ଭଦ୍ରକ , ୩୧/୧ : ଭଦ୍ରକ ଟାଉନ ଥାନା ଅଧୀନ ଚରମ୍ପା ସ୍କୁଲ ରୋଡ଼ ପୂଜା ମଣ୍ଡପ ନିକଟରେ ବୋମା ମାଡ । କାରଣ ଅସ୍ପଷ୍ଟ ଥିବାବେଳେ ବୋମା ମାଡ଼ରେ ଦୁଇ ଜଣ ଗୁରୁତର ହୋଇଥିବାବେଳେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ଘଟଣାସ୍ଥଳରେ ଦୁଇ ଜଣ ଅତିରିକ୍ତ ଏସପି ଓ ଟାଉନ ଥାନା ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।
ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡ଼ ହୋଇଥିବା ସୂଚନା ମିଳିଛି । ହଠାତ ଏକ ଶବ୍ଦ ହେବା ପରେ ଘରୁ ଲୋକ ମାନେ ବାହାରକୁ ବାହାରି ଆସିଥିଲେ ତେବେ ସେହି ସ୍ଥାନରେ ଘର୍ ସାମ୍ନାରେ ଠିଆ ହୋଇଥିବା ଜଣେ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିବାବେଳେ ଆଉ ଜଣେ ଆହତ ବ୍ୟକ୍ତି ମେଡିକାଲରୁ ପ୍ରାଥମିକ ଚିକିତ୍ସା ପରେ ଘରକୁ ଫେରିଛନ୍ତି । ତେବେ ଆହତଙ୍କ ମଧ୍ୟରେ ଜଣେ ନାବାଳିକା ଥିବାବେଳେ ତାଙ୍କ ବାପାଙ୍କ ସୂଚନା ଅନୁଯାଇ ବୋମା ମାଡ଼ ହୋଇଛି ବୋଲି ଅନୁମାନ କରାଯାଉଛି । ଦୁଇ ଅଜଣା ଯୁବକ ଏଭଳି କାଣ୍ଡ ଘଟାଇଥିବା ସୂଚନା ମିଳିଛି ।