ଦାରିଙ୍ଗବାଡି,୩୧/୧ : ଦାରିଙ୍ଗବାଡ଼ିସ୍ଥିତ ଲୋହୋରା ସାହିରେ ରହିଥିବା ମା’ମହାମାୟୀଙ୍କ ମନ୍ଦିରରେ ପ୍ରଥମ ବାର୍ଷିକ ଉତ୍ସବ ଅବସରରେ ଅଷ୍ଟ ପ୍ରହର ପଞ୍ଚ ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଆଜି ପ୍ରଥମ ଦିବସରେ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା । ଶିବ ମନ୍ଦିର ପୋଖରୀରୁ ଜଳ ଉଠାଯାଇଥିଲା।
ଶନିବାର ନାମ ଯଜ୍ଞ ଆରମ୍ଭ ହେବାକୁ ଥିବାବେଳେ ରବିବାର ଚଣ୍ଡୀପାଠ ହୋଇ ଦେବୀ ନଗର ପରିକ୍ରମା କରି ପୂର୍ଣ୍ଣାହୁତି କରାଯିବ । ଯଜ୍ଞ ସମ୍ରାଟ ପଣ୍ଡିତ କୃଷ୍ଣଚନ୍ଦ୍ର ମିଶ୍ରଙ୍କ ତତ୍ୱାବଧାନ କ୍ରମେ ସମ୍ପୂର୍ଣ୍ଣ ବୈଦିକ ରୀତିନୀତିରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ମା' ମହାମାୟୀ ମନ୍ଦିର ପରିଚାଳନା କମିଟିର ସଭାପତି ରମେଶ ସାହୁ, ସମ୍ପାଦକ ଅରୁଣ ପ୍ରଧାନ, ସୁମିତ ସାହୁ, ପ୍ରମୋଦ ସାହୁ, ବସନ୍ତ ବେହେରା, ଲକ୍ଷଣ ବେହେରା, ଚିନ୍ତାମଣି ସାହୁଙ୍କ ସମେତ କମିଟିର ଅନ୍ୟ କର୍ମକର୍ତ୍ତା ସହ ଗ୍ରାମବାସୀ ସାହଯୋଗ କରିଥିଲେ ।