ପ୍ରମୂଖ ଖବର
  • ବାଲେଶ୍ୱର : କାଳ ସାଜିଲା ଅନଲାଇନ୍‌ ଖେଳ, ୫ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ହରାଇ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ
  • ||
  • ଘଟଗାଁ ମା' ତାରିଣୀଙ୍କୁ ଦର୍ଶନ କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଶକ୍ତିକାନ୍ତ ଦାସ, ସମାଜର ପାଇଁ କଲେ ମଙ୍ଗଳ କାମନା
  • ||
  • ନବମ ଥର ପାଇଁ ନବୀନ ବିଜେଡି ମୁଖିଆ, ସାଙ୍ଗଠନିକ ନିର୍ବାଚନରେ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ
  • ||
  • IPL 2025: ଆଜି ରାଜସ୍ଥାନ ରୟାଲ୍ସ- ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ ଟକ୍କର, ବିଜୟ ପାଇଁ ବ୍ୟାକୁଳ ପରାଗ ବାହିନୀ
  • ||
  • ଆରପାରିରେ ବରିଷ୍ଠ ସାମ୍ବାଦିକ ରତିକାନ୍ତ ମହାନ୍ତି, ଶୋକ ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ମେ ୭ ଯାଏ ୟୁଜିସି ନେଟ୍‌ ଆବେଦନ ସୁଯୋଗ, ଜୁନ୍‌ ୨୧ରୁ ୩୦ ମଧ୍ୟରେ ପରୀକ୍ଷା
  • ||
  • IPL 2024: ଆଜି କ୍ୟାପିଟାଲ୍ସକୁ ଭେଟିବ ଟାଇଟନ୍ସ, ଅହମ୍ମଦାବାଦରେ ସ୍ପିନ ଲଢ଼େଇ
  • ||
  • କଂଗ୍ରେସକୁ ଦୁର୍ବଳ କରିବାକୁ ସରକାରୀ କଳର ଅପବ୍ୟବହାରକୁ ବିରୋଧ, ଆଜି ଇଡି ଅଫିସ ଘେରିବ ଯୁବ କଂଗ୍ରେସ
  • ||
  • ସମ୍ୱଲପୁର : ଯାତ୍ରୀବାହୀ ବସ୍‌କୁ ପଛରୁ ପିଟିଲା ଟ୍ରକ୍‌, ଜଣେ ଆହତ
  • ||
  • ଯାଜପୁର : ବରଯାତ୍ରୀ ଗୋଷ୍ଠୀ ମଧ୍ୟରେ ଗାଡ଼ି ସାଇଡ୍‌ ମରାକୁ ନେଇ ବଚସା, ଫାଙ୍କା ଗୁଳିଚାଳନା କଲେ ଦୁର୍ବୃତ୍ତ
  • ||
  • ଶନିବାରଠୁ କମିବ କାଳବୈଶାଖୀ ବର୍ଷା, ୬ ଜିଲ୍ଲାକୁ ୨ ଦିନ ଯାଏ ବର୍ଷା ଆଲର୍ଟ: କେନ୍ଦ୍ରୀୟ ଓଡ଼ିଶାରେ ବଢ଼ିବ ତାତି
  • ||

କୋଲେଷ୍ଟେରଲ୍‌ ବଢାଏ ଏହି ସବୁ ଖାଦ୍ୟ, ଜାଣନ୍ତୁ କିପରି କରିବେ ନିୟନ୍ତ୍ରଣ

Published By : Prameya | April 18, 2025 2:10 PM

ଭୁବନେଶ୍ୱର ୧୮/୦୪: ଯଦି କୋଲେଷ୍ଟେରଲ୍‌ ସ୍ତର ବଢିଯାଏ, ତେବେ ହାର୍ଟ ଆଟାକ୍‌ ଓ ଷ୍ଟ୍ରୋକ୍‌ ପରି ଘାତକ ସମସ୍ୟାର ଆଶଙ୍କା ବଢିଯାଇଥାଏ । ତେଣୁ ଏହାକୁ ନିୟନ୍ତ୍ରଣରେ ରଖିବା ଜରୁରି । ଆମର କିଛି ଭୁଲ୍‌ ଖାଦ୍ୟ ପାନୀୟ ଅଭ୍ୟାସ ଅଜଣତାରେ କୋଲେଷ୍ଟେରଲ୍‌କୁ ବଢାଇ ଦେଇଥାଏ ।  କେବଳ କୋଲେଷ୍ଟେରଲ୍‌ ବଢାଇ ନଥାଏ, ବରଂ ଶରୀରକୁ ରୋଗର ଘର କରି ଦେଇଥାଏ । ଯେପରିକି ହୃଦ୍‌ଘାତ, ଷ୍ଟ୍ରୋକ୍‌ ଓ ଉଚ୍ଚ ରକ୍ତଚାପକୁ ମଧ୍ୟ ବଢାଇଥାଏ । ସାମାନ୍ୟ ପ୍ରୟାସ କରିବା ଦ୍ୱାରା ସମସ୍ୟାକୁ ସାମ୍‌ନା କରିବା ପୂର୍ବରୁ ଖାଦ୍ୟ- ପାନୀୟରେ ନିୟନ୍ତ୍ରଣ ଆଣିପାରିବ । ପ୍ରଥମେ ଜାଣନ୍ତୁ କୋଲେଷ୍ଟେରଲ୍‌ ବଢାଉଥିବା ଖାଦ୍ୟଗୁଡିକ କ'ଣ? ତା’ ପରେ ସେଗୁଡିକରେ ନିୟନ୍ତ୍ରଣ ଆଣିବା ସହଜ ହେବ । 

ଟ୍ରାନ୍ସ ଫ୍ୟାଟ୍‌ ଓ ପ୍ରୋସେସଡ୍‌ ଫୁଡ୍‌ ଅଧିକ ଖାଇବା :

ଆଜିକାଲି ପ୍ରାୟ ଲୋକ ପ୍ରୋସେସଡ୍‌ ଫୁଡ୍‌, ଫାଷ୍ଟ ଫୁଡ୍‌, ବେକେରୀ ଉତ୍ପାଦ ଆଦିକୁ ବେଶୀ ଗୁରୁତ୍ୱ ଦେଉଛନ୍ତି । ଏସବୁ ଖାଦ୍ୟ କେବଳ ଖରାପ କୋଲେଷ୍ଟେରଲ୍‌କୁ ବଢାଇ ନଥାଏ, ବରଂ ଭଲ କୋଲେଷ୍ଟେରଲ୍‌କୁ କମାଇଥାଏ ମଧ୍ୟ । ତେଣୁ ଏସବୁ ଖାଦ୍ୟଠାରୁ ଦୂରେଇବା ସହ ଘରୋଇ ଖାଦ୍ୟକୁ ଗୁରୁତ୍ୱ ଦେବା ଆବଶ୍ୟକ । 

ସାଚ୍ୟୁରେଟେଡ୍‌ ଫ୍ୟାଟ୍‌ଯୁକ୍ତ ଖାଦ୍ୟ :

ସାଚ୍ୟୁରେଟେଡ୍‌ ଫ୍ୟାଟ୍‌ ମୁଖ୍ୟତଃ ଘିଅ, ଖୁଆ, ମାଂସ, ଫ୍ୟାଟ୍‌ଯୁକ୍ତ ଡାଏରୀ ଉତ୍ପାଦରେ ବହୁ ମାତ୍ରାରେ ରହିଥାଏ । ଏହା ଶରୀରରେ ଏଲ୍‌ଡିଏଲ୍‌ର ମାତ୍ରାକୁ ବଢାଇବା ସହ ଧମନୀରେ ବ୍ଲକେଜ୍‌ ହେବାର କାରଣ ସାଜିଥାଏ । ସାଚ୍ୟୁରେଟେଡ୍‌ ଫୁଡ୍‌ ପରିବର୍ତ୍ତେ ଅନ୍‌ସାଚ୍ୟୁରେଟେଡ୍‌ ଫ୍ୟାଟ୍‌ ଥିବା ଖାଦ୍ୟ ସାମିଲ୍‌ କରିବା ଆବଶ୍ୟକ । ଯେମିତିକି ଅଲିଭ୍‌ ଅଏଲ୍‌, ଅଖରୋଟ୍‌ ଓ ଆଳସୀ ଆଦି । 

ଫାଇବରଯୁକ୍ତ ଖାଦ୍ୟର ଅଭାବ :

ଫାଇବର କୋଲେଷ୍ଟେରଲ୍‌କୁ ନିୟନ୍ତ୍ରଣ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ଶସ୍ୟଯୁକ୍ତ ଖାଦ୍ୟ, ଡାଲି, ଫଳ ଓ ପନିପରିବା ଆଦିରୁ ଫାଇବର ମିଳିଥାଏ, ଯାହା କୋଲେଷ୍ଟେରଲ୍‌କୁ ଶରୀରରୁ ବାହାର କରିବାରେ ସହଯୋଗ କରିଥାଏ । ଖାଦ୍ୟରେ ଫାଇବର ଅଭାବ ହେଲେ କୋଲେଷ୍ଟେରଲ୍‌ ବଢିବାର ଆଶଙ୍କା ବଢିଥାଏ । 

ଶର୍କରା ଓ ରିଫାଇନ୍‌ କାର୍ବୋ ଅଧିକ ଖାଇବା :

ଚିନି, ମଇଦା, ଧଳା ଚାଉଳ ଓ ଥଣ୍ଡା ପାନୀୟ ପରି ଖାଦ୍ୟ ଶରୀରରେ ଟ୍ରାଇଗ୍ଲିସରାଇଜଡ୍‌କୁ ବଢାଇଥାଏ, ଯାହା କୋଲେଷ୍ଟେରଲ୍‌ ସ୍ତରକୁ ପ୍ରଭାବିତ କରିଥାଏ । ଏହି ଖାଦ୍ୟ ମୋଟାପଣ ଓ ମଧୁମେହର କାରଣ ହେବା ସହ କୋଲେଷ୍ଟେରଲ୍‌କୁ ବଢାଇଥାଏ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.