ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

କାର୍ଯ୍ୟାନୁଷ୍ଠାନ ପରେ ଧାନ କିଣା ଠପ୍, ମଣ୍ଡି ବାହାରେ କାକର ଖାଉଛି ଚାଷୀର ଧାନ

Published By : Harapriya Sethi | February 7, 2025 8:31 AM

ଭୁବନେଶ୍ୱର,୦୭/୦୨: ଭଦ୍ରକ ଜିଲ୍ଲାରେ ଧାନ କିଣାକୁ ନେଇ ଆରମ୍ଭ ହୋଇଥିବା ବିବାଦ ଥମିବାର ନାଁ ନେଉନି । କଟନି ଛଟନିକୁ ନେଇ ଆରମ୍ଭ ହୋଇଥିବା ବିବାଦ ପାଇଁ ଚାଷୀର ଧାନ ଏବେ ଖରା କାକର ଖାଉଛି । ଚାଷୀ ଏବେ ଏକତ୍ରିତ ହୋଇ ପ୍ରତିବାଦ ଆରମ୍ଭ କରିଛନ୍ତି । 

ସୂଚନା ମୁତାବକ, ଭଦ୍ରକ ଜିଲ୍ଲା କଟସାହି ସେବା ସମବାୟ ସମିତିକୁ ଭଦ୍ରକ ଜିଲ୍ଲାପାଳ ଚାଷୀ ବେଶରେ ଯାଇଥିଲେ । ସେଠାରେ କଟନି ଛଟନି ନେଇ ସ୍ପଷ୍ଟ ହେବା ପରେ ସେବା ସମବାୟ ସମିତିର ସହକାରୀ ସଂପାଦକଙ୍କୁ ଧାନ କିଣା ଦାୟିତ୍ଵରୁ ଅପସାରଣ କରାଯାଇଥିଲା । କିନ୍ତୁ ସେହି ଦିନ ଠାରୁ ମଣ୍ଡି ଧାନ ନେଉ ନାହିଁ । ଚାଷୀଙ୍କ ଧାନ ମଣ୍ଡି ବାହାରେ ପଡ଼ି ରହିଛି । ଏମିତି ଅବ୍ୟବସ୍ଥାକୁ ନେଇ ଚାଷୀ ମାନେ ଏକତ୍ରିତ ହୋଇ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ।

ଚାଷୀଙ୍କ କହିବା ଅନୁଯାୟୀ, ମିଲର ମାନେ ବିନା କଟନି ଛଟନିରେ ଧାନ ନେଉ ନଥିବାରୁ ସମବାୟ ସମିତି ମଧ୍ୟ ବାଧ୍ୟ ହୋଇ କଟନି ଛଟନି କରୁଛି । ଜିଲ୍ଲାପାଳଙ୍କ କାର୍ଯ୍ୟନୁଷ୍ଠାନକୁ ସ୍ବାଗତ କରୁଛୁ । ସବୁ ମଣ୍ଡିରେ ସମାନ ଅବସ୍ଥା ଥିବାରୁ ଜିଲ୍ଲାପାଳଙ୍କୁ ତଦନ୍ତ ପାଇଁ ଅନୁରୋଧ କରିଛନ୍ତି । ସବୁ ବିବାଦ ପାଇଁ ସ୍ଥାନୀୟ କେତେକ ଲୋକ ପ୍ରତିନିଧିଙ୍କୁ ଦାୟୀ କରିଛନ୍ତି ଚାଷୀ । ତେବେ ସବୁ ବିବାଦର ସମାଧାନ କରି ଧାନକୁ ମଣ୍ଡିରୁ ଉଠାଇବା ପାଇଁ ଚାଷୀ ଅନୁରୋଧ କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.