ପ୍ରମୂଖ ଖବର
  • ଭୁବନେଶ୍ୱର : ସହୀଦ ରାଜକିଶୋର ମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମୁଖ୍ୟମନ୍ତ୍ରୀ
  • ||
  • ଚୌଦ୍ବାର ନିର୍ଗୁଣ୍ଡିରେ ନିକଟରେ ସରିଲା ରେଲୱେ ଟ୍ରକ୍‌ ମରାମତି, ଖୁବ୍‌ଶୀଘ୍ର ଚାଳଚଳ କରିବ ଟ୍ରେନ୍
  • ||
  • ଆନନ୍ଦପୁର : ଟ୍ରଲର୍-ହାଇୱା ମୁହାଁମୁହିଁ ଧକ୍କା: ଡ୍ରାଇଭର୍ ମୃତ, ହେଲପର୍ ଗୁରୁତର
  • ||
  • କଟକ : ଇଦ୍ ଉଲ୍ ଫିତର ଓ ରାମ ନବମୀ ଉତ୍ସବ ପାଇଁ ତିଗିରିଆ ପୋଲିସ୍ ପକ୍ଷରୁ ଫ୍ଲାଗମାର୍ଚ୍ଚ
  • ||
  • ଭୁବନେଶ୍ୱର : ଜମି ବାଡ଼ି ବିବାଦକୁ ନେଇ ବନଦୂର୍ଗା ବସ୍ତି ପାଲଟିଲା ରଣକ୍ଷେତ୍ର, ସାନ ଭାଇକୁ ଗୁଣ୍ଡା ଲଗାଇ ହାଣିଲା ବଡ ଭାଇ
  • ||
  • ଶ୍ରୀବିଗ୍ରହଙ୍କ ଖସାପଡ଼ା ନୀତ, ଅପରାହ୍ନ ୫ ଟାରୁ ରାତି ୧୦ଟା ସର୍ବସାଧାରଣ ଦର୍ଶନ ମନା
  • ||
  • ସୋମବାରଠୁ ରାଜ୍ୟରେ କମିବ ତାତିର ପ୍ରକୋପ, ଏପ୍ରିଲ ୨ରୁ ୫ ଯାଏ ଓଡ଼ିଶାରେ ବର୍ଷା ସମ୍ଭାବନା
  • ||

ମିଆଁମାରରେ ପୁଣି ଭୂକମ୍ପ, ରିକ୍ଟରରେ ସ୍କେଲରେ ତୀବ୍ରତା ୫.୧ ରେକର୍ଡ

Published By : Prameya | March 29, 2025 4:59 PM

ନୂଆଦିଲ୍ଲୀ,୨୯।୩: ପୁଣି ଥରିଲା ମିଆଁମାର। ଭୟଙ୍କର ଭୂକମ୍ପର ଦିନକ ପରେ ଶନିବାର ଅନୁଭୂତ ହୋଇଛି ଝଟକା। ରିକ୍ଟର ସ୍କେଲରରେ ଏହାର ତୀବ୍ରତା ଥିଲା ୫.୧। ୟୁନାଇଟେଡ୍ ଷ୍ଟେଟସ୍ ଜିଓଲୋଜିକାଲ ସର୍ଭେର ରିପୋର୍ଟ ଅନୁସାରେ, ଦେଶରେ ଆସିଥିବା ବିନାଶକାରୀ ଭୂକମ୍ପର ଦିନକ ପରେ ଏହା ଅନୁଭୂତ ହୋଇଛି। ମିଆଁମାରର ରାଜଧାନୀ ନେପିତାରେ ମଧ୍ୟାହ୍ନ ୨ଟା ୫୦ ମିନିଟ୍‌ରେ ଏହି ଭୂକମ୍ପ ଆସିଥିଲା। ଯାହାର କେନ୍ଦ୍ରସ୍ଥଳ ୧୦ କିଲୋମିଟର ଗଭୀର ଥିଲା।  ମିଆଁମାରରେ ଦୁଇ ଦିନ ମଧ୍ୟରେ ୩ ଥର ଭୂକମ୍ପ ଆସି ସାରିଛି। ତେବେ ତାଜା ଝଟକାରେ  ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତି ତଥ୍ୟ ମିଳିନି।

ନେପିତାରେ ଭୂକମ୍ପ ସେତେବେଳେ ଆସିଥିଲା, ଯେତେବେଳେ ଅଧିକାରୀମାନେ କ୍ଷତିଗ୍ରସ୍ତ ସଡକର ମରାମତିରେ ଲାଗିଥିଲେ। ସହରର ଅଧିକାଂଶ ସ୍ଥାନଳରେ ବିଜୁଳି, ଫୋନ୍ ଓ ଇଣ୍ଟରନେଟ୍ ସେବା ବନ୍ଦ ରହିଛି। ମିଆଁମାରରେ ଜାତୀୟ ଜରୁରୀ ସ୍ଥିତି ଘୋଷଣା କରାଯାଇଥିବା ବେଳେ ଥାଇଲ୍ୟାଣ୍ଡର ବ୍ୟାଙ୍କକ୍‌କୁ ଇମର୍ଜେନ୍ସି ଜୋନ୍‌ ଘୋଷଣା କରାଯାଇଛି । ଉଭୟ ରାଷ୍ଟ୍ରରେ ବିଶାଳ ଉଦ୍ଧାର ଅଭିଯାନ ଆରମ୍ଭ ହୋଇଛି ।

ଉଲ୍ଲେଖନୀୟ ଯେ,ମ୍ୟାମାର ଓ ଥାଇଲାଣ୍ଡରେ ଶକ୍ତିଶାଳୀ ଭୂକମ୍ପରେ ଏପର୍ଯ୍ୟନ୍ତ ୧ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୨୩୦୦ରୁ ଅଧିକ ଆହତ ହୋଇଛନ୍ତି।‌ ଶୁକ୍ରବାର ମିଆଁମାରରେ  ୭.୭ ଓ ୬.୪ ତୀବ୍ରତାରେ ଆସିଥିବା ଦୁଇଟି ଭୂକମ୍ପ ପ୍ରବଳ କ୍ଷୟକ୍ଷତି କରିଛି।  ଏହା ସହ ପଡୋଶୀ ଦେଶ ଥାଇଲାଣ୍ଡରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା। ଭୂକମ୍ପ କାରଣରୁ ସୁଉଚ୍ଚ ଅଟାଳିକା ତାସ ଘର ଭଳି ଭୁଶୁଡି ପଡିଥିଲା।   

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.