ଆଜିର ଡିଜିଟାଲ୍ ଜୀବନଶୈଳୀରେ ଆପଣଙ୍କ ମଧ୍ୟରୁ ଅଧିକାଂଶ ଲୋକ ଶୋଇବା ପୂର୍ବରୁ ମୋବାଇଲ୍ରେ ବ୍ୟସ୍ତ ରହିଥାନ୍ତି । କିନ୍ତୁ ଏହା ଆପଣଙ୍କ ଶରୀର ଏବଂ ମନ ଉପରେ କେତେ ପ୍ରଭାବ ପକାଉଛି ତାହା ଆପଣ କଳ୍ପନା ମଧ୍ୟ କରିପାରିବେ ନାହିଁ । ଯଦି ଆପଣ ଶୋଇବା ପୂର୍ବରୁ କିଛି ସମୟ ମୋବାଇଲ୍ ଫୋନ୍ ବ୍ୟବହାର କରନ୍ତି, ତେବେ ଏହା ନିଦର ଗୁଣବତ୍ତା ଉପରେ ଗଭୀର ପ୍ରଭାବ ପକାଇଥାଏ । ଏହା ଧୀରେ ଧୀରେ ଅନିଦ୍ରା ଭଳି ଗମ୍ଭୀର ନିଦ୍ରା ସମସ୍ୟା ସୃଷ୍ଟି କରିଥାଏ।
ଶୋଇବା ପୂର୍ବରୁ ମୋବାଇଲ୍ ଫୋନ୍ ବ୍ୟବହାର କରିବା କାହିଁକି ଅନୁଚିତ୍ ?
ବ୍ଲୁ ରେଜ୍ର ପ୍ରଭାବ-
ମୋବାଇଲ୍ ସ୍କ୍ରିନ୍ରୁ ନିର୍ଗତ ନୀଳ ଆଲୋକ ବା ବ୍ଲୁ ରେଜ୍ ଆପଣଙ୍କ ମସ୍ତିଷ୍କରେ ମେଲାଟୋନିନ୍ ନାମକ ନିଦ ହରମୋନ୍ ଉତ୍ପାଦନକୁ ବନ୍ଦ କରିଦିଏ। ଏହାର ଅର୍ଥ ହେଉଛି ଆପଣଙ୍କ ମସ୍ତିଷ୍କ ଶୋଇବା ସମୟକୁ ଜାଣି ପାରିନଥାଏ ।
ମସ୍ତିଷ୍କ କାର୍ଯ୍ୟକଳାପ ବୃଦ୍ଧି କରେ-
ଯେତେବେଳେ ଆପଣ ଶୋଇବା ପୂର୍ବରୁ ସୋସିଆଲ ମିଡିଆ, ଭିଡିଓ କିମ୍ବା ନିଜ ପ୍ରିୟଜନଙ୍କ ସହ ଚାଟ୍ରେ ବ୍ୟସ୍ତ ରହିଥାନ୍ତି, ସେତେବେଳେ ଆପଣଙ୍କ ମନ ଆରାମ କରିବା ପରିବର୍ତ୍ତେ ଅଧିକ ସକ୍ରିୟ ହୋଇଯାଏ । ଯାହା ନିଦ ହେବାରେ ବିଳମ୍ବ କରିଥାଏ ।
ନିଦ ଗୁଣବତ୍ତା ଉପରେ ପ୍ରଭାବ -
ବିଳମ୍ବରେ ଶୋଇବା ଏବଂ ଶୋଇବା ବେଳେ ବାରମ୍ବାର ଉଠିବା ଅତ୍ୟଧିକ ମୋବାଇଲ୍ ବ୍ୟବହାର ସହିତ ଜଡିତ।
ଚାପ ଏବଂ ଚିନ୍ତା ବୃଦ୍ଧି କରେ-
ଶୋଇବା ପୂର୍ବରୁ ଖବର, ସୋସିଆଲ ମିଡିଆ କିମ୍ବା କାମ ସମ୍ବନ୍ଧୀୟ ଜିନିଷ ଦେଖିବା ଦ୍ୱାରା ଚାପ ଏବଂ ଚିନ୍ତା ବଢିଥାଏ । ଏହା ଆପଣଙ୍କ ନିଦକୁ ବାଧା ଦେଇଥାଏ ।
ଅନିଦ୍ରାର ଆଶଙ୍କା-
ଯଦି ଶୋଇବା ପୂର୍ବରୁ ମୋବାଇଲ୍ ଦେଖିବା ଅଭ୍ୟାସ ଆପଣଙ୍କ ଦୈନନ୍ଦିନ ଜୀବନର ଏକ ଅଂଶ ହୋଇଯାଏ, ତେବେ ଏହା ଧୀରେ ଧୀରେ ଆପଣଙ୍କ ଶୋଇବା ସମୟକୁ ବିଗାଡ଼ିଥାଏ। କିଛି ଲୋକ ଶୋଇବାକୁ ଘଣ୍ଟା ଘଣ୍ଟା ସମୟ ନିଅନ୍ତି ଏବଂ ଦୀର୍ଘ ସମୟ ଧରି ବିଛଣାରେ ପଡ଼ି ରହିବା ପରେ ମଧ୍ୟ ସାରା ରାତି ଶୋଇପାରନ୍ତି ନାହିଁ । ଏହି ଅବସ୍ଥାକୁ ଅନିଦ୍ରା କୁହାଯାଏ।
ଅନିଦ୍ରାର ଲକ୍ଷଣଗୁଡ଼ିକ କ’ଣ?
ରାତିରେ ବାରମ୍ବାର ଉଠିବା, ନିଦ୍ରା ଅଭାବ, ସକାଳେ କ୍ଳାନ୍ତ ଅନୁଭବ କରିବା, ଚିଡିଚିଡା ଅନୁଭବ ଏବଂ ଏକାଗ୍ରତାର ଅଭାବ ଇତ୍ୟାଦି ଅନିଦ୍ରାର ଲକ୍ଷଣ।
ନିଦ ଗୁଣବତ୍ତା ଉନ୍ନତ କରିବା ପାଇଁ କ'ଣ କରିବା ଉଚିତ?
ଶୋଇବାକୁ ଯିବାର ଅତି କମରେ ୩୦-୬୦ ମିନିଟ୍ ପୂର୍ବରୁ ଆପଣଙ୍କ ମୋବାଇଲ୍ ଫୋନ୍ ବନ୍ଦ କରନ୍ତୁ । ଯଦି ଆପଣ ମୋବାଇଲ ଦେଖିବାକୁ ଚାହାଁନ୍ତି ତେବେ ନୀଳ ଲାଇଟ୍ ଫିଲ୍ଟର କିମ୍ବା ନାଇଟ୍ ମୋଡ୍ ଅନ୍ କରି ଅଳ୍ପ ସମୟ ପାଇଁ ବ୍ୟବହାର କରନ୍ତୁ । ଆପଣଙ୍କ ଶୋଇବା ଘରକୁ ନୋ-ସ୍କ୍ରିନ୍ ଜୋନ୍ କରନ୍ତୁ। ଅର୍ଥାତ ଟିଭି, କମ୍ପ୍ୟୁଟର୍, ଲାପଟପ୍, ମୋବାଇଲ୍ ଫୋନ୍ ଭଳି ଇଲେକ୍ଟ୍ରୋନିକ ଜିନିଷକୁ ଶୋଇବା ଘରଠାରୁ ଦୂରେଇ ରଖନ୍ତୁ । ଯଦି ଏସବୁ କରିବା ପରେ ବି ଆପଣଙ୍କୁ ନିଦ ହେଉନାହିଁ ତେବେ ଏପରି ପରିସ୍ଥିତିରେ ଶୋଇବା ପୂର୍ବରୁ ଏକ ପୁସ୍ତକ ପଢ଼ନ୍ତୁ, ଧ୍ୟାନ କରନ୍ତୁ କିମ୍ବା ଆରାମଦାୟକ ସଙ୍ଗୀତ ଶୁଣନ୍ତୁ।