ପ୍ରମୂଖ ଖବର
  • ଆରପାରିରେ ବରିଷ୍ଠ ସାମ୍ବାଦିକ ରତିକାନ୍ତ ମହାନ୍ତି, ଶୋକ ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ମେ ୭ ଯାଏ ୟୁଜିସି ନେଟ୍‌ ଆବେଦନ ସୁଯୋଗ, ଜୁନ୍‌ ୨୧ରୁ ୩୦ ମଧ୍ୟରେ ପରୀକ୍ଷା
  • ||
  • IPL 2024: ଆଜି କ୍ୟାପିଟାଲ୍ସକୁ ଭେଟିବ ଟାଇଟନ୍ସ, ଅହମ୍ମଦାବାଦରେ ସ୍ପିନ ଲଢ଼େଇ
  • ||
  • କଂଗ୍ରେସକୁ ଦୁର୍ବଳ କରିବାକୁ ସରକାରୀ କଳର ଅପବ୍ୟବହାରକୁ ବିରୋଧ, ଆଜି ଇଡି ଅଫିସ ଘେରିବ ଯୁବ କଂଗ୍ରେସ
  • ||
  • ସମ୍ୱଲପୁର : ଯାତ୍ରୀବାହୀ ବସ୍‌କୁ ପଛରୁ ପିଟିଲା ଟ୍ରକ୍‌, ଜଣେ ଆହତ
  • ||
  • ଯାଜପୁର : ବରଯାତ୍ରୀ ଗୋଷ୍ଠୀ ମଧ୍ୟରେ ଗାଡ଼ି ସାଇଡ୍‌ ମରାକୁ ନେଇ ବଚସା, ଫାଙ୍କା ଗୁଳିଚାଳନା କଲେ ଦୁର୍ବୃତ୍ତ
  • ||
  • ଶନିବାର ବସିବ ବିଜେଡି ରାଜ୍ୟ ପରିଷଦ ବୈଠକ: ନବମ ଥର ନବୀନ ହେବେ ସଭାପତି, ନୂଆ ରୂପ ନେବ ଦଳୀୟ ସଙ୍ଗଠନ
  • ||
  • ଶନିବାରଠୁ କମିବ କାଳବୈଶାଖୀ ବର୍ଷା, ୬ ଜିଲ୍ଲାକୁ ୨ ଦିନ ଯାଏ ବର୍ଷା ଆଲର୍ଟ: କେନ୍ଦ୍ରୀୟ ଓଡ଼ିଶାରେ ବଢ଼ିବ ତାତି
  • ||

ସୁଗାର କଣ୍ଟ୍ରୋଲ୍ କରିବ ଜାମୁକୋଳି ଗଛର ପତ୍ର, ସକାଳୁ ଖାଲି ପେଟରେ ଖାଇଲେ ଅନେକ ସମସ୍ୟାରୁ ମିଳିବ ମୁକ୍ତି

Published By : Harapriya Sethi | April 17, 2025 7:12 AM

ଆୟୁର୍ବେଦରେ ଜାମୁକୋଳି ଗଛର ପତ୍ରକୁ ଅନେକ ପ୍ରକାରର ସମସ୍ୟାର ଚିକିତ୍ସା ପାଇଁ ବ୍ୟବହାର କରାଯାଏ। ମୁଖ୍ୟତଃ ଏହାକୁ ଖାଲି ପେଟରେ ସେବନ କରିବା ଦ୍ୱାରା, ଅନେକ ପ୍ରକାରର ସମସ୍ୟା ଦୂର ହୋଇପାରିବ। ଏହା କେବଳ ରକ୍ତ ଶର୍କରା ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ ନାହିଁ ବରଂ ଅନେକ ସମସ୍ୟାରୁ ମଧ୍ୟ ମୁକ୍ତି ଦେଇପାରେ। ଆସନ୍ତୁ ଜାଣିବା ଜାମୁକୋଳି ପତ୍ର ଖାଇବାର ଲାଭ ।

ମଧୁମେହ ନିୟନ୍ତ୍ରଣ କରେ - ଜାମୁକୋଳି ଗଛର ପତ୍ରରେ ଏପରି ଏକ ପ୍ରାକୃତିକ ଉପାଦାନ ରହିଛି, ଯାହା ଶରୀରରେ ଚିନିର ଅବଶୋଷଣକୁ ଧୀର କରିଦିଏ। ଏହା ସାହାଯ୍ୟରେ ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣ କରାଯାଇପାରିବ।

ଓଜନ ହ୍ରାସ କରେ - ଜାମୁକୋଲି ଗଛର ପତ୍ର ଖାଇ ମେଟାବୋଲିଜିମ୍ ବୃଦ୍ଧି କରାଯାଇପାରିବ। ଏହା ବ୍ୟତୀତ ଏହା ଶରୀରକୁ ବିଷମୁକ୍ତ କରିବାରେ ମଧ୍ୟ ସହାୟକ।

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ - ଜାମୁକୋଲି ଗଛର ପତ୍ରରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଶରୀରକୁ ମୁକ୍ତ ରାଡିକାଲ୍ସରୁ ରକ୍ଷା କରେ ଏବଂ ରୋଗ ପ୍ରତିରୋଧକ ଶକ୍ତିକୁ ସୁଦୃଢ଼ କରେ।

ରକ୍ତଚାପ ନିୟନ୍ତ୍ରଣ କରେ - ଜାମୁକୋଲି ଗଛର ପତ୍ରରେ ପୋଟାସିୟମ ରହିଥାଏ, ଯାହା ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରିବାରେ ସହାୟକ ହୋଇପାରେ।

ପାଟିର ଘା’ କମ କରେ - ଜାମୁକୋଲି ଗଛର ପତ୍ର ଚୋବାଇଲେ ଲାଳ ଗ୍ରନ୍ଥି ସକ୍ରିୟ ହୁଏ । ଯାହା ପାଟିରେ ଥିବା ଜୀବାଣୁକୁ ନଷ୍ଟ କରେ। ଏହା ପାଟିର ଦୁର୍ଗନ୍ଧ ଏବଂ ଘା’ରୁ ମୁକ୍ତି ଦିଏ ।

ପାଚନ ଶକ୍ତି ବୃଦ୍ଧି କରେ - ଏହି ପତ୍ରରେ ଆଣ୍ଟି-ବ୍ୟାକ୍ଟେରିଆଲ୍ ଏବଂ ଆଣ୍ଟି-ଇମ୍ଫ୍ଲେମେଟୋରୀ ଗୁଣ ଅଛି ଯାହା ପାଚନ କ୍ରିୟାକୁ ମଜବୁତ କରେ। ଗ୍ୟାସ୍, ବଦହଜମୀ ଏବଂ ପେଟ ଫୁଲିବା ଭଳି ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ ଜାମୁକୋଲି ଗଛର ପତ୍ର ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.