ପ୍ରମୂଖ ଖବର
  • ବୌଦ୍ଧ : ସାପ୍ତାହିକ ବଜାରରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ପୋଲିସର ତଦନ୍ତ ଆରମ୍ଭ
  • ||
  • ଯାଜପୁର : ୨ ଛାତ୍ରୀଙ୍କୁ ଧକ୍କା ଦେଲା ଟ୍ରକ୍, ଜଣେ ଗୁରୁତର
  • ||
  • ଇଣ୍ଡିଆ-ଇଂଲଣ୍ଡ ୱାନ୍‌ ଡେ ମ୍ୟାଚ୍‌ ପାଇଁ ବାରବାଟୀରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା, ଉନ୍ମୋଚନ କଲେ ଓଡ଼ିଆ ଥିମ୍‌ ସଙ୍ଗ୍‌
  • ||
  • ରାଜଧାନୀରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଜଣେ ଅଟକ
  • ||
  • ବିଶ୍ବର ତୃତୀୟ ଆର୍ଥିକ ଶକ୍ତି ହେବାକୁ ଯାଉଛି ଭାରତ; ରାଷ୍ଟ୍ରପତି
  • ||
  • ସମ୍ବିଧାନର ନିର୍ମାତାଙ୍କୁ ଜଣାଇଲେ ସମ୍ମାନ
  • ||
  • ଆହତଙ୍କୁ ଆଶୁ ଆରୋଗ୍ୟ କାମନା କଲେ ରାଷ୍ଟ୍ରପତି
  • ||
  • ସଂସଦ ବଜେଟ୍ ଅଧିବେଶନ ଆରମ୍ଭ, ଉଭୟ ଗୃହକୁ ସମ୍ବୋଧନ କଲେ ରାଷ୍ଟ୍ରପତି, କଲେ ଶୋକ ପ୍ରକାଶ
  • ||
  • ବଜେଟ୍ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ ; କହିଲେ ଦେଶକୁ ଶକ୍ତି ଦେବ ଏ ବଜେଟ୍
  • ||
  • ସନ୍ଧ୍ୟାରେ ଚତୁର୍ଥ ଟି-ଟ୍ୱେଣ୍ଟି ଲଢ଼େଇ, ବ୍ୟାଟିଂ ତ୍ରୁଟି ସୁଧାରିବ ଭାରତ, ସିରିଜ ବରାବର ଲକ୍ଷ୍ୟରେ ଇଂଲଣ୍ଡ
  • ||
  • ହକି ଇଣ୍ଡିଆ ଲିଗ୍‌ ସେମ ମୁକାବିଲା: ସନ୍ଧ୍ୟାରେ ଟାଇଗର୍ସ - ଡ୍ରାଗନ୍ସ ଟକ୍କର, ଦ୍ୱିତୀୟ ମ୍ୟାଚ୍‌ରେ ସୁରମା- ତୁଫାନ୍ସ ଲଢ଼େଇ
  • ||
  • ଗଜପତି : ବିଦ୍ୟୁତ ଆଘାତରେ ଯୁବକ ମୃତ, କ୍ଷତିପୂରଣ ଦାବିରେ ଚାନ୍ଦିପୁଟରେ ରାସ୍ତା ଅବରୋଧ
  • ||
  • ଭୋଗରାଇ : ରାସ୍ତା କଡ଼ରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଇସ୍ରାଇଲ୍ ଏୟାରଷ୍ଟ୍ରାଇକରେ ହମାସ୍ ସେନା ଡେପୁଟି କମାଣ୍ଡର ମହମ୍ମଦ ଦୈଫଙ୍କ ମୃତ୍ୟୁ, ସ୍ପଷ୍ଟ କଲା ହମାସ୍
  • ||
  • ଜମ୍ମୁ କାଶ୍ମୀର ପୁଞ୍ଚରେ ସୁରକ୍ଷାବାହିନୀର ଏନକାଉଣ୍ଟର, ସେନା ଗୁଳିରେ ଟଳିଲେ ୩ ଆତଙ୍କୀ
  • ||
  • ଶୁକ୍ରବାରଠୁ ସଂସଦର ବଜେଟ୍‌ ଅଧିବେଶନ: କାଲି ଆସିବ ସାଧାରଣ ବଜେଟ୍, ଆସିପାରେ ୧୬ ବିଲ୍
  • ||

ବିବାହର ପ୍ରଲୋଭନ ଦେଖାଇ ପ୍ରତାରଣା, ନ୍ୟାୟ ପାଇଁ ଯୁବତୀ ଥାନାର ଦ୍ୱାରସ୍ଥ

Published By : Prameya | January 31, 2025 9:00 PM

ଚନ୍ଦାହାଣ୍ଡି,୩୧/୧ : ବିବାହର ପ୍ରଲୋଭନ ଦେଖାଇ ଦଳିତ ଯୁବତୀଙ୍କୁ ଗର୍ଭବତୀ କରି ପ୍ରତାରଣା କରିଛି ଯୁବକ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ଅଧିନ ଏକ ଗାଁରେ । ଦଳିତ ଯୁବତୀ ରେଖା (ଛଦ୍ମ ନାମ)୨୨କୁ ସେହି ଗ୍ରାମର କ୍ଷମରାଜ ନାୟକଙ୍କ ପୁଅ ପ୍ରମାନନ୍ଦ ନାୟକ(୨୫) ବିବାହର ପ୍ରତିଶ୍ରୁତି ଦେଇ ଯୁବତୀର ଅନିଚ୍ଛା ସତ୍ତେ୍ବ ଶାରୀରିକ ସମ୍ପର୍କ ରଖିଥିଲେ । ଯୁବତୀ ଜଣକ ୩ମାସର ଗର୍ଭବତୀ ହେବା ପରେ ଦଳିତ ବର୍ଗ  କହି ଘୃଣା କରିବା  ସହ  ଯୁବତୀକୁ ଧମକ ଦେଇ ପ୍ରତାରଣା କରିଥିବା ନେଇ ଯୁବତୀ ଜଣକ ନ୍ୟାୟ ପାଇଁ ଥାନା ଦ୍ୱାରସ୍ଥ ହୋଇଛନ୍ତି l  

ଯୁବତୀର ଏତଲାକୁ ଭିତ୍ତି କରି ଚନ୍ଦାହାଣ୍ଡି ଥାନା ଅଧିକାରୀ ପ୍ରଶାନ୍ତ କୋଲର୍ସ ଚନ୍ଦାହାଣ୍ଡି କେସ ନଂ ୧୨/୨୫ ଅନୁସାରେ  ବଳତ୍କାର ମମଲା ରୁଜ୍ଜୁ କରି ଏହାର ତଦନ୍ତ ଭାର ଏସଡିପିଓ ମିନାକ୍ଷୀ ଠାକୁର ଏହାର ତଦନ୍ତ ଭାର ନେଇ ଥିବା ନେଇ  ଆଇଆଇସି   କୋଲର୍ସ ସୂଚନା ଦେଇଛନ୍ତି l ଏସଡିପିଓ ମିନାକ୍ଷୀ ଠାକୁର ସାଲେଭଟା ଗ୍ରାମ ଗସ୍ତ କରି ପୀଡିତା  ଏବଂ ପରିବାରକୁ ଭେଟି ସବିଶେଷ ତଦନ୍ତ କରିଥିବା ନେଇ ଥାନା ସୂତ୍ରରୁ ଜଣାପଡିଛି l ବର୍ତ୍ତମାନ ସୁଧା ପ୍ରତାରଣାକାରୀ ଯୁବକ ପ୍ରମାନନ୍ଦ ନାୟକଙ୍କୁ ଗିରଫ କରି ନ ଥିବାରୁ l ଏଠାରେ ତୀବ୍ର ଅସନ୍ତୋଷ୍ଟ ଦେଖା ଦେଇଛି l  ଗୋଟିଏ ପଟେ ସ୍ୱାମୀଙ୍କୁ  ଫଶାଉଥିବା ସହ ୨୦ଲକ୍ଷ ଟଙ୍କା ପୀଡିତା ଜଣକ ଦାବି କରୁଥିବା ନେଇ ପ୍ରମାନନ୍ଦର ସ୍ତ୍ରୀ ସୁନୀତା ନାୟକ ଥାନାର ଦ୍ୱାରସ୍ଥ ହୋଇଥିବା ନେଇ ଚନ୍ଦାହାଣ୍ଡି ଥାନା ସୂତ୍ରରୁ ଜଣାପଡ଼ିଛି l ଏ ଦିଗରେ ଜିଲ୍ଲା ଆରଖି ଅଧିକ୍ଷକ ଏକ ସ୍ୱତନ୍ତ୍ର ଦୃଷ୍ଟି ଦେଇ ଉଚିତ ନ୍ୟାୟ ପ୍ରଦାନ କରିବା ଲାଗି ବିଭିନ୍ନ ମହଲରେ ଦାବି କରାଯାଇଛି l

ପ୍ରକାଶ ଯେ, ପ୍ରମାନନ୍ଦ ଗତ ୨୦୧୫ରୁ ଯୁବତୀ ଜଣକ ୭ମ ଶ୍ରେଣୀରେ ପାଠ ପଢୁଥିବା ସମୟରେ ପ୍ରେମ ଜାଲରେ ଫଶାଇ  ବିବାହର ପ୍ରତଶ୍ରୁତି ଦେଇ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲା l ଯୁବତୀର ପରିବାର ଲୋକେ ଏ ସବୁ ଜାଣି ପାରି ଯୁବତୀକୁ ତାଗିତ କରିବା ସହ ଗତ ୨୦୨୦ମସିହାରେ କଳାହାଣ୍ଡି ଜିଲ୍ଲା ଝରିଆଗଡ଼ର ଏକ ଯୁବକ ସହ ବିବାହ ପାଇଁ ସ୍ଥିର କରିଥିଲେ l ଏଥିପାଇଁ ବିବାହ କାର୍ଡ ମଧ୍ୟ ଛପା ସରିଥିଲା ବୋଲି ପୀଡିତାର ପରିବାର ଲୋକେ ପ୍ରକାଶ କରିଛନ୍ତି l ଯୁବତୀ ଜଣକ ଦଳିତ ବର୍ଗର ହୋଇଥିବାବେଳେ ଯୁବକ ଓବିସି ବର୍ଗର ଏହା ସାମାଜିକ ବିବାହ ପାଇଁ ସ୍ୱୀକୃତି ନ ମିଳିବାରୁ   ଯୁବକ ବିବାହ ପ୍ରସ୍ତାବ ଭାଙ୍ଗିବା ପାଇଁ ଯୁବତୀକୁ ବିବାହ କରୁଥିବା ଯୁବକକୁ ତାଙ୍କର ପ୍ରେମ ସମ୍ପର୍କ ବିଷୟରେ କହିବା ସହ ତାଙ୍କ ପ୍ରେମିକ ପ୍ରେମିକାଙ୍କ ଫଟୋ ପଠାଇବାରୁ ବିବାହ ପ୍ରସ୍ତାବ ଭାଙ୍ଗିଯାଇଥିବା ପୀଡିତା ପରିବାର ସୂଚନା ଦେଇଛନ୍ତି l  

ଏହାରି ଭିତରେ  ଯୁବକର ପରିବାର ଲୋକେ ପଡୋଶୀ ଛତିଶଗଡର ଝିଅ ସହ ବିବାହ କରି ଦେଇଥିଲେ l  ବର୍ତ୍ତମାନ ତାଙ୍କର ୩ବର୍ଷର ପୁଅ ଟିଏ ରହିଛି l ପ୍ରେମିକ ବିବାହ ହେବା ପରେ ଯୁବତୀ ତା ସହ କଥା ବାର୍ତା ବନ୍ଦ କରି ଦେଇଥିଲା l ଗତ ୨୦୨୪ରେ ଯୁବତୀକୁ ନଦୀକୁ ଡକାଇ ତାଙ୍କର ଅନିଚ୍ଛା ସତ୍ୱେ ଜୋର ଜବରଦସ୍ତ ଶାରୀରିକ ସମ୍ପର୍କ ସ୍ଥାପନ କରି  ଏହି କଥା ଆଗରେ କହିଲେ ଜୀବନରେ ମାରି ଦେବା ଧମକ ଦେଇଥିବା ନେଇ ସେ ତାଙ୍କ ଏତଲାରେ ଦର୍ଶାଇଛନ୍ତି l  ଏହାରି ଭିତରେ ଯୁବତୀ ୩ମାସର ଅନ୍ତେସତ୍ଵା ହେବାରୁ ଯୁବକକୁ ବିବାହ ପାଇଁ ଯୁବତୀ କହିବାରୁ ନାନା ପ୍ରକାର ଧମକ ଚମକ ଦେବା ସହ ଜାତିକୁ ଆକ୍ଷେପ କରିବାରୁ ଗତ ୨୮ତାରିଖ ନ୍ୟାୟ ପାଇଁ ଥାନା ଦ୍ୱାରସ୍ଥ ହୋଇଥିଲା l ଏ ଦିଗରେ ପୋଲିସ ପ୍ରଶାସନ ଉପଯୁକ୍ତ ତଦନ୍ତ କରି ପୀଡିତାକୁ ଉଚିତ ନ୍ୟାୟ ପ୍ରଦାନ କରିବା ଲାଗି ଗଣ୍ଡା ସମାଜର ବରିଷ୍ଠ ସଦସ୍ୟ ଅକାଳୁ ଜାଳି, ଭୀମ ଡ଼ଙ୍ଗରି, ପିତାମ୍ଭର ସୋରି ଏବଂ ପୀଡିତାର ପରିବାର ଲୋକେ ଦାବି କରିଛନ୍ତି l

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.