ମୁମ୍ବାଇ,୭/୬: ରୋହିତ ସେଟ୍ଟୀଙ୍କ ନିର୍ଦ୍ଦେଶିତ ଆଗାମୀ ଫିଲ୍ମ 'ସିଙ୍ଗହମ୍ ଏଗେନ୍'। ଏଥିରେ ନଜର ଆସିବାକୁ ନେଇ ଚର୍ଚ୍ଚାରେ ଅଛନ୍ତି ଅର୍ଜୁନ କପୁର । ସେ ଫିଲ୍ମରେ ପ୍ରଥମଥର ପାଇଁ ଖଳନାୟକ ଭୂମିକାରେ ନଜର ଆସିବେ । ତେବେ ଫିଲ୍ମ ରିଲିଜ ପୂର୍ବରୁ ନିକଟରେ ଅର୍ଜୁନ ଅଷ୍ଟ୍ରିଆର ଏକ ମେଡିକାଲ ହେଲଥ ରିସର୍ଟରେ କିଛି ଦିନ ବିତାଇଥିଲେ। ଯାହାର ଫଟୋ ଅଭିନେତା ବର୍ତ୍ତମାନ ତାଙ୍କ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଫଟୋରେ ସେ ଡାକ୍ତରଖାନା ବେଡରେ ବସିଥିବା ଦେଖିବାକୁ ମିଳିଛି ।ଯାହା ପ୍ରଶଂସକଙ୍କ ପାଇଁ ଚିନ୍ତା ବଢ଼ାଇଦେଇଛି ।
ଅର୍ଜୁନ କପୁରଙ୍କ ଦ୍ୱାରା ସେୟାର କରାଯାଇଥିବା ଫଟୋଗୁଡ଼ିକ ମଧ୍ୟରୁ ଗୋଟେ ଫଟୋରେ ଅଭିନେତାଙ୍କ ହାତରେ ଆଇଭି ଡ୍ରିପ ଲାଗିଥିବା ଦେଖିବାକୁ ମିଳିଛି । ତେବେ ତାଙ୍କର ଏହି ଫଟୋ ପ୍ରଶଂସକଙ୍କ ଚିନ୍ତା ବଢ଼ାଇଥିବା ବେଳେ ଏବେ ଏହା ପଛର କାରଣ ସାମ୍ନାକୁ ଆସିଛି । ଜାତୀୟ ଗଣାମଧ୍ୟମ ଇଣ୍ଡିଆ ଟୁଡେ ରିପୋର୍ଟ ଅନୁଯାୟୀ ଅର୍ଜୁନ ଅସୁସ୍ଥ ନ ଥିଲେ ବରଂ ଭିଟାମିନ ଥେରାପି ନେଉଥିବା ଜଣାପଡିଛି ।