ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ରିଟାୟରମେଣ୍ଟ ଉପରେ ଡେଭିଡ ଓ୍ବାର୍ଣ୍ଣର ଲଗାଇଲେ ରୋକ୍, ବିଶ୍ବକପ୍ ୨୦୨୭ଖେଳିବା ଉପରେ ଦେଲେ ବଡ଼ ସଙ୍କେତ

ନୂଆଦିଲ୍ଲୀ,୨୧/୧୧ : ରିଟାୟରମେଣ୍ଟର ଚର୍ଚ୍ଚା ଉପରେ ରୋକ୍ ଲଗାଇଲେ ଡେଭିଡ ଓ୍ବାର୍ଣ୍ଣର । କହିଲେ ୨୦୨୭ବିଶ୍ବକପରେ ଖେଳୁଥିବା ନଜର ଆସିବେ । ଓ୍ବାର୍ଣ୍ଣର ୨୦୨୩ବିଶ୍ବକପରେ ବିଜୟୀ ଅଷ୍ଟେ୍ରଲିଆ ସ୍କ୍ବାଡ଼ର ମୁଖ୍ୟ ଭୂମିକାରେ ଥିଲେ । ଓ୍ବାର୍ଣ୍ଣର ଅଷ୍ଟେ୍ରଲିଆ ଲାଗି ଟୁର୍ଣ୍ଣାମେଣ୍ଟରେ ସବୁଠାରୁ ଅଧିକ ରନ୍ କରିଥିବା ଖେଳାଳୀ ରହିଛନ୍ତି । ଏହା ମଧ୍ୟରେ ବାମ ହାତୀର ଅଷ୍ଟେ୍ରିଲଆ ବ୍ୟାଟର ଏକ୍ସରେ ସେୟାର କରାଯାଇଥିବା ଏକ ପୋଷ୍ଟ ଉପରେ ରିଆକ୍ଟ କରି ସିଧାସଳଖ କହିଛନ୍ତି କି ଆଗାମୀ ବିଶ୍ବକପ ୨୦୨୭ଖେଳିବେ । 

ଓ୍ବାର୍ଣ୍ଣର ଏବେ ୩୭ବର୍ଷୀୟ । ସେ ୨୦୨୩ର ଆରମ୍ଭରେ କହିଥିଲେ କି ପାକିସ୍ତାନ ବିପକ୍ଷରେ ଡିସେମ୍ବର ଏବଂ ଜାନୁଆାରୀରେ ଖେଳାଯିବାକୁ ଥିବା ଟେଷ୍ଟ ସିରିଜ ତାଙ୍କ ପାଇଁ ଶେଷ ହେବ । ମାତ୍ର ଓ୍ବାର୍ଣ୍ଣର ଦିନିକିଆ କ୍ରିକେଟରେ ଖେଳ ଜାରି ରଖିବେ । ଏକ୍ସରେ କରାଯାଇଥିବା ଏକ ପୋଷ୍ଟରେ ଲେଖାଯାଇଥିଲା କି ଓ୍ବାର୍ଣ୍ଣରଙ୍କ ଦିନିକିଆ କ୍ୟାରିୟର ଖୁବ୍ ଭଲ ରେକର୍ଡ୍ସ ସହ ଶେଷ ହେବ । ଏହି ପୋଷ୍ଟରେ ଜବାବ ଦେଇ ଓ୍ବାର୍ଣ୍ଣ ରିପ୍ଲାଇ ଦେଇଛନ୍ତି କି, ‘କିଏ କହିଲା ମୋର ଶେଷ ହୋଇଗଲା ‘। ସେ ସିଧାସଳଖ ସଫାସଫା ସଙ୍କେତ ଦେଇଛନ୍ତି କି ସେ ଦିନିକିଆ କ୍ରିକେଟରେ ଖେଳ ଜାରି ରଖିବେ ଏବଂ ଦିନିକିଆ ବିଶ୍ବକପ ୨୦୨୭ବି ଖେଳିବେ । 

ଓ୍ବାର୍ଣ୍ଣର ଅଷ୍ଟେ୍ରଲିଆ ଲାଗି ବିଶ୍ବକପ ୨୦୨୩ରେ ସବୁଠାରୁ ଅଧିକ ରନ୍ କରିଥିଲେ । ସେ ୧୧ମ୍ୟାଚର ୧୧ପାଳିରେ ୪୮.୬୪ପ୍ରତିଶତ ଏବଂ ୧୦୮.୩୦ର ଷ୍ଟ୍ରାଇକ ରେଟରେ ୫୩୫ରନ୍ କରିଥିଲେ, ଯେଉଁଥିରେ ଦୁଇଟି ଶତକ ସାମିଲ ରହିଛି । ତାଙ୍କର ହାଇ ସ୍କୋର ୧୬୩ରନର ରହିଛି, ଯାହା ପାକିସ୍ତାନ ବିପକ୍ଷରେ କରିଥିଲେ । 

ଓ୍ବାର୍ଣ୍ଣର ଅଷ୍ଟେ୍ରଲିଆ ଲାଗି ତିନୋଟି ଫର୍ମାଟରେ ଖେଳିଥାନ୍ତି  । ସେ ଏବେ ପର୍ଯ୍ୟନ୍ତ ୧୦୯ଟେଷ୍ଟ, ୧୬୧ଦିନିକିଆ ଏବଂ ୯୯ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି । ଟେଷ୍ଟରେ ୧୯୯ପାଳିରେ ସେ ୮୪୮୭ରନ୍, ଦିନିକିଆରେ ୧୫୯ ପାଳିରେ ୬୯୩୨ ଏବଂ ଟି-୨୦ଅନ୍ତର୍ଜାତୀୟ ମ୍ୟାଚରେ ୯୯ପାଳିରେ ୨୮୯୪ରନ୍ କରିଛନ୍ତି । ଟେଷ୍ଟରେ ତାଙ୍କ ବ୍ୟାଟରୁ ୨୨, ଦିନିକିଆରେ ୨୨ ଏବଂ ଟି-୨୦ଅନ୍ତର୍ଜାତୀୟ ମ୍ୟାଚରେ ୧ଶତକ ବାହାରିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.