା କଲା ପୁଅ
  • ||
  • ଓଡ଼ିଆ ନବବର୍ଷର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • କୋରାପୁଟ : ବେପାରୀଙ୍କ ଗାଡ଼ିରେ ଲାଗିଲା ନିଆଁ, ଲକ୍ଷାଧିକ ଟଙ୍କାର ଲୁଗାପଟା ପୋଡ଼ି ପାଉଁଶ
  • ||
  • IPL 2025: ସୁପରକିଙ୍ଗ୍‌ସକୁ ଭେଟିବ ସୁପରଜାଏଣ୍ଟ୍‌ସ, ପରାଜୟରେ ବ୍ରେକ ଲାଗି ସବୁ ଶକ୍ତି ଖଟାଇବ ଧୋନୀ ସେନା
  • ||
  • ପିଏନ୍‌ବି ଘୋଟାଲ; ବେଲଜିୟମରୁ ବନ୍ଧା ହେଲା ପଳାତକ ମେହୁଲ ଚୋକସି
  • ||
  • ସୋମବାର ଦିନିକିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଘଟଗାଁ ବାସିନୀ ମା' ତାରିଣୀଙ୍କୁ କରିବେ ଦର୍ଶନ
  • ||
  • ଆସନ୍ତା ୬ ଦିନ ଯାଏ କାଳବୈଶାଖୀ ଆଶଙ୍କା, ଆଜି ୭ ଜିଲ୍ଲାରେ ଝଡ଼ ବର୍ଷା ନେଇ ଆଲର୍ଟ ଜାରି
  • ||

ବିଏଲ୍‌ଏ ପ୍ରତି ଏବେ ବି ପାକିସ୍ତାନ ସରକାରଙ୍କ ମନରେ ଭୟ, ରାତି ହେଲେ ବନ୍ଦ ହୋଇଯାଉଛି ଟ୍ରେନ୍ ଚଳଚଳ

Published By : Prameya | April 14, 2025 2:48 PM

ନୂଆଦିଲ୍ଲୀ,୧୪।୪: ପାକିସ୍ତାନ ମନରୁ ଯାଇନି ଜାଫର ଏକ୍ସପ୍ରେସ୍ ହାଇଜାକ୍ ଘଟଣା। ଏବେ ବି ରହିଛି ବେଲୁଚ ଲିବରେସନ୍ ଆର୍ମି ବା ବିଏଲଏ ପ୍ରତି ଭୟ`। ସେଥିପାଇଁ ବେଲୁଚିସ୍ତାନ ଯାତ୍ରା କରୁଥିବା ଟ୍ରେନ୍‌କୁ ରାତି ହେବା ଆଗରୁ ଅଧାବାଟରେ ଅଟକାଇ ଦିଆଯାଇଛି। ରବିବାର କରାଚୀରୁ କ୍ବେଟାକୁ ଯାଉଥିବା ବୋଲାନ ଏକ୍ସପ୍ରେସ୍‌କୁ ଜ୍ୟାକବାବାଦରେ ଅଟାଇଥିଲା ପାକିସ୍ତାନ ରେଲଓ୍ବେ।  ଆଗକୁ ଟ୍ରେନ୍ ଚଳାଚଳର ସମୟରେ ମଧ୍ୟ ହେବାକୁ  ଯାଉଛି ପରିବର୍ତ୍ତନ।

ରାତିରେ ବେଲୁଚିସ୍ତାନକୁ ଟ୍ରେନ ଚଳାଚଳ ସେବା ବନ୍ଦ କରିଛନ୍ତି ପାକିସ୍ତାନ  ସରକାର।  ରବିବାର ରାତିରେ କରାଚୀରୁ କ୍ବେଟା ଅଭିମୁଖେ ବାହାରିଥିବା ବୋଲାନ୍ ଏକ୍ସପ୍ରେସ୍ ଟ୍ରେନ୍ ଜ୍ୟାକବାବାଦ ଷ୍ଟେସନରେ ଅଟକିଥିଲା। ଏହା କାରଣ ଥିଲା ସୁରକ୍ଷାକୁ ନେଇ ଭୟ। କାରଣ କିଛି ଦିନ ତଳେ ବିଏଲଏ ବିଦ୍ରୋହୀ ପ୍ରାୟ ୫୦୦ ଯାତ୍ରୀଙ୍କୁ ନେଇ ଯାଉଥିବା ଜାଫର ଏକ୍ସପ୍ରେସକୁ ଅପହରଣ କରିନେଇଥିଲା। ପ୍ରାୟ ୨୪ ଘଣ୍ଟା ଅପରେସନ୍ ପରେ ବଲୁଚ ବିଦ୍ରୋହୀ ଏହି ଲୋକଙ୍କୁ ଛାଡିଥିଲେ। ତେବେ ଏହି ସମୟରେ ବିଏଲଏ ବିଦ୍ରୋହି ୧୦ ପଞ୍ଜାବୀଙ୍କୁ ଗୁଳି କରି ହତ୍ୟା କରିଥିଲେ। ସେହି କାରଣରୁ ଏବେ ବି ବିଏଲଏ ଭୟରେ ରହିଛି ପାକିସ୍ତାନ ରେଲଓ୍ବେ। ରାତି ହେବାମାତ୍ରେ ବେଲୁଚିସ୍ତାନକୁ ଟ୍ରେନ୍ ଚଳଚଳ ହୋଇଯାଉଛି ବନ୍ଦ। 

ରେଲଓ୍ବେ ଅଧିକାରୀମାନେ ରବିବାର ସିନ୍ଧ ପ୍ରଦେଶର ଜ୍ୟାକବାବାଦ ଷ୍ଟେସନ୍ ମାଷ୍ଟରଙ୍କୁ କହିଥିଲେ ଟ୍ରେନ୍ ରୋକି ଦିଅ। ଅଧିକାରୀଙ୍କ କହିବା ଅନୁସାରେ,ଟ୍ରେନ୍ ଆଗକୁ ବଢିବାପାଇଁ ସିକ୍ୟୁରିଟି କ୍ଳିଅରାନ୍ସ ମିଳୁନଥିଲ। ଏଭଳି ସ୍ଥିତିରେ ଟ୍ରେନ୍ରେ ଯାତ୍ରା କରିବା ଠିକ୍ ନୁହେଁ। ସ୍ଥିତି ଏଭଳି ହୋଇଯାଇଥିଲା ଯେ, ୧୫୦ ଜଣ ଯାତ୍ରୀଙ୍କୁ ଜ୍ୟାକବାବାଦରେ ହିଁ ଓହ୍ଲାଇ ଦିଆଯାଇଥିଲା। ସେମାନଙ୍କୁ ବସ୍ କିମ୍ବା ଟାକ୍ସିରେ କ୍ବେଟାରେ ପହଁଞ୍ଚା ଯାଇଥିଲା। ପାକିସ୍ତାନ ରେଲଓ୍ବେ ସିଇଓ ଆମିର ଅଲ୍ଲୀ ବଲୋଚ କହିଛନ୍ତି, ବୋଲାନ ମେଲକୁ ବହୁ ଘଣ୍ଟା ପର୍ଯ୍ୟନ୍ତ ଛିଡା କରାଯାଇଥିଲା। ଏ ଆଗକୁ ବଢିବା ପାଇଁ ସିକ୍ୟୁରିଟି କ୍ଲିଅରାନ୍ସ ମିଳିପାରୁନଥିଲା। ଏଭଳି ସ୍ଥିତିରେ ଅସୁରକ୍ଷିତ ମନେକରି ଟ୍ରେନ୍‌କୁ ଆଗକୁ ନେବା ଠିକ୍ ଲାଗିନଥିଲା। କେବଳ ସେତିକି ନୁହେଁ ଯେଉଁ ଯାତ୍ରୀଙ୍କୁ ବସ୍‌ରେ ଗନ୍ତବ୍ୟ ସ୍ଥଳକୁ ପଠାଯାଇଥିଲା ତାଙ୍କୁ ମଧ୍ୟ କଡ଼ା ସୁରକ୍ଷାରେ ନିଆଯାଇଥିଲା। ସେପଟେ ଏହାକୁ ନେଇ ପାକିସ୍ତାନର ରେଳଯାତ୍ରୀମାନେ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେମାନେ କହିଛନ୍ତି ଏଭଳି ଭାବରେ ଟ୍ରେନ୍‌କୁ ଅଧାରେ ରୋକିବା ସରକାର ଓ ପ୍ରଶାସନର ବିଫଳତା। ଲୋକଙ୍କ ଭିତରେ ଅସନ୍ତୋଷ ପରେ ମଙ୍ଗଳବାରରୁ ବୋଲାନ ମେଲ୍ ଟାଇମିଂରେ ପରିବର୍ତ୍ତନ କରାଯିବ। ଏବେ ଏହି ଟ୍ରେନ ରାତି ୭ଟା ବଦଳରେ ଅପରାହ୍ନ ୩ଟାରେ ଯାତ୍ରା ଆରମ୍ଭ କରିବ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.