ପ୍ରମୂଖ ଖବର
  • ମନ୍ତ୍ରୀଙ୍କ ଓଏସ୍‌ଡି, ବ୍ୟକ୍ତିଗତ ସଚିବ ନିଯୁକ୍ତି ପାଇଁ ମାର୍ଗଦର୍ଶିକା: ସିସିଆର୍‌ ଭଲ ନ ଥିଲେ ମିଳିବନି ନିଯୁକ୍ତି
  • ||
  • ଅକ୍ଟୋବର୧୦ରୁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ, ଖୋଲା ଜିପ୍‌ରେ ବସି ଜଙ୍ଗଲ ସଫାରୀର ମଜା ନେବେ ପର୍ଯ୍ୟଟକ
  • ||
  • ଭିଜିଲାନ୍ସ ପଞ୍ଝାରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ବରିଷ୍ଠ ଅଧିକାରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍
  • ||
  • ଫ୍ଲୋରିଡାରୁ ସ୍ପେସ୍‌ଏକ୍ସ ଫାଲକନ୍‌ ରକେଟ୍‌ର ସଫଳ ଲଞ୍ଚ୍, ଗ୍ରହାଣୁ ଉପରେ ଅଧ୍ୟୟନ କରିବ ‘ହେରା ମିଶନ’
  • ||
  • ମଙ୍ଗଳବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଛତିଶା ନିଯୋଗ ବୈଠକ, କାର୍ତ୍ତିକ ମାସ ନୀତି ନିର୍ଘଣ୍ଟରେ ଲାଗିବ ମୋହର
  • ||
  • ମଙ୍ଗଳବାର ଜମ୍ମୁ-କାଶ୍ମୀର ଏବଂ ହରିଆଣା ଭୋଟ ଗଣତି, ମଧ୍ୟାହ୍ନ ସୁଦ୍ଧା ସ୍ପଷ୍ଟହୋଇଯିବ ଜନମତ ଚିତ୍ର
  • ||

ବାଇକ୍ ଆରୋହୀଙ୍କ ଉପରେ ଚଢ଼ିଗଲା ଓମ୍ଫେଡ୍ ଗାଡ଼ି, ଜଣେ ମୃତ ୨ ଆହତ

ଭୁବନେଶ୍ଵର, ୦୮/୧୦ : ରାଜଧାନୀରେ ମର୍ମନ୍ତୁଦ ଦୁର୍ଘଟଣା। ଓଭରଟେକ୍ କରିବା ବେଳେ ଅଘଟଣ। ବାଇକ୍ ଆରୋହୀଙ୍କ ଉପରେ ଚଢ଼ିଗଲା ଓମ୍ଫେଡ୍ ଗାଡ଼ି। ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଡମଣା ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି।

ସୂଚନାନୁଯାୟୀ, ପଟିଆରୁ ଜୟଦେବ ବିହାର ଯିବା ରାସ୍ତାର ଗୋଟିଏ ଓମ୍ଫେଡ୍ ଗାଡ଼ି ଓ ଏକ କେଟିଏମ ବାଇକ୍ ଆଗପଛ ହୋଇ ଯାଉଥିଲେ। ନାଲକୋ ଛକରୁ ପଟିଆ ଯାଉଥିବା ରାସ୍ତାରେ ମରାମତି କାର୍ଯ୍ୟ ଚାଲିଥିବାରୁ ଗୋଟିଏ ପଟ ରାସ୍ତାକୁ ସିଲ୍ କରାଯାଇଥିଲା। ରାସ୍ତା ବନ୍ଦ ଥିବାରୁ ରଙ୍ଗ୍ ରୁଟ୍‌ରେ ଗୋଟିଏ ଆଇଚର୍ ଗାଡ଼ି ମାଡ଼ି ଆସିଥିଲା। ବାଇକ୍‌ଟି ଓଭରଟେକ୍ କରିବା ସମୟରେ ହଠାତ୍ ଆଇଚର୍ ଗାଡି ମାଡ଼ି ଆସିବାରୁ ବାଇକ୍ ଆରୋହୀ ଭାଇରାସମ୍ୟ ହରାଇ ଓମ୍ଫେଡ୍ ଗାଡ଼ି ତଳେ ପଡି ଯାଇଥିଲେ। ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକ ଜଣଙ୍କ ହେଉଛନ୍ତି ଶିଖରଚଣ୍ଡୀ ନଗରର ବାପି ସ୍ୱାଇଁ। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

 


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.