ଭୁବନେଶ୍ୱର,୧୧/୦୨: ଏଣିକି ପାଞ୍ଜିରେ ଭୁଲ୍ ତଥ୍ୟ ଦେଲେ ହେବ କାର୍ଯ୍ୟାନୁଷ୍ଠାନ । ଶ୍ରୀମନ୍ଦିର ଯାନି ଯାତ୍ରା ଓ ପର୍ବପର୍ବାଣୀ ନେଇ ଭୁଲ୍ ତଥ୍ୟ ପ୍ରକାଶ କଲେ ଆଇନ ଅନୁଯାୟୀ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଆଯିବ ଆକ୍ସନ। ଏନେଇ ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ।
ଏହା ମଧ୍ୟ ପଢନ୍ତୁ- ଓଡ଼ିଶା ସ୍ୱାସ୍ଥ୍ୟସେବା ନିୟମରେ ପରିବର୍ତ୍ତନ, ବିଜ୍ଞପ୍ତି ଜାରି କଲା ସ୍ୱାସ୍ଥ୍ୟ ବିଭାଗ
ସେହିପରି ପାଞ୍ଚୋଟି ପଞ୍ଜିକାକୁ ସ୍ଵୀକୃତି ପ୍ରଦାନ କଲା ଶ୍ରୀମନ୍ଦିର ପ୍ରଶାସନ। କୋହେନୂର, ରାଧାରମଣ, ଭାଗ୍ୟଦୀପ, ଜିଏନ୍ ତ୍ରିପାଠୀ, ଅରୁଣୋଦୟ ପଞ୍ଜିକାକୁ ସ୍ଵୀକୃତି ମିଳିଛି। ଏହି ପଞ୍ଜିକାରେ ପ୍ରକାଶିତ ପର୍ବପର୍ବାଣୀକୁ ସମସ୍ତ ଜନସାଧାରଣ ଅନୁସରଣ କରିବାକୁ ଅନୁରୋଧ କରିଛି ଶ୍ରୀମନ୍ଦିର ପ୍ରଶାସନ, ପଞ୍ଜିକାର, ମୁକ୍ତିମଣ୍ଡପ ପଣ୍ଡିତ ସଭା । ତେବେ ପଞ୍ଜିକା ସମୀକରଣ ବୈଠକ ଶେଷ ହେବା ପରେ ଏଭଳି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ।