ଭୁବନେଶ୍ବର,୪।୨ : ମାଳବିହାରପୁରରେ ପିକ୍ଅପ୍ ଭ୍ୟାନ ଓଲଟି ଦଶମ ଶ୍ରେଣୀ ଛାତ୍ର ସୌମ୍ୟ ରଂଜନ ବେହେରାଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାକୁ ନେଇ କଟକ ଜିଲ୍ଲାପାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଚି। ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ଅଂଶୁପା କଲେଜ ଅଧ୍ୟକ୍ଷ ପ୍ରଦୀପ ସାହୁଙ୍କୁ ପଦବୀରୁ ହଟାଇ ଦିଆଯାଇଛି। ତାଙ୍କ ସ୍ଥାନରେ ମମତା ଶତପଥୀଙ୍କୁ ନୂଆ ଅଧ୍ୟକ୍ଷା ଦାୟିତ୍ବ ଦିଆଯାଇଛି।
ସାଧାରଣତନ୍ତ୍ର ଦିବସରେ ମାଳବିହାରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୨୩ ଛାତ୍ରଛାତ୍ରୀଙ୍କୁ ନେଇ ସରଣ୍ଡା କଲେଜ ପଡ଼ିଆକୁ ଯାଉଥିବା ଏକ ପିକ୍ ଅପ୍ ଭ୍ୟାନ ଓଲଟି ପଡ଼ିଥିଲା। ଯେଉଁଥିରେ ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟମାନେ ଗୁରୁତର ହୋଇଥଲେ। ଏହା ପରେ ଦୁର୍ଘଟଣା ଘଟାଇଥିବା ଡ୍ରାଇଭର ଗିରଫ ହୋଇଥିବାବେଳେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ନିଲମ୍ବିତ କରାଯାଇଥିଲା । ଆଉ ଏବେ ଅଂଶୁପା କଲେଜର ଅଧ୍ୟକ୍ଷଙ୍କୁ ପଦବୀରୁ ହଟାଯାଇଛି।