ପ୍ରମୂଖ ଖବର
  • ୨୦୨୬ ସୁଦ୍ଧା ମୂଳପୋଛ ହେବ ନକ୍ସଲବାଦ; ୧୦ ବର୍ଷରେ ୨୯ ଜିଲ୍ଲା ନକ୍ସଲମୁକ୍ତ, ଗୃହମନ୍ତ୍ରୀଙ୍କ ବଡ଼ ଘୋଷଣା
  • ||
  • ଦୋଳମୁଣ୍ଡାଇ ଛକରେ ଭୟଙ୍କର ଅଗ୍ନିକାଣ୍ଡ: ହୁ ହୁ ହୋଇ ଜଳିଲା ସୋ' ରୁମ୍‌, ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ
  • ||
  • ବୁଧବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
  • ||
  • ଲାଲ ସଂଗଠନକୁ ବଡ଼ ଝଟକା, ୧୩ ସକ୍ରିୟ ମାଓବାଦୀଙ୍କୁ ବାନ୍ଧିଲା ପୋଲିସ
  • ||
  • ଓଡ଼ିଶା ପୁଲିସର ୯୦ ତମ ପ୍ରତିଷ୍ଠା ଦିବସ, ମୁଖ୍ୟ ଅତିଥି ଭାବେ ଯୋଗଦେବେ ପୁଲିସ୍‌ ମହାନିର୍ଦ୍ଦେଶକ
  • ||
  • ଆଇପିଏଲ୍ ୨୦୨୫: ଆଜି ପଞ୍ଜାବ କିଙ୍ଗ୍‌ସକୁ ଭେଟିବ ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ, ସଂଘର୍ଷପୂର୍ଣ୍ଣ ହେବ ମ୍ୟାଚ୍
  • ||
  • ପାର୍କ ନିକଟରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଖୋଜୁଛି ପୋଲିସ
  • ||
  • ପଶ୍ଚିମବଙ୍ଗରେ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ, ଚାଲିଗଲା ୭ ଜୀବନ, ମୃତକଙ୍କ ମଧ୍ୟ ୩ ମହିଳାଙ୍କ ସମେତ ୪ ଶିଶୁ
  • ||
  • କଟକରେ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ: ଆଜି ମଧୁବାବୁଙ୍କ ଜନ୍ମପୀଠ ବିକାଶ ପ୍ରକଳ୍ପର ଶୁଭ ପଡ଼ିବ
  • ||
  • ଏପ୍ରିଲ ୧ ଉତ୍କଳ ଦିବସ, ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନକୁ ପୂରିଲା ୮୯ ବର୍ଷ
  • ||
  • ଏପ୍ରିଲରେ ପ୍ରଚଣ୍ଡ ତାତି, ଜୁନ୍‌ ଯାଏ ଜାଳିବ ଖରା: ଏବେ କାଳବୈଶାଖୀ ଆଣିବ ଆଶ୍ୱସ୍ତି, ୮ରୁ ହୁ ହୁ ବଢ଼ିବ ତାତି
  • ||

ମିଆଁମାର ପରେ ଆଉ ଏକ ଦେଶକୁ ଦୋହଲାଇ ଦେଲା ଭୟଙ୍କର ଭୂକମ୍ପ, ସୁନାମୀ ଆଲର୍ଟ ଜାରି

Published By : Tapas Panda | March 30, 2025 8:25 PM

Image Courtesy: hindustantimes

ନୂଆଦିଲ୍ଲୀ: ମିଆଁମାର ଏବଂ ଥାଇଲାଣ୍ଡ ପରେ ଏବେ ଆଉ ଏକ ପ୍ରଶାନ୍ତ ମହାସାଗରୀୟ ଦ୍ୱୀପ ଦେଶରେ ଭୂମିକମ୍ପ ଅନୁଭୂତ ହୋଇଛି । ଏହାର ତୀବ୍ରତା ରିକ୍ଟର ସ୍କେଲରେ ୭.୧ ରହିଛି । ଏକ ରିପୋର୍ଟ ଅନୁଯାୟୀ, ଏହି ଭୂମିକମ୍ପ ଓସେନିଆ ଦେଶ ଟୋଙ୍ଗାରେ ଅନୁଭୂତ ହୋଇଛି। ଏତେ ତୀବ୍ରତାର ଭୂମିକମ୍ପ ପରେ ସୁନାମୀ  ଚେତାବନୀ ଜାରି କରାଯାଇଛି। ଭୂମିକମ୍ପ ଯୋଗୁଁ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ସୂଚନା ମିଳିପାରି ନାହିଁ।

ଆମେରିକାର ଭୂତତ୍ତ୍ୱ ସର୍ଭେ ଅନୁସାରେ, ଏହି ଭୂମିକମ୍ପ ଟୋଙ୍ଗା ନିକଟରେ ଘଟିଛି । ଏହାର ତୀବ୍ରତା ୭.୧ ରହିଛି । ଏହି କାରଣରୁ ପ୍ରଶାନ୍ତ ମହାସାଗରୀୟ ଦ୍ୱୀପ ଦେଶ ପାଇଁ ସୁନାମୀ  ଚେତାବନୀ ଜାରି କରାଯାଇଛି। 

 ଆମେରିକାର ଭୂତତ୍ତ୍ୱ ସର୍ଭେ ଅନୁସାରେ, ସୋମବାର ସକାଳେ ମୁଖ୍ୟ ଦ୍ୱୀପରୁ ପ୍ରାୟ ୧୦୦ କିଲୋମିଟର ଉତ୍ତର-ପୂର୍ବରେ ଭୂମିକମ୍ପ ହୋଇଥିଲା। ଏହି ଭୟଙ୍କର ଭୂମିକମ୍ପ ପରେ, ପ୍ରଶାନ୍ତ ମହାସାଗରେ ସୁନାମୀ ଆସିବା ନେଇ ପୂର୍ବାନୁମାନ କରାଯାଇଛି । ଭୂମିକମ୍ପ କେନ୍ଦ୍ରର ୩୦୦ କିଲୋମିଟର ମଧ୍ୟରେ ଅବସ୍ଥିତ ଉପକୂଳରେ ବିପଦପୂର୍ଣ୍ଣ ଜୁଆର ମାଡ଼ି ଆସିପାରେ ବୋଲି ଚେତାବନୀ ଜାରି କରାଯାଇଛି । 

ସୂଚନାଯୋଗ୍ୟ, ଟୋଙ୍ଗା ଏକ ଦେଶ ଯାହା ୧୭୧ଟି ଦ୍ୱୀପକୁ ନେଇ ଗଠିତ ଏବଂ ଏହାର ଜନସଂଖ୍ୟା ୧,୦୦,୦୦୦ ରୁ ଟିକିଏ ଅଧିକ । ସେମଧ୍ୟରୁ ଅଧିକାଂଶ ଲୋକ ଟୋଙ୍ଗାର ମୁଖ୍ୟ ଦ୍ୱୀପରେ ବାସ କରନ୍ତି। ଏହା ଅଷ୍ଟ୍ରେଲିଆର ପୂର୍ବ ଉପକୂଳରୁ ୩୫୦୦ କିଲୋମିଟର ଦୂରରେ ଅବସ୍ଥିତ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.