ପ୍ରମୂଖ ଖବର
  • ମନ୍ତ୍ରୀଙ୍କ ଓଏସ୍‌ଡି, ବ୍ୟକ୍ତିଗତ ସଚିବ ନିଯୁକ୍ତି ପାଇଁ ମାର୍ଗଦର୍ଶିକା: ସିସିଆର୍‌ ଭଲ ନ ଥିଲେ ମିଳିବନି ନିଯୁକ୍ତି
  • ||
  • ଅକ୍ଟୋବର୧୦ରୁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ, ଖୋଲା ଜିପ୍‌ରେ ବସି ଜଙ୍ଗଲ ସଫାରୀର ମଜା ନେବେ ପର୍ଯ୍ୟଟକ
  • ||
  • ଭିଜିଲାନ୍ସ ପଞ୍ଝାରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ବରିଷ୍ଠ ଅଧିକାରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍
  • ||
  • ଫ୍ଲୋରିଡାରୁ ସ୍ପେସ୍‌ଏକ୍ସ ଫାଲକନ୍‌ ରକେଟ୍‌ର ସଫଳ ଲଞ୍ଚ୍, ଗ୍ରହାଣୁ ଉପରେ ଅଧ୍ୟୟନ କରିବ ‘ହେରା ମିଶନ’
  • ||
  • ମଙ୍ଗଳବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଛତିଶା ନିଯୋଗ ବୈଠକ, କାର୍ତ୍ତିକ ମାସ ନୀତି ନିର୍ଘଣ୍ଟରେ ଲାଗିବ ମୋହର
  • ||
  • ମଙ୍ଗଳବାର ଜମ୍ମୁ-କାଶ୍ମୀର ଏବଂ ହରିଆଣା ଭୋଟ ଗଣତି, ମଧ୍ୟାହ୍ନ ସୁଦ୍ଧା ସ୍ପଷ୍ଟହୋଇଯିବ ଜନମତ ଚିତ୍ର
  • ||

ଅଭିବୃଦ୍ଧି ପଥକୁ ଫେରିବେ ରିଲାଏନ୍ସ ଇନଫ୍ରା ଏବଂ ଏନର୍ଜି, ୨ କମ୍ପାନିକୁ ମିଳିବ ୧୭,୬୦୦ କୋଟିର ବୁଷ୍ଟର

ନୂଆଦିଲ୍ଲୀ, ୦୭/୧୦ : ଏକଦା ଚର୍ଚ୍ଚାରେ ଥିବା ଶିଳ୍ପପତି ଅନିଲ ଅମ୍ବାନି ପୁଣି ଥରେ ଆଖିଦୃଶିଆ ପ୍ରତ୍ୟାବର୍ତ୍ତନ କରିବେ । ଅନିଲଙ୍କ ନେତୃତ୍ୱାଧିନ ରିଲାଏନ୍ସର ୨ କମ୍ପାନି ପୁଣି ଥରେ ଟ୍ରାକକୁ ଫେରିବା ସହ ବଡ ଧମାକା କରିବ ବୋଲି ଏବେ ଜୋରଦାର ଚର୍ଚ୍ଚା ହେଉଛି । ଏହି ୨ କମ୍ପାନିକୁ ମିଳିବ ୧୭,୬୦୦ କୋଟିର ବୁଷ୍ଟର । ୨ କମ୍ପାନି ମିଳିତ ଭାବେ ଏଭଳି ପାଣ୍ଠି ଉଠାଣ କରିବାକୁ ସକ୍ଷମ ହେବେ । ସେହିଭଳି କମ୍ପାନି ୨ଟି ଋଣ ମୁକ୍ତ ହେବା ସହ ଅଭିବୃଦ୍ଧିର ଢ଼େର ସମ୍ଭାବନା ରହିଛି । ଏହା ହେଲେ ଅନିଲଙ୍କ ଭାଗ୍ୟ ପୁଣି ଥରେ ଚମକିବ ବୋଲି ମିଡିଆ ରିପୋର୍ଟରେ ପ୍ରକାଶ ପାଇଛି । 

ମିଡିଆ ରିପୋର୍ଟ ମୁତାବକ, ଏହି ୨ କମ୍ପାନି ଇକ୍ୱିଟି ଶେୟାର ଜରିଆରେ ୪୫୦୦ କୋଟି ଟଙ୍କାର ପାଣ୍ଠି ସଂଗ୍ରହ କରିଛି । ସେହିଭଳି ଏଫ୍‌ସିସିବି ଜରିଆରେ ଭର୍ଦି ପାର୍ଟନର ନାମକ ସଂସ୍ଥାଠାରୁ ୭୧୦୦ କୋଟି ଏବଂ କ୍ୟୁଆଇପି ଜରିଆରେ ୬ ହଜାର କୋଟି ଟଙ୍କା ଉଠାଇବା ଯୋଜନା ହାତକୁ ନେଇଛି । ଏବେ କ୍ଷତିରେ ଚାଲୁଥିବା ଅନିଲ ଅମ୍ବାନିଙ୍କ ନେତୃତ୍ୱାଧିନ ରିଲାଏନ୍ସ ଗ୍ରୁପର ରିଲାଏନ୍ସ ଇନଫ୍ରାଷ୍ଟ୍ରକଚର ଏବଂ ରିଲାଏନ୍ସ ପାୱାର ପୁଞ୍ଜି ଉଠାଣ ଯୋଜନା ସହ ଏହାର ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ଦିଗରେ ଅଗ୍ରସର ହେଉଥିବା ନ୍ୟୁଜ ଏଜେନ୍ସି ପିଟିଆଇ ଏହାର ଏକ ରିପୋର୍ଟରେ ପ୍ରକାଶ କରିଛି । 

କମ୍ପାନିର ଜଣେ ଅଧିକାରୀ କହିଛନ୍ତି, ଇକ୍ୱିଟି ଭିତ୍ତିକ ଫରେନ କରେନ୍ସି କନଭର୍ଟିବୁଲ ବଣ୍ଡ ଜରିଆରେ ଏଭଳି ପାଣ୍ଠି ଉଠାଣ ଯୋଜନା ରହିଛି । ୫% ସୁଧହାରରେ ୧୦ ବର୍ଷର ଅବଧି ଲାଗି ଏଭଳି ପାଣ୍ଠି ଉଠାଣ କରାଯିବ । କ୍ୟୁଆଇପି ଜରିଆରେ ଉଭୟ କମ୍ପାନି ୬ ହଜାର କୋଟି ଲେଖାଏ ଉଠାଣ କରିବେ । ଗ୍ରୁପର ଅନ୍ୟ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଏହି ଅର୍ଥକୁ କମ୍ପାନିର ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରାଯିବ । ଇକ୍ୱିଟି ଏବଂ ଇକ୍ୱିଟି ଭିତ୍ତିକ ଦୀର୍ଘମିଆଦି ପାଣ୍ଠି ଜରିଆରେ ଏଭଳି ପାଣ୍ଠି ଉଠାଣ ଲକ୍ଷ୍ୟ ରଖାଯାଇଛି । ଆଗକୁ କମ୍ପାନି ବିଭିନ୍ନ ସମ୍ପ୍ରସାରଣ ଯୋଜନା ଉପରେ କାମ କରୁଛି । ଏହି ଆଧାରରେ ପାଣ୍ଠି ଖର୍ଚ୍ଚ ହେବ । ଅଗାମୀ ଦିନରେ କମ୍ପାନି ଏହାର ସମ୍ପ୍ରସାରଣ ଏବଂ ଭବିଷ୍ୟତ ଆଧାରରେ ପ୍ରାୟ ୫୦ ହଜାର କୋଟି ଟଙ୍କାର ନିବେଶ ନେଇ ଅଗ୍ରସର ହେଉଛି । 

ଉଭୟ କମ୍ପାନି ସେମାନଙ୍କ ନେଟୱର୍ଥକୁ ୨୫ ହଜାର କୋଟି ଟଙ୍କା ଲେଖାଏ ବୃଦ୍ଧି କରିବେ । ପ୍ରିପରେନ୍ସିଆଲ ଇକ୍ୱିଟି ଶେୟାରରୁ ୪୫୦୦ କୋଟି ଏବଂ ପ୍ରମୋଟରଙ୍କ ଦ୍ୱାରା ୧୭୫୦ କୋଟି, ପ୍ରମୁଖ ନିବେଶକ ୩୭୦୦ କୋଟି ଟଙ୍କା ନିବେଶ କରିବେ । ଏ କ୍ଷେତ୍ରରେ ଫର୍ଚ୍ୟୁନ ଫାଇନାନ୍ସିଆଲ, ଫ୍ରଣ୍ଟିୟର ଇନୋଭେସନ ଏଲ୍‌ଏଲ୍‌ପି, ଅଟମ ଇନଭେଷ୍ଟମେଣ୍ଟ ଏବଂ ସନାତନ ଫାଇନାନ୍ସିଆଲ ଆଡଭାଇଜରୀ ଏକ ପ୍ରମୁଖ ଭୂମିକା ନେବେ । ଇକ୍ୱିଟି ଏବଂ ଇକ୍ୱିଟି ଭିତ୍ତିକ ବଣ୍ଡ୍‌ ଦ୍ୱାରା ୧୭ ହଜାର କୋଟି ଟଙ୍କା ଉଠାଣ ହେବ । ଆଗାମୀ ୫ ବର୍ଷରେ କମ୍ପାନି ୫୦ ହଜାର କୋଟି ଟଙ୍କା ଉଠାଣ ନେଇ ଯୋଜନା ହାତକୁ ନେବ । ଏଫ୍‌ସିସିବି ଦ୍ୱାରା ଭର୍ଦି ପାର୍ଟନର ୭୧୦୦ କୋଟି ଟଙ୍କା ଯୋଗାଇ ଦେବ। ଏହା ଦ୍ୱାରା ରିଲାଏନ୍ସ ଇନଫ୍ରା ଏବଂ ରିଲାଏନ୍ସ ପାୱାର ଅଭିବୃଦ୍ଧି ପଥରେ ଅଗ୍ରସର ହେବେ ବୋଲି ଅଧିକାରୀ ଜଣକ କହିଛନ୍ତି।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.