ପ୍ରମୂଖ ଖବର
  • ଶେଷ ପର୍ଯ୍ୟାୟରେ ରତ୍ନଭଣ୍ଡାର ମରାମତି କାର୍ଯ୍ୟ, ଅନୁଧ୍ୟାନ କଲେ ତଦାରଖ କମିଟି ଅଧ୍ୟକ୍ଷ
  • ||
  • ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ନୂଆ ରାସନ କାର୍ଡ, ଖାଦ୍ୟ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ସୂଚନା
  • ||
  • ଭୁବନେଶ୍ୱରରେ କାଳବୈଶାଖୀର ତାଣ୍ଡବ: ଭାଙ୍ଗିଲା ଗଛ, ଦିନ ହେଲା ରାତି
  • ||
  • ଭଦ୍ରକ : ଡିଜେ ଗାଡ଼ିରେ କରେଣ୍ଟ ଲାଗି ଜୀବନ ହାରିଥିଲେ ୨ ଜଣ, ଦୁଇ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • ତେଲେଙ୍ଗାନାରେ ଚାଞ୍ଚଲ୍ୟ; ପାରିବାରିକ କଳହର କରୁଣ ପରିଣତି, ଦୁଇ ପିଲାଙ୍କ ଗଳା କାଟି ମା'ର ଆତ୍ମହତ୍ୟା
  • ||
  • ଗୁଡ୍‌ ଫ୍ରାଇଡେ : ଖ୍ରୀଷ୍ଟ ଧର୍ମାବଲମ୍ବୀ ପାଇଁ ପବିତ୍ର ଦିନ, ଚର୍ଚ୍ଚରେ ସାମୂହିକ ପ୍ରାର୍ଥନା କରି ଯୀଶୁଙ୍କୁ ସ୍ମରଣ
  • ||
  • ନୂଆ ଗ୍ରହରେ ଜୀବସତ୍ତାର ମିଳିଛି ପ୍ରମାଣ, ‘କେ୨-୧୮ବି’ରେ ଜୀବନ ସହ ସଂଶ୍ଳିଷ୍ଟ ଅଣୁ ଚିହ୍ନଟ
  • ||
  • ଉତ୍ତର ଚିଲିରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • IPL 2025: ଆଜି ରୟାଲ୍‌ ଚ୍ୟାଲେଞ୍ଜର୍ସକୁ ଭେଟିବ ପଞ୍ଜାବ କିଙ୍ଗ୍‌ସ, କୋହଲି- ଆୟରଙ୍କ ଉପରେ ନଜର
  • ||
  • ଫ୍ଲୋରିଡା ୟୁନିଭର୍ସିଟିରେ ଯୁବକଙ୍କ ଗୁଳିମାଡ଼, ୨ ଜଣଙ୍କ ମୃତ୍ୟୁ ଘଟିଥିବେ ବେଳେ ୫ ଗୁରୁତର ଆହତ
  • ||
  • ରାଜ୍ୟରେ ୨୦ରୁ ବଢ଼ିବ ତାତି, ୨୩ ତାରିଖ ପରେ ଉପକୂଳ ଓଡ଼ିଶାରେ ୪୫ ଡିଗ୍ରୀ ଛୁଇଁପାରେ ପାରଦ
  • ||

ଦିଲ୍ଲୀ ଏୟାରପୋର୍ଟରେ ବିମାନ ଅବତରଣ ପରେ ଏୟାର ଇଣ୍ଡିଆ ଏକ୍ସପ୍ରେସର ପାଇଲଟଙ୍କ ମୃତ୍ୟୁ

Published By : Prameya | April 10, 2025 11:00 PM

ନୂଆଦିଲ୍ଲୀ : ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ ବିମାନର ପାଇଲଟଙ୍କ ହୋଇଛି ମୃତ୍ୟୁ। ଶ୍ରୀନଗରରୁ ଉଡ଼ାଣ ଭରି ଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ର ପାଇଲଟଙ୍କ , ଦିଲ୍ଲୀ ଏୟାରପୋର୍ଟରେ ଲ୍ୟାଣ୍ଡିଂ ପରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଘଟଣାଟି ବୁଧବାର ଦିନ ଘଟିଛି। ଏୟାରଲାଇନ୍‌ ଓ ଏୟାରପୋର୍ଟ ଅଧିକାରୀମାନେ ଏହି ଖବର ବିଷୟରେ ସ୍ପଷ୍ଟ କରିଛନ୍ତି। ପାଇଲଟଙ୍କ ସହ ପ୍ରକୃତରେ କଣ ହୋଇଛି , ଏହି ବିଷୟରେ କୌଣସି ଅଫିସିଆଲି ସୂଚନା ଆସିନାହିଁ , କିନ୍ତୁ ରିପୋର୍ଟ ଅନୁସାରେ , ତାଙ୍କର ହୃଦଘାତ ହୋଇଥିଲା। 

ଉକ୍ତ ଦୁଃଖଦ ଖବର ବିଷୟରେ ଏୟାରଲାଇନର ପ୍ରବକ୍ତା କହିଛନ୍ତି , ଆମେ ଜଣେ ମୂଲ୍ୟବାନ ସହକର୍ମୀଙ୍କ ଚିକିତ୍ସାଗତ ସ୍ଥିତିରେ ହୋଇଥିବା ମୃତ୍ୟୁରେ ଗଭୀର ଦୁଃଖ ପ୍ରକାଶ କରୁଛୁ। ଶୋକ ସନ୍ତପ୍ତ ପରିବାର ପ୍ରତି ଆମର ଗଭୀର ସମବେଦନା ରହିବା ସହ ଆମେ ସମସ୍ତେ ଏହି ଭୀଷଣ କ୍ଷତିକୁ ସହିବା ପାଇଁ ତାଙ୍କୁ ଯଥା ସମ୍ଭବ ସହାୟତା ପ୍ରଦାନ କରୁଛୁ ।

ପ୍ରବକ୍ତା କହିଛନ୍ତି , ଆମେ ଏଥିରେ ସଂପୃକ୍ତ ସମସ୍ତଙ୍କୁ ଅନୁରୋଧ କରୁଛି କି, ସେମାନେ ଏହି ସମୟରେ ଗୋପନୀୟତାର ସମ୍ମାନ କରନ୍ତୁ ଏବ ଅନାବଶ୍ୟକ ଆକଳନରୁ ନିବୃତ୍ତ ରୁହନ୍ତୁ , ଯେତେବେଳେ କି ଆମେ ଉଚିତ ପ୍ରକ୍ରିୟାରେ ସଂପୃକ୍ତି ଅଧିକାରୀଙ୍କ ସହାୟତା କରିବା ପାଇଁ ପ୍ରତିବଦ୍ଧ ଅଛୁ। 

ସୂଚନା ଯେ, ପାଇଲଟଙ୍କ ବୟସ ୩୦ ବର୍ଷ ବୟସ ପାଖାପାଖି ଥିଲା ଏବଂ କୁହାଯାଇଛି କି ନିକଟରେ ତାଙ୍କର ବିବାହ ହୋଇଥିଲା। ବିମାନଟି ଇନ୍ଦିରା ଗାନ୍ଧୀ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ଅବତରଣ କରିବା ପରେ ପାଇଲଟଙ୍କ ଅସୁସ୍ଥ ଅନୁଭବ କରିଥିଲେ । ତାଙ୍କୁ ହସ୍ପିଟାଲ ନିଆ ଯାଇଥିଲା , ହେଲେ ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରାଇ ଥିଲେ। 

ପାଇଲଟଙ୍କ ମୃତ୍ୟୁ ବିଷୟରେ ବେସାରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ( ଡିଜିସିଏ) ଏବେସୁଦ୍ଧା କୌଣସି ଆନୁଷ୍ଠାନିକ ବିବୃତ୍ତି ଜାରି କରି ନାହିଁ। ଶ୍ରୀନଗରରୁ ବିମାନଟି ଉଡ଼ାଣ ଭରିବା ପୂର୍ବରୁ ପାଇଲଟ କୌଣସି ଶାରୀରିକ ସମସ୍ୟାର ଅଭିଯୋଗ କରିଥିଲେ କି ନାହିଁ ତାହା ମଧ୍ୟ ଜଣାନାହିଁ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.