ପ୍ରମୂଖ ଖବର
  • କଟକ: କୋର୍ଟରେ ହାଜର ହେଲେ ଅନୁଭବ ମହାନ୍ତି, ଘରୋଇ ହିିଂସା ମାମଲାରେ ଜାରି ହୋଇଥିଲା NBW
  • ||
  • ଓଡିଶା ବିଧାନସଭାକୁ ମିଳିଲା ନୂଆ ବାଚସ୍ପତି, ରଣପୁର ବିଧାୟିକା ସୁରମା ପାଢ଼ୀ ହେଲେ ବାଚସ୍ପତି
  • ||
  • ତୀର୍ଥଯାତ୍ରୀ ବସ ଉପରକୁ ଆତଙ୍କୀ ହମଲା ଘଟଣା, ଅଭିଯୁକ୍ତ ଗିରଫ
  • ||
  • ବିଶ୍ୱକପ୍‌ର ସୁପର-୮ ରାଉଣ୍ଡ୍‌: ଟିମ୍‌ ଇଣ୍ଡିଆ ପାଇଁ ଆଫଗାନ ସ୍ପିନ୍‌ ଚ୍ୟାଲେଞ୍ଜ, ଫୋକସ୍‌ରେ କୋହଲିଙ୍କ ଫର୍ମ
  • ||
  • ପଟିଆ ଛକ ନିକଟ ଲକି ଇଣ୍ଡିଆ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ, ଦୀର୍ଘ ଘଣ୍ଟା ପରେ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ବାଲେଶ୍ୱରରେ ସୁଧୁରୁଛି ସ୍ଥିତି: ସକାଳୁ କର୍ଫ୍ୟୁ କୋହଳ, ୧୧ଟା ସୁଦ୍ଧା କାମ ସାରି ଘରକୁ ଫେରିବାକୁ ନିବେଦନ
  • ||
  • ୨୭ରେ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା, ପ୍ରବଳ ବର୍ଷିବ: ମାଲକାନଗିରିରେ ମୌସୁମୀ ସକ୍ରିୟ
  • ||

ପୁଣି ଏକା ସାଥିରେ ପରଦାରେ ନଜର ଆସିବେ ଅମିତାଭ- ଅଭିଷେକ, ବିଗ୍ ବି ସେୟାର କଲେ ଫଟୋ

ନୂଆଦିଲ୍ଲୀ,୮/୬ : ବିଗ୍ ବି- ଅଭିଷେକଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ଖୁବଶୀଘ୍ର ବାପା- ପୁଅ ଏକାସାଥିରେ ନଜର ଆସୁଛନ୍ତି । ଯାହାକୁ ନେଇ ଏବେ ଠୁ ଖୁବ୍ ଚର୍ଚ୍ଚା ଆରମ୍ଭ ହୋଇଛି । ପୂର୍ବରୁ ଉଭୟଙ୍କ ଫିଲ୍ମ ଯେତେବେଳେ ଆସେ ବହୁ ଚର୍ଚ୍ଚାରେ ରହିଥାଏ । ଅମିତାଭ ବଚ୍ଚନ ତାଙ୍କର ଏକ୍ସରେ ଏହି ସୂଚନା ସେୟାର କରିଛନ୍ତି । ଏକ ଟ୍ବିଟ୍ କରି ଏହା ଜଣାଇଛନ୍ତି । ଆସନ୍ତୁ ଜାଣିବା କିଭଳି ଭାବେ ଅମିତାଭ ବଚ୍ଚନ ଏହି ଟ୍ବିଟ୍ କରିଛନ୍ତି ।

ଅମିତାଭ ବଚ୍ଚନ ନିଜ ଟ୍ବିଟର ଆକାଉଣ୍ଟରେ ଏକ ଫଟୋ ପୋଷ୍ଟ କରିଛନ୍ତି । ଏହି ଫଟୋରେ ଅମିତାଭ ବଚ୍ଚନ ଏବଂ ଅଭିଷେକ ବଚ୍ଚନ ଉଭୟେ ଏକ ରେକର୍ଡ଼ିଂ ରୁମରେ ଦେଖା ଯାଉଛନ୍ତି । ଉଭୟଙ୍କ କାନରେ ହେଡ଼ଫୋନ ଅଛି ଏବଂ ଯେଉଁଭଳି ଭାବେ ତାର ସବୁ ସେଠାରେ ପଡ଼ିଥିବା ଦେଖାଯାଉଛି ଏଥିରୁ ଜଣାପଡ଼ୁଛି କି ଡବିଂ କିମ୍ବା ରେକର୍ଡ଼ିଂର କିଛି କାମ ଜାରି ରହିଛି । କଲରଫୁଲ ଡିଜାଇନର ଜାକେଟ, ନାଲି ରଙ୍ଗର ଟ୍ରାଉଜର ଏବଂ ହଳଦିଆ ବୁଟରେ ଅମିତାଭ ବଚ୍ଚନ ବହୁତ କୁଲ୍ ଲୁକରେ ଦେଖାଯାଉଛନ୍ତି । ଯାହାକି ଅଭିଷେକ ବଚ୍ଚନ ବ୍ଲୁ ଜାକେଟ ଏବଂ ଡେନିମରେ ନଜର ଆସୁଛନ୍ତି । ଏହି ଫଟୋ ସେୟାର କରି ଅମିତାଭ ବଚ୍ଚନ ଲେଖିଛନ୍ତି କି, ବାପା ପୁଅ ଦୁଇ ଜଣ ବସିଲୁ,  ଗୋଟିଏ ଜାଗାରେ କାମରେ, ଖୁବଶୀଘ୍ର ଆସିବୁ ପରଦାରେ ଯୋଡ଼ି, ଏକ ଅଦଭୁତ କାମରେ ।‘ ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି କି ଉଭୟେ ଏକାସାଙ୍ଗରେ କୌଣସି ପ୍ରୋଜେକ୍ଟର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି ।

ଏଭଳି ୫ଫିଲ୍ମ ଅଛି ଯେଉଁଥିରେ ଉଭୟେ କାମ କରିଛନ୍ତି । ଏଥିରୁ ଗୋଟିଏ ଫିଲ୍ମ ୨୦୦୫ରେ ଆସିଥିଲା ସରକାର, ଦ୍ବିତୀୟ ଫିଲ୍ମ ବଣ୍ଟି ଅର ବବଲୀ । ଏହା ବି ୨୦୦୫ରେ ହିଁ ରିଲିଜ ହୋଇଥିଲା । ଏହାପର ବର୍ଷ ତଥା ୨୦୦୬ରେ ଆସିଥିବା ଫିଲ୍ମ କଭି ଅଲବିଦା ନା କହନା । ୨୦୦୮ରେ ସରକାରର ସିକ୍ବେଲ ସରକାର ରାଜରେ ଉଭୟେ ଏକାସାଥିରେ ଆସିଥିଲେ । ପରେ ୨୦୦୯ରେ ଉଭୟେ ପା ରେ କାମ କରିଥିଲେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.