ପ୍ରମୂଖ ଖବର
  • ମାଲକାନଗିରି : ଆତ୍ମସମର୍ପଣ କଲେ ୩ ହାର୍ଡକୋର ମାଓବାଦୀଙ୍କ ୮ ନକ୍ସଲ, ତନ୍ମଧ୍ୟରୁ ଜଣେ ମହିଳା
  • ||
  • କଣ୍ଟାବାଞ୍ଜି : ଘରୋଇ ସ୍କୁଲର ମହିଳା ଆକାଉଣ୍ଟାଣ୍ଟଙ୍କୁ ହତ୍ୟା! ତଦନ୍ତ କରୁଛି ପୋଲିସ
  • ||
  • ସମ୍ୱଲପୁର : ମଶାଣି ନିକଟରୁ ଅଜଣା ଗଳିତ ମୃତଦେହ ଉଦ୍ଧାର, ହତ୍ଯା ସନ୍ଦେହ
  • ||
  • ନୂଆପଡ଼ା : ଜମିବାଡ଼ିକୁ ନେଇ ଗଣ୍ଡଗୋଳ, ୩ ଗୁରୁତର
  • ||
  • ଭରତପୁର ଥାନାରେ ଲାଗିବ ୨୫ ସିସିଟିଭି, ଆରମ୍ଭ ହେଲା ପ୍ରକ୍ରିୟା
  • ||
  • ଭୁବନେଶ୍ୱର : ବନ୍ଦ ଡାକରା ପ୍ରତ୍ୟାହାର କଲା ବିଜେଡି, ହେବନି ଆନ୍ଦୋଳନ
  • ||
  • ବଲାଙ୍ଗୀର : ବଲାଙ୍ଗୀରରେ କମୁନି ଦାଦନ ଦୁଃଖ; ଚାଲାଣ ବେଳେ ୧୨ ଶ୍ରମିକ ଉଦ୍ଧାର, ୨ ଦଲାଲ ଗିରଫ
  • ||
  • ଚୌଦ୍ୱାର : ବିରୂପା ବ୍ୟାରେଜ ନିକଟରେ ନଦୀକୁ ଡେଇଁ ଯୁବକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ମାଲକାନଗିରି : ଡଙ୍ଗା ଚଳାଇ ଚିତ୍ରକୋଣ୍ଡା ଗାଁକୁ ଗଲେ ବିଧାୟକ, ଲୋକଙ୍କ ଦୁଃଖ ପଚାରି ବୁଝିଲେ
  • ||
  • ଭରତପୁର ଥାନାରେ ହଙ୍ଗାମା ଘଟଣା: କିଏ ସତ କହୁଛି ? ମିଛଧରା ପରୀକ୍ଷାକୁ ଭରସା କରିଛି କ୍ରାଇମ୍‌ବ୍ରାଞ୍ଚ
  • ||
  • ଚାନ୍ଦବାଲି : ଅଙ୍ଗନବାଡ଼ି କେନ୍ଦ୍ରରେ ୧୫ ଦିନ ହେଲା ଝୁଲୁଛି ତାଲା, ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ
  • ||
  • ରାଉରକେଲାରେ ଲଜ୍ଜ୍ୟା: ନାବାଳିକାଙ୍କୁ ଅପହରଣ ପରେ ଗଣଦୁଷ୍କର୍ମ, ମୋବାଇଲ ଟ୍ରାକିଂରୁ ଧରାପଡ଼ିଲେ ୩ ଅଭିଯୁକ୍ତ
  • ||
  • ନବରଙ୍ଗପୁର : ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଘଟଣା : ୬ ଘଣ୍ଟା ବନ୍ଦ ଡାକରା ଦେଲା ଜୟ ତେନ୍ତୁଳୀଖୁଣ୍ଟି ସାମାଜିକ ସଂଘଠନ, ୨୦ଲକ୍ଷ ଟଙ୍କା କ୍ଷତିପୂରଣ ଦାବି
  • ||
  • ଆଜି ଜନଅଭିଯୋଗ ଶୁଣାଣି କରିବେ ମୁଖ୍ୟମନ୍ତ୍ରୀ, ସର୍ବାଧିକ ୧୦୦୦ଟି ଅଭିଯୋଗର ଶୁଣାଣି ହେବ
  • ||
  • ୨୪ ଘଣ୍ଟାରେ ସୃଷ୍ଟି ହୋଇପାରେ ଲଘୁଚାପ: ୪ ଦିନ ପ୍ରବଳ ବର୍ଷିବ, ୧୨ ଜିଲ୍ଲାକୁ ଆଲର୍ଟ ଜାରି
  • ||

ଏଟିଏମ୍‌ରୁ ଏବେ ଟଙ୍କା ବାହାର କରିବା ପଡ଼ିବ ମହଙ୍ଗା

ନୂଆଦିଲ୍ଲୀ : ଯଦି ଆପଣ ଏଟିଏମ୍‌ ମେସିନ୍‌ରୁ କ୍ୟାସ୍‌ ବାହର କରୁଛନ୍ତି ତ ଆପଣଙ୍କ ପାଇଁ ଏହି ଖବର କାମରେ ଆସିପାରେ। ଏବେ ଏଟିଏମରେ ସ୍ଥିର ହୋଇଥିବା ଫ୍ରି ଲିମିଟ୍‌ ପରେ ଟଙ୍କା ବାହାର କରିବା ଉପରେ ଅଧିକ ଚାର୍ଜ ଦେବାକୁ ପଡ଼ିପାରେ। ଉଲ୍ଲେଖନୀୟ ଯେ, ଦେଶର ଏଟିଏମ୍‌ ଅପରେଟର ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ (ଆରବିଆଇ) ଓ ଭାରତୀୟ ଜାତୀୟ ଦେୟ ନିଗମ (ଏନପିସିଆଇ)କୁ ସଂପର୍କ କରିଛି। ଏଟିଏମ୍‌ ଅପରେଟର ଇଣ୍ଟରଚେଞ୍ଜ ଚାର୍ଜରେ ବୃଦ୍ଧିନେଇ ଦାବି କରୁଛନ୍ତି। 

କଣ ରହିଛି ଦାବି –

ଇକୋନୋମିକ ଟାଇମ୍ସର ଖବର ମୁତାବିକ, ଏଟିଏମ୍‌ ଉଦ୍ୟୋଗ ପରିସଂଘ (ସିଏଟିଏମଆଇ)ର ଦାବି କି ଇଣ୍ଟରଚେଞ୍ଜ ଫିସ୍‌କୁ ବଢାଇ ପ୍ରତି ଟ୍ରାଞ୍ଜାକ୍ସନରେ ସର୍ବାଧିକ ୨୩ ଟଙ୍କା କରାଯାଉ। ଏହା ମାଧ୍ୟମରେ ବ୍ୟବସାୟ ପାଇଁ ଅଧିକ ଫଣ୍ଡିଂ ସୁନିଶ୍ଚିତ କରିବାରେ ସାହାଯ୍ୟ ମିଳିବ। ଏଟିଏମ୍‌ ମେକର ଏଜିଏସ୍‌ ଟ୍ରାଞ୍ଜାକ୍ଟ ଟେକ୍ନୋଲଜିଜ୍‌ର କାର୍ଯ୍ୟକାରୀ ନିର୍ଦ୍ଦେଶକ ଷ୍ଟେନଲୀ ଜନସନ କହିଛନ୍ତି ଇଣ୍ଟରଚେଞ୍ଜ ରେଟ୍‌ ଦୁଇ ବର୍ଷ ପୂର୍ବେ ବଢା ଯାଇଥିଲା। ଆମେ ଆରବିଆଇ ସହ ସଂପର୍କ କରୁଛୁ ଏବଂ ଏମିତି ଲାଗୁଛି କି ସେ ବୃଦ୍ଧିକୁ ନେଇ ସମର୍ଥନ କରିଥାନ୍ତି । ଆମେ ଅର୍ଥାତ୍‌ ସିଏଟିଏମଆଇ ଚାର୍ଜକୁ ୨୧ ଟଙ୍କା ପର୍ଯ୍ୟନ୍ତ ବଢାଇବାକୁ ଅନୁରୋଧ କରିଛୁ। ସେଠାରେ ଅନ୍ୟ କିଛି ଏଟିଏମ୍‌ ମେକର୍ସ ଏହାକୁ ୨୩ ଟଙ୍କା ଯାଏ ବଢାଇବାକୁ ଦାବି କରିଛନ୍ତି। ହେଲେ ଏହି ସମ୍ୱନ୍ଧରେ ଆରବିଆଇ ପକ୍ଷରୁ ଅଫିସିଆଲି ଭାବେ କିଛି କୁହାଯାଇ ନାହିଁ। ଜଣେ ଏଟିଏମ୍‌ ନିର୍ମାତାଙ୍କ ମୁତାବିକ୍ ଇଣ୍ଟରଚେଞ୍ଜ ଚାର୍ଜରେ ବୃଦ୍ଧି ଏନପିସିଆଇ ଦ୍ୱାରା ନିଆ ଯାଇଥିବା ନିର୍ଣ୍ଣୟ , କାରଣ ଦର ତାଙ୍କ ଦ୍ୱାରା ସ୍ଥିର କରାଯାଏ। 

୨୦୨୧ରେ ହୋଇଥିବା ବୃଦ୍ଧି – 

କହି ରଖୁଛୁ କି , ୨୦୨୧ ମସିହାରେ ଏଟିଏମ୍‌ ଟ୍ରାଞ୍ଜାକ୍ସନରେ ଇଣ୍ଟରଚେଞ୍ଜ ଚାର୍ଜ ୧୫ଟଙ୍କାରୁ ବୃଦ୍ଧି କରାଯାଇ ୧୭ ଟଙ୍କା କରି ଦିଆ ଯାଇଛି। ଏଟିଏମ୍‌ ଇଣ୍ଟରଚେଞ୍ଜ ସେହି ଚାର୍ଜ , ଯାହା କାର୍ଡ ଜାରି କରୁଥିବା ବ୍ୟାଙ୍କ୍‌ ପକ୍ଷରୁ ସେହି ବ୍ୟାଙ୍କକୁ ଦିଆ ଯାଏ, ଯେଉଁଠି କାର୍ଡର ବ୍ୟବହାର ନଗଦ ଅର୍ଥ ବାହାର କରିବାକୁ କରାଯାଏ। ଇଣ୍ଟରଚେଞ୍ଜ ଚାର୍ଜ ଅଧିକ ହେବା କାରଣରୁ ମୂଲ୍ୟର ଭରଣା ପାଇଁ ବ୍ୟାଙ୍କ ଗ୍ରାହକଙ୍କ ଠାରୁ ଫ୍ରି ଟ୍ରାଜାକ୍ସନ ପାଇଁ ଯାଉଥିବା ଚାର୍ଜରେ ବୃଦ୍ଧି କରି ପାରିବେ। ଏବେ ଗ୍ରାହକଙ୍କୁ ଟ୍ରାଜାକ୍ସନ ପରେ ୨୧ ଟଙ୍କାଯାଏ ଚାର୍ଜ ନିଆଯାଇଛି। 

ବର୍ତ୍ତମାନ ସମୟରେ ସେଭିଂ ଆକାଉଣ୍ଟହୋଲ୍ଡର ପାଇଁ ଏକ ମାସରେ ସର୍ବନିମ୍ନ ୫ଟି ଟ୍ରାଞ୍ଜାକ୍ସନ ଫ୍ରି ଅଛି। ସେପଟେ , କିଛି ଏମିତି ମଧ୍ୟ ବ୍ୟାଙ୍କ ଅଛି , ଯେଉଁ ଏଟିଏମ୍‌ରେ ୩ଟି ନେଣଦେଣ ମୁକ୍ତ ରହିଛି। ଏହାପରେ ଅଲଗା ଅଲଗା ବ୍ୟାଙ୍କ୍‌ ଏଟିଏମର ଚାର୍ଜ ମଧ୍ୟ ଅଲଗା ଅଲଗା ପ୍ରକାରର ହୋଇଥାଏ । 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.