ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ବଣାଇ : ବିଦ୍ୟୁତ ଖୁଣ୍ଟକୁ ପିଟି ଓଲଟିଲା OSRTC ବସ୍‌, ୨୦ ଆହତ
  • ||

ସିମନବାଡ଼ି ହାଇସ୍କୁଲରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ

Published By : Harapriya Sethi | February 7, 2025 1:35 PM

ଦାରିଙ୍ଗବାଡି,୦୭/୦୨: ଦାରିଙ୍ଗବାଡି ବ୍ଲକ ସିମନବାଡ଼ି ଉନ୍ନୀତ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଚଳିତ ବର୍ଷ ବାର୍ଷିକ କ୍ରୀଡା ଉତ୍ସବ ପାଳନ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ସାଂସଦ ପ୍ରତିନିଧି ବିଷ୍ଣୁ ଚରଣ ପ୍ରଧାନ ଯୋଗ ଦେଇଥିବା ବେଳେ ପ୍ରଧାନ ଶିକ୍ଷକ ଶିଶିର ପଟ୍ଟନାୟକ ସଭାପତିତ୍ତ୍ୱ କରିଥିଲେ । ଅତିଥି ଭାବେ ବୁଦ୍ଧିଜୀବୀ ସୁଧୀରସେନ ପରିଛା ଯୋଗ ଦେଇଥିଲେ । 

ଏହି କ୍ରୀଡା ଉତ୍ସବରେ ବିଭିନ୍ନ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ କୃତ କାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ମାନପତ୍ର ସହ ସିଲ୍ ପ୍ରଦାନ କରାଯାଇଥିଲା । ଏଥି ସହିତ ରଙ୍ଗା ରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କ୍ରୀଡା ଶିକ୍ଷକ ସାମନ୍ତ ପ୍ରଧାନ ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷୟତ୍ରୀ ଅଞ୍ଜଳି ପ୍ରଧାନ ସ୍କୁଲର ବାର୍ଷିକ ବିବରଣୀ ପାଠ କରିଥିଲେ । ଶିକ୍ଷୟତ୍ରୀ ସ୍ମିତାରାଣୀ ମହାପାତ୍ର, ଦୀପ୍ତି ନାୟକ, ସନିତା ପ୍ରଧାନ, ବନ୍ଦନା ଜେନା, ଶିକ୍ଷକ ସୌମ୍ୟ ରଞ୍ଜନ ସାହୁ, ଶଙ୍କର ହରିପ୍ରସାଦ ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.