ପ୍ରମୂଖ ଖବର
  • ୪୫ ଦିନରେ ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇଛନ୍ତି ୬୬ କୋଟିରୁ ଅଧିକ ଶ୍ରଦ୍ଧାଳୁ: ୟୁପି ସିଏମ୍
  • ||
  • ସନ୍ଧ୍ୟାରେ ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କରିବେ ମୁଖ୍ୟମନ୍ତ୍ରୀ, ସାଂସ୍କୃତିକ କାର୍ଯ୍ୟକ୍ରମରେ ହେବେ ସାମିଲ
  • ||
  • ଝାରସୁଗୁଡ଼ା ଇକୋ ପାର୍କରେ ଅଗ୍ନିକାଣ୍ଡ, ଜଳିଗଲା ୨୨ ହଜାରରୁ ଉର୍ଦ୍ଧ୍ୱ ଗଛ
  • ||
  • କଟକ : ବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାରଲୋକେ
  • ||
  • ବଲାଙ୍ଗୀର : ବରକୁ ହତ୍ୟା ଷଡ଼ଯନ୍ତ୍ର ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ
  • ||
  • ପୁରୀ : ବାଲିକପିଳେଶ୍ୱର ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼, ରାତି ୩ଟାରେ ଉଠିବ ମହାଦୀପ
  • ||
  • ବାଲେଶ୍ୱର : ରାସ୍ତା କଡ଼ରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ଶିବରାତ୍ରୀ ପାଇଁ ବାବା ଧବଳେଶ୍ୱରଙ୍କ ପୀଠରେ ଭକ୍ତଙ୍କ ସମାଗମ, ରାତି ୧ଟାରେ ଉଠିବ ମହାଦୀପ
  • ||
  • ଶ୍ରୀଲିଙ୍ଗରାଜ ପୀଠରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼, ଠେଲାପେଲା ଭିତରେ ୨ ମହିଳା ଗୁରୁତର
  • ||
  • ଭଦ୍ରକ : ଦୁର୍ଘଟଣାଗ୍ରସ୍ତ ହୋଇ ଓଭର୍ ବ୍ରିଜ୍‌ରୁ ତଳକୁ ଖସିଲା ଦୁଇ ଟ୍ରକ୍‌, ୩ ଗୁରୁତର
  • ||
  • ଜାଗର ପାଇଁ ଚଳଚଞ୍ଚଳ ଲୋକନାଥଙ୍କ ପୀଠ, ଭୋର ୩ଟାରେ ଉଠିବ ମହାଦୀପ
  • ||

ଚାମ୍ପିଅନ୍ସ ଟ୍ରଫିରୁ ଇଂଲଣ୍ଡ ଆଉଟ୍‌, ଆଫଗାନିସ୍ତାନର ସେମି ଆଶା ଉଜ୍ଜୀବିତ

Published By : Tapas Panda | February 26, 2025 11:01 PM

Image Courtesy: abplive

ଲାହୋର: ଇଂଲଣ୍ଡକୁ ୮ ରନ୍‌ରେ ପରାସ୍ତ କରି ଚାମ୍ପିଅନ୍ସ ଟ୍ରଫିର ସେମିଫାଇନାଲ୍‌ ଦୌଡ଼ରୁ ବାହାର କରିଦେଇଛି ଆଫଗାନିସ୍ତାନ । ସେପଟେ ସେମିଫାଇନାଲ୍‌ରେ ପ୍ରବେଶ ଲାଗି ଆଫଗାନିସ୍ତାନର ଆଶା ଉଜ୍ଜୀବିତ ହୋଇଛି । ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ ୩୨୫ ରନ୍ କରିଥିଲା। ଆଫଗାନିସ୍ତାନ ପାଇଁ ଇବ୍ରାହିମ ଜଦ୍ରାନ ୧୭୭ ରନର ଏକ ଐତିହାସିକ ଇନିଂସ ଖେଳିଥିଲେ। ଜବାବରେ ଜୋ ରୁଟ୍ ଇଂଲଣ୍ଡ ପାଇଁ ଏକ ଶତକ ହାସଲ କରିଥିଲେ ହେଁ ନିଜ ଦଳକୁ ବିଜୟୀ କରାଇପାରି ନାହାନ୍ତି ।

ଲାହୋରର ଗଦ୍ଦାଫି ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଆଫଗାନିସ୍ତାନ ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଇବ୍ରାହିମ୍ ଜଦ୍ରାନ୍ ୧୭୭ ରନ୍ର ଅବିଶ୍ବସସନୀୟ ଇନିଂସ ଖେଳିଥିଲେ । ଚାମ୍ପିଅନ୍ସ ଟ୍ରଫି ଇତିହାସରେ ଏହା ସର୍ବାଧିକ ବ୍ୟକ୍ତିଗତ ସ୍କୋର । ସେପଟେ ୩୨୬ ରନ୍‌ର ପିଛା କରୁଥିବା ଇଂଲଣ୍ଡ ୪୯.୫ ଓଭରରେ ୩୧୭ ରନ୍‌ରେ ଅଟକି ଯାଇଛି । ଆଫଗାନିସ୍ତାନର ଘାତକ ବୋଲିଂ ଆଗରେ ଶେଷ ୩ ଓଭରରେ ଇଂଲଣ୍ଡର ବ୍ୟାଟର ଆତ୍ମସମର୍ପଣ କରିଥିଲେ । 

୪୭ ତମ ଓଭରରେ ଇଂଲଣ୍ଡ ୭ ୱିକେଟ୍ ହରାଇ ୩୦୧ ରନ କରିଥିଲା । ଦଳକୁ ଜିତିବା ପାଇଁ ୧୮ ବଲ୍‌ରେ ୨୫ ରନ୍ ଦରକାର ଥିଲା । ୪୬ତମ ଓଭରରେ ୧୨୦ ରନ କରି ଜୋ ରୁଟ୍ ଆଉଟ ହୋଇଥିଲେ । ଏପରି ସ୍ଥିତିରେ ଇଂଲଣ୍ଡ ଆଶା କରିଥିଲା ଯେ, ଅଲରାଉଣ୍ଡର ଜେମି ଓଭରଟନ୍ ଦଳକୁ ବିଜୟୀ କରାଇବେ । କିନ୍ତୁ ଶେଷ  ୩ ଓଭରରେ, ଆଜମତୁଲ୍ଲା ଉମରଜାଇ ଏବଂ ଫଜଲ ହକ୍ ଫାରୁକିଙ୍କ ଘାତକ ବୋଲିଂ ଯୋଗୁଁ ଇଂଲଣ୍ଡର ନିମ୍ନ କ୍ରମ ଧସି ଯାଇଥିଲା। ୪୮ତମ ଓଭରରେ ଉମରଜାଇ ଓଭରଟନଙ୍କ ୱିକେଟ ନେଇଥିଲେ । ପରବର୍ତ୍ତୀ ଓଭରରେ ଫାରୁକି ଜୋଫ୍ରା ଆର୍ଚରଙ୍କୁ ଆଉଟ୍ କରିଥିଲେ। ୫୦ ଓଭର ପୂରଣ ହେବା ପୂର୍ବରୁ ଆଦିଲ ରସିଦ ମଧ୍ୟ ଆଉଟ୍‌ ହୋଇଥିଲେ । ଏହିପରି ଆଫଗାନିସ୍ତାନ ଦଳ ଶେଷ ୩  ଓଭରରେ ମ୍ୟାଚ୍‌କୁ ଓଲଟାଇ ଦେଇଥିଲା ଏବଂ ୮ ରନ୍‌ରେ ମ୍ୟାଚ୍‌କୁ ଜିତି ନେଇଛି । ଆଫିଗାନିସ୍ତାନର ଆଜମତୁଲ୍ଲା ଉମରଜାଇ ୫ ଓ୍ବିକେଟ ନେଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.