ପ୍ରମୂଖ ଖବର
  • ଶେଷ ପର୍ଯ୍ୟାୟରେ ରତ୍ନଭଣ୍ଡାର ମରାମତି କାର୍ଯ୍ୟ, ଅନୁଧ୍ୟାନ କଲେ ତଦାରଖ କମିଟି ଅଧ୍ୟକ୍ଷ
  • ||
  • ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ନୂଆ ରାସନ କାର୍ଡ, ଖାଦ୍ୟ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ସୂଚନା
  • ||
  • ଭୁବନେଶ୍ୱରରେ କାଳବୈଶାଖୀର ତାଣ୍ଡବ: ଭାଙ୍ଗିଲା ଗଛ, ଦିନ ହେଲା ରାତି
  • ||
  • ଭଦ୍ରକ : ଡିଜେ ଗାଡ଼ିରେ କରେଣ୍ଟ ଲାଗି ଜୀବନ ହାରିଥିଲେ ୨ ଜଣ, ଦୁଇ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • ତେଲେଙ୍ଗାନାରେ ଚାଞ୍ଚଲ୍ୟ; ପାରିବାରିକ କଳହର କରୁଣ ପରିଣତି, ଦୁଇ ପିଲାଙ୍କ ଗଳା କାଟି ମା'ର ଆତ୍ମହତ୍ୟା
  • ||
  • ଗୁଡ୍‌ ଫ୍ରାଇଡେ : ଖ୍ରୀଷ୍ଟ ଧର୍ମାବଲମ୍ବୀ ପାଇଁ ପବିତ୍ର ଦିନ, ଚର୍ଚ୍ଚରେ ସାମୂହିକ ପ୍ରାର୍ଥନା କରି ଯୀଶୁଙ୍କୁ ସ୍ମରଣ
  • ||
  • ନୂଆ ଗ୍ରହରେ ଜୀବସତ୍ତାର ମିଳିଛି ପ୍ରମାଣ, ‘କେ୨-୧୮ବି’ରେ ଜୀବନ ସହ ସଂଶ୍ଳିଷ୍ଟ ଅଣୁ ଚିହ୍ନଟ
  • ||
  • ଉତ୍ତର ଚିଲିରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • IPL 2025: ଆଜି ରୟାଲ୍‌ ଚ୍ୟାଲେଞ୍ଜର୍ସକୁ ଭେଟିବ ପଞ୍ଜାବ କିଙ୍ଗ୍‌ସ, କୋହଲି- ଆୟରଙ୍କ ଉପରେ ନଜର
  • ||
  • ଫ୍ଲୋରିଡା ୟୁନିଭର୍ସିଟିରେ ଯୁବକଙ୍କ ଗୁଳିମାଡ଼, ୨ ଜଣଙ୍କ ମୃତ୍ୟୁ ଘଟିଥିବେ ବେଳେ ୫ ଗୁରୁତର ଆହତ
  • ||
  • ରାଜ୍ୟରେ ୨୦ରୁ ବଢ଼ିବ ତାତି, ୨୩ ତାରିଖ ପରେ ଉପକୂଳ ଓଡ଼ିଶାରେ ୪୫ ଡିଗ୍ରୀ ଛୁଇଁପାରେ ପାରଦ
  • ||

ଉତ୍ତମ ସ୍ୱାସ୍ଥ୍ୟ ଓ ଖାଦ୍ୟ ନିୟନ୍ତ୍ରଣ

Published By : Harapriya Sethi | April 16, 2025 8:22 AM

ମଣିଷ ଶରୀର ଅତି କମ୍‌ ପରିମାଣର ଶ୍ୱେତସାର ଦରକାର କରେ । ଆଧୁନିକ ଜୀବନଶୈଳୀରେ ପର୍ଯ୍ୟାପ୍ତ ଖାଦ୍ୟପେୟ ଯୋଗୁଁ ଶରୀରକୁ ଅତ୍ୟଧିକ ଶ୍ୱେତସାର, ତୈଳ ଓ ଶର୍କରା ମିଳିଯାଉଛି । ଏହାର ବିନିଯୋଗ ନିମନ୍ତେ ଅଧିକ ପରିଶ୍ରମ ନକଲେ ମେଦବୃଦ୍ଧି ସହ ଏହା ଅନେକ ରୋଗର କାରଣ ହେଉଛି । ତେଣୁ ସୁସ୍ଥ ରହିବା ଓ ମେଦ ବୃଦ୍ଧି ନହେବା ନିମନ୍ତେ ଖାଦ୍ୟପେୟର ନିୟନ୍ତ୍ରଣ ଦରକାର । ମାତ୍ର ଅଧିକାଂଶ ଲୋକଙ୍କ କ୍ଷେତ୍ରରେ ଖାଇବା କମ କଲେ ଆବଶ୍ୟକ ଖାଦ୍ୟସାରର ଅଭାବ ହୁଏ ଯାହାକି ବିଭିନ୍ନ ରୋଗ ସୃଷ୍ଟି କରେ । ଏହି ପରିସ୍ଥିତିରେ ଖାଦ୍ୟ କମ୍‌ ନ କରି ଖାଦ୍ୟରେ କିଛିଟା ପରିବର୍ତ୍ତନ କରି ପାରିଲେ ପେଟ ପୂରିବ ଏବଂ ଶରୀରକୁ ଅଧିକ ଶ୍ୱେତସାର ମିଳିବନି । ତେଣୁ ନିୟମିତ ଖାଉଥିବା ଭାତ, ରୁଟି, ପିଠା, ମିଠାକୁ ପରିବର୍ତ୍ତନ କରି ଆମେ ଅଧିକ ପୁଷ୍ଟିସାର, ଜୀବସାର, ଖଣିଜ ତତ୍ତ୍ୱ ଓ ତନ୍ତୁ ଜାତୀୟ ଖାଦ୍ୟ ୪ରୁ ୬ ଥର ପର୍ଯ୍ୟନ୍ତ ଦିନ ମଧ୍ୟରେ ଖାଇଲେ ଶରୀର ନିୟମିତ ଭାବେ ମେଦ ହ୍ରାସ ସହ ସୁସ୍ଥ ଓ ସବଳ ହୋଇପାରିବ ।

-ଗଜା ଖାଦ୍ୟ: ମୁଗ, ବୁଟ, ଚିନାବାଦାମ ପଭୃତିକୁ ଗଜା କରି ସେଥିରେ କାକୁଡ଼ି, ପିଆଜ, ଗାଜର, ମୂଳା, ଧନିଆପତ୍ର, କଳା ଲୁଣ, ଗୋଲମରିଚ ଗୁଣ୍ଡ ଓ ଲେମ୍ବୁ ପକାଇ ଖାଇ ପାରିବେ । 

ସିଝା ମଟର, ସିଝା ବାଦାମ ମଞ୍ଜି, ପିଆଜ, କାକୁଡ଼ି ଆଦି ପକାଇ ଖାଇପାରିବେ ଓ କର୍ମକ୍ଷେତ୍ରକୁ ଖାଦ୍ୟ ରୂପେ ସାଙ୍ଗରେ ନେଇ ପାରିବେ । 

ସୋୟାବିନ ମଞ୍ଜି ଓ ବୁଟକୁ ଭାଜି ଚୋପା ଛଡ଼ାଇ ଅଟା ପରି ଗୁଣ୍ଡ ତିଆରି କରିବେ । ଏହି ଅଟାରେ କଦଳୀ ମିଶାଇ ଛତୁଆ ପରି ଚକଟି ଖାଇ ପାରିବେ  ବା ଗୋଳାଇ ପିଇ ପାରିବେ । 

ବିଭିନ୍ନ ପ୍ରକାର ଫଳରୁ ପ୍ରସ୍ତୁତ ସାଲାଡ୍‌ ଖାଇବେ ଯେମିତିକି ସେଓ, ଅଙ୍ଗୁର, କମଳା, କଦଳୀ, ସପୁରି, ଡାଳିମ୍ବ, ନାସ୍‌ପାତି ଓ ଅମୃତଭଣ୍ଡା । 

ସିଝା ଅଣ୍ଡା ୨ଟି ଖାଇପାରିବେ । ଶାକାହାରୀମାନଙ୍କ ନିମନ୍ତେ ସିଝା ଅଣ୍ଡା ବଦଳରେ ଛେନା ବା ପନିର । 

ପରିବା ସନ୍ତୁଳା: ବିଭିନ୍ନ ପ୍ରକାର ପରିବାକୁ ସିଝାଇ କମ୍‌ ତେଲରେ ପ୍ରସ୍ତୁତ ସନ୍ତୁଳା । 

ଡାଲମା: ଗାଈ ଘିଅରେ ଛୁଙ୍କ ଦିଆଯାଇଥିବା ବହଳିଆ ଡାଲମା । ଆମିଷ ଖାଉଥିବା ଲୋକମାନେ ୨୦୦ ଗ୍ରାମ ମାଛ ବା ୨୦୦ ଗ୍ରାମ ଚିକେନ ଖାଇପାରିବେ  । ଦଲିଆ ଉପମା ବୁଟ ସିଝାକୁ ଅଳ୍ପ ତେଲ- ଫୁଟଣ, ଭୃସଙ୍ଗ ପତ୍ରରେ ଭାଜି ସେଥିରେ କିଛି ଚିନା ବାଦାମ ମଞ୍ଜି ମିଶାଇ କର୍ମକ୍ଷେତ୍ରକୁ ଖାଦ୍ୟ ଭାବେ ନେଇ ପାରିବେ । 

ଗ୍ରୀନ୍‌ ସାଲାଡ: କାକୁଡ଼ି, ଗାଜର, ମୂଳା, ବିଟ୍‌, ଧନିଆ ପତ୍ର, ପିଆଜ, ଛୋଟ ଅଦା ଖଣ୍ଡ, ପିଆଜ ଷଣ୍ଢା ପଭୃତି ପକାଇ ସେଥିରେ ଦହି, କଳା ଲୁଣ, ଗୋଲମରିଚ, ଲେମ୍ବୁ ପକାଇ ସାଲାଡ୍‌ କରି ଖାଇବେ । ଦହି ମଧ୍ୟ ଖାଇବା ଦରକାର । ଉପରୋକ୍ତ ୧୨ ପ୍ରକାର ଖାଦ୍ୟ ମଧ୍ୟରୁ ନିଜର ରୁଚି ଅନୁଯାୟୀ ଦିନ ମଧ୍ୟରେ ୪ରୁ ୬ଥର ଖାଦ୍ୟ ଗ୍ରହଣ କରିବେ । 

ରାତିରେ ୫ଟି ଆଲମଣ୍ଡ, ୫ଟି ପିସ୍ତା ବାଦାମ , ୫ଟି ବଡ କିସମିସ୍‌ , ୨ଟି ଅଖରୋଟକୁ ପାଣିରେ ପକାଇ ସକାଳୁ ଉଠି ଚୋବାଇ ଖାଇବେ । ଏହା ପରେ କିଛି ନଣ୍ଡାବାଗୁଲି (ଚିଆ ସିଡ୍‌ ) ପଡ଼ିଥିବା ପାଣିରେ ଅଳ୍ପ ଟିକେ ମହୁ ଓ ଲେମ୍ବୁ ରସ ମିଶାଇ ପିଇବେ । 

ରାତିରେ ଶୋଇବା ପୂର୍ବରୁ ୨୦୦ ମିଲିଗ୍ରାମ (ଏକ କପ) ଉଷୁମ କ୍ଷୀର ପିଇ ପାରିବେ । ଏହା ରାତିରେ ଆବଶ୍ୟକ ପୋଷଣ ଯୋଗାଇବା ସହ ସକାଳୁ ପେଟ ସଫା କରିବାରେ ସାହାଯ୍ୟ କରିବ । 

ଉପରୋକ୍ତ ପ୍ରଣାଳୀରେ ଅଳ୍ପ ଅଳ୍ପ ଖାଦ୍ୟ ବଦଳ କରି ୪ରୁ ୬ ଥର ଦୈନିକ ଖାଇଲେ ଶରୀରରୁ ଏକ ମାସରେ ପ୍ରାୟ ୩ କିଲୋ ଓଜନ ହ୍ରାସ ହେବ । ଶରୀର ଫୂର୍ତ୍ତି ରହିବା ସହ ୩ ମାସ ମଧ୍ୟରେ ରକ୍ତ ଶର୍କରା, ରକ୍ତ ଚାପ ଏବଂ କୋଲେଷ୍ଟ୍ରଲ ନିୟମିତ ହେବା ସହ ସୁସ୍ଥ ହୋଇପାରିବେ । ୩ରୁ ୬ ମାସ ମଧ୍ୟରେ ଓଜନ ନିୟନ୍ତ୍ରଣ ହେବା ପରେ ଖାଦ୍ୟରେ ଅଟାର ରୁଟି, ଉଷୁନା ଚାଉଳ ଭାତ, ଅଳ୍ପ ତେଲରେ ତିଆରି ତରକାରୀ ଓ ବିରି ପିଠା ପ୍ରଭୃତିକୁ ଇଚ୍ଛା ଅନୁସାରେ ପରିବର୍ତ୍ତିତ କରିପାରିବେ ।                                                                                                                                                                                                                                                               ଡ. ହରି ପ୍ରସାଦ ପଟ୍ଟନାୟକ

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.