ପ୍ରମୂଖ ଖବର
  • ସମ୍ୱଲପୁର : ଯକୃତ ଦାନ କରିଥିଲେ ବଡ଼ ଯାଆ, ସେପଟିକ୍ ହେବାରୁ ଆଖି ବୁଜିଦେଲେ ସାନ ଯାଆ
  • ||
  • ମାଲକାନଗିରି ସୀମାନ୍ତରେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ,ଜଣେ ଯବାନ ଗୁରୁତର
  • ||
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାରସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

ମୃତଦେହ ଆଣିବା ବେଳେ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ: ୩ ମୃତ, ଜଣେ ଗୁରୁତର

Published By : Harapriya Sethi | February 1, 2025 11:21 AM

ଭୁବନେଶ୍ୱର,୦୧/୦୨: 

ଶବ ସହିତ ଶବ ବୁହା ଗାଡ଼ିରେ ସାଥି ହୋଇ ଫେରୁଥିଲେ ଘରକୁ । କିନ୍ତୁ କିଏ ଜାଣିଥିଲା, ପୂର୍ବରୁ ସଙ୍କଟ ସହିତ ସଙ୍ଗାତ ବସିଥିବା ପରିସ୍ଥିତି ସମସ୍ତଙ୍କୁ ମଶାଣି ଆଡ଼କୁ ଟାଣି ନେଇଯିବ । କଥାଟା ଅଡ଼ୁଆ ଲାଗୁଥାଇପାରେ, କିନ୍ତୁ ନିତିଦିନିଆ ରାସ୍ତାଟା ଯେ ଆଜି ଅମଡ଼ା ବାଟ ପାଲଟିଯିବ ସେକଥା କିଏ ବା ଜାଣିଥିଲା । ହଁ, କିଏ ବା ଜାଣିଥିଲା ବାପାଙ୍କ ଶବକୁ ବୁହାଇ ଆଣିବାକୁ ଯାଇଥିବା ପୁଅ ଆଉ ଭିଣୋଇ ଶବ ପାଲଟିଯିବେ ବୋଲି । ଦଇବର ବିଧାନ ବି ଅଦ୍ଭୁତ । ଶବ ଗାଡ଼ିର ସାରଥି ସାଜୁଥିବା ସେ ଡ୍ରାଇଭର ବି ଆଜି ସାଥି ବସିଛି ଶବ ସହିତ । 

ଘଟଣାଟି ଥିଲା ଏମିତି...

ସୂଚନା ମୁତାବକ, ଭୋଗରାଇ ଥାନା ଅଧୀନ ପଲାସିଆ ଗାଁର ଦିବାକର ଜେନାଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ କଟକ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଦିବାକରଙ୍କ ମୃତ୍ୟୁ ହୋଇଥିଲା । ପରେ ତାଙ୍କ ମୃତଦେହକୁ ଏକ ଆମ୍ବୁଲାନ୍ସ ଯୋଗେ ଭୋଗରାଇ ଅଣାଯାଇଥିଲା । ରାସ୍ତାରେ ଫେରୁଥିବା ବେଳେ ମଇତାପୁର ନିକଟରେ ଆମ୍ବୁଲାନ୍ସଟି ଏକ ଡମ୍ପରକୁ ପଛରୁ ଧକ୍କା ଦେଇଥିଲା । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ଆମ୍ୱୁଲାନ୍ସରୁ ସମସ୍ତଙ୍କୁ ଉଦ୍ଧାର କରି ଭଦ୍ରକ ମେଡିକାଲରେ ଭର୍ତ୍ତି କରିଥିଲେ ।

ଭଦ୍ରକ ମେଡିକାଲରେ ମୃତ ଦିବାକରଙ୍କ ପୁଅ ସଞ୍ଜୟ ଜେନା, ଭିଣୋଇ ସୁଧାଂଶୁ ଦଳାଇ ଓ ଆମ୍ବୁଲାନ୍ସ ଡ୍ରାଇଭର ଦିଲ୍ଲୀପ ସିଂଙ୍କ ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ଦିବାକରଙ୍କ ସ୍ତ୍ରୀ ସାବିତ୍ରୀ ଜେନା ଗୁରୁତର ଭାବେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ଏନେଇ ଖବର ପାଇବା ପରେ ମେଡିକାଲରେ ଭଣ୍ଡାରିପୋଖରୀ ବିଧାୟକ ସଂଜୀବ ମଲ୍ଲିକ ପହଞ୍ଚି ମୃତକଙ୍କ ସମ୍ପର୍କୀୟଙ୍କୁ ଭେଟିଛନ୍ତି । ସେପଟେ ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି ।

ଆନ୍ତଃରାଜ୍ୟ ଡକାୟତି ଗ୍ୟାଙ୍ଗର ପର୍ଦ୍ଦାଫାଶ, ୮ ଜଣଙ୍କୁ ବାନ୍ଧିଲା ପୋଲିସ

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.