ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

ପୋଖରୀରେ ଗାଧୋଇବା ହେଲା କାଳ, ଚାଲିଗଲା ୨ ସାଙ୍ଗଙ୍କ ଜୀବନ

Published By : Harapriya Sethi | February 16, 2025 1:23 PM

ଭୁବନେଶ୍ୱର,୧୬/୦୨: ପୋଖରୀରେ ଗାଧୋଇବାକୁ ଯାଇଥିଲେ ୨ ସାଙ୍ଗ । ଗଭୀର ପାଣିରେ ବୁଡ଼ି ଚାଲିଗଲା ଜୀବନ । ମୃତକ ଜ୍ୟୋତିର୍ମୟୀ ବେହେରା (ଗୁଡ୍ଡୁ) ଏବଂ ରାଜେନ୍ଦ୍ର ବେହେରା ବୋଲି ଜଣାପଡ଼ିଛି । ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳର ଗୁଆଗାଁରେ ଏଭଳି ଘଟଣା ଘଟିଥିବାର ଖବର ସାମ୍ନାକୁ ଆସିଛି । 

ସୂଚନା ମୁତାବକ, ଗୁଆଗାଁ ପୋଖରୀରେ ଦୁଇଜଣ ସାଙ୍ଗ ଗାଧୋଇବାକୁ ଯାଇଥିଲେ । ସେଠାରେ ଗାଧୋଇବା ବେଳେ ଗୋଡ଼ ଖସିଯିବାରୁ ପୋଖରୀର ଗଭୀର ପାଣିରେ ବୁଡ଼ି ଯାଇଥିଲେ । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ପୋଲିସ ଏବଂ ଆଗ୍ନିଶମ ବାହିନୀକୁ ଖବର ଦେଇ ଯୁବକଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ । ଖବର ପାଇ ପୋଲିସ ଏବଂ ଅଗ୍ନିଶମ ବାହିନୀର ଏକ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚି ଉଭୟଙ୍କୁ ପାଖରୀରୁ ଉଦ୍ଧାର କରିଥିଲେ । ହେଲେ ସେତେବେଳକୁ ଉଭୟଙ୍କ ପ୍ରାଣ ଚାଲି ଯାଇଥିଲା । ପୋଲିସ ଉଭୟଙ୍କ ମୃତଦେହ ଉଜଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.