ପ୍ରମୂଖ ଖବର
  • ୨ବର୍ଷ ଭିତରେ ତୁଟିବ ଜଗନ୍ନାଥଙ୍କ ରାଜ୍ୟବ୍ୟାପୀ ଜମି ବିବାଦ: ଆଇନ୍‌ମନ୍ତ୍ରୀ
  • ||
  • ଇନ୍‌ଫୋସିଟି ଛକରେ ସଡ଼କ ଦୁର୍ଘଟଣା: କାର୍‌କୁ ଧକ୍କା ଦେଲା ଫର୍ଚୁନର, ୩ ଯୁବତୀ ଆହତ
  • ||
  • ଛତିଶଗଡ଼ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା,ଏକାଥରକେ ୧୬ରୁ ଅଧିକ ମାଓବାଦୀ ସଫା
  • ||
  • ଭିଜିଲାନ୍ସ ପଞ୍ଝାରେ OWSSB ଆସିଷ୍ଟାଣ୍ଟ ପ୍ରୋଜେକ୍ଟ ମ୍ୟାନେଜର,ଏକକାଳୀନ ୭ଟି ସ୍ଥାନରେ ଚଢ଼ା
  • ||
  • ହାଇକୋର୍ଟ ବାର୍‌ ଆସୋସିଏସନ୍‌ ନିର୍ବାଚନ, ସଭାପତି ପଦ ପାଇଁ ତ୍ରିମୁଖି ଲଢ଼େଇ
  • ||
  • ମ୍ୟାଁମାର, ଥାଇଲାଣ୍ଡରେ ଭୟାନକ ଭୂକମ୍ପ: ୧୫୦ରୁ ଊର୍ଦ୍ଧ୍ୱ ମୃତ, ୮୦୦ରୁ ଅଧିକ ଆହତ, ମୃତ୍ୟୁସଂଖ୍ୟା ୧୦ ହଜାର ଟପିବା ଆଶଙ୍କା
  • ||
  • ପିପିଲିରେ ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫ ବଖରା ଘର, କାରଣ ଅସ୍ପଷ୍ଟ
  • ||
  • ଶନିବାର ବର୍ଷର ପ୍ରଥମ ଆଂଶିକ ସୂର୍ଯ୍ୟୋପରାଗ: ଓଡ଼ିଶାକୁ ଦିଶିବନି, ଶ୍ରୀମନ୍ଦିର ନୀତିକାନ୍ତିରେ ପ୍ରଭାବ ପଡ଼ିବନି
  • ||
  • ଆହୁରି ଦୁଇ ଦିନ ପ୍ରଚଣ୍ଡ ତାତି, ୬ ଜିଲ୍ଲାକୁ ଆଲର୍ଟ: ଏପ୍ରିଲ ୧ରୁ ହାଲୁକା ଆଶ୍ୱସ୍ତି, ୪ରେ ଘୂର୍ଣ୍ଣିବଳୟ ସମ୍ଭାବନା
  • ||

ଦଣ୍ଡ ଯାତ୍ରାରେ ଅଶ୍ଳୀଳ ନୃତ୍ୟ ହେଲେ କାର୍ଯ୍ୟାନୁଷ୍ଠାନ

Published By : Prameya | March 25, 2025 12:26 AM

 ଭଞ୍ଜନଗର, ୨୪ ।୩ (ଆପ୍ର): ଚୈତ୍ର ମଙ୍ଗଳବାର ଦ୍ୱିତୀୟ ପାଳିରୁ ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଦଣ୍ଡ ଯାତ୍ରା (୨୧ ଦିନିଆ) ଆରମ୍ଭ ହୋଇଯିବ । ଏପ୍ରିଲ୍‌ ୧୩ ତାରିଖ ଯାଏଁ ଗାଁଠୁ ସହର ସବୁଠି ଦଣ୍ଡ ଯାତ୍ରାର ଧୁମ୍‌ ଲାଗି ରହିବ । ଦଣ୍ଡ ନାଚ ଦଳଗୁଡ଼ିକ ନିଜର ପ୍ରସ୍ତୁତି ଚୂଡ଼ାନ୍ତ କରୁଥିବା ବେଳେ ଆଖଡାଶାଳରେ କଳାକାରମାନେ ଅଭ୍ୟାସ ଚଳାଇଛନ୍ତି । ଦର୍ଶକଙ୍କୁ ଆକୃଷ୍ଟ କରିବାକୁ ରେକର୍ଡ ଡ୍ୟାନ୍ସ, ଅଶ୍ଲୀଳ ନୃତ୍ୟ ସଙ୍ଗୀତ ପରିବେଷଣ ଦ୍ୱାରା ବିଶୃଙ୍ଖଳା ଉପୁଜୁଥିଲା । ଏସବୁକୁ ଏଡ଼ାଇବାକୁ ଭଞ୍ଜନଗର ପୁଲିସ ପକ୍ଷରୁ ରବିବାର ଥାନା ପରିସରରେ ଆମ ପୁଲିସ ସମିତି ବୈଠକ ହୋଇଥିଲା । ଥାନା ଇଲାକାର ସବୁ ଦଣ୍ଡ ଯାତ୍ରା କମିଟିକୁ ଡାକି ଅଶ୍ଲୀଳ ନୃତ୍ୟ ପ୍ରଦର୍ଶନ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାଇ ଦିଆଯାଇଛି । 

ବୈଠକରେ ଏସ୍‌ଡିପିଓ ସୁଜିତ କୁମାର ନାୟକ ଅଧ୍ୟକ୍ଷତା କରିଥିବା ବେଳେ ଥାନାଧିକାରୀ ଜୀବନାନନ୍ଦ ଜେନା, ବରିଷ୍ଠ ସଦସ୍ୟ ପ୍ରଫେସର କୃତିବାସ ବିଶ୍ୱାଳ, ଡ. ପୂର୍ଣ୍ଣଚନ୍ଦ୍ର  ତ୍ରିପାଠୀ, ଅନ୍ତର୍ଯ୍ୟାମୀ ତ୍ରିପାଠୀ ମଞ୍ଚାସୀନ ଥିଲେ । ଅନୁପମ ବାନାର୍ଜୀ ସଂଯୋଜନା କରିଥିଲେ । ସଦସ୍ୟ ଲୋକନାଥ କର, ଜଗଦୀଶ ପାଣିଗ୍ରାହୀ, ବାସନ୍ତୀ ପାଣିଗ୍ରାହୀ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ବିଭିନ୍ନ ଦଣ୍ଡ ଯାତ୍ରା କମିଟି ପକ୍ଷରୁ ଚଳିତ ବର୍ଷ ସେଭଳି କିଛି ଅସୁବିଧା ହେବନାହିଁ। ଓ ଆସନ୍ତାବର୍ଷରୁ କେବଳ ପାରମ୍ପରିକ ଦଣ୍ଡ ଚରିତ ହିଁ ପରିବେଷଣ କରାଯିବ ବୋଲି  ସୂଚନା ଦିଆଯାଇଛି । ସୁଶାନ୍ତ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏଥିସହ ହନୁମାନ ଜୟନ୍ତୀ ଯେପରି ନିବି ର୍ଘ୍ନରେ ସମାପ୍ତ ହେବ ସେଥିପାଇଁ ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର ବହୁ ସଦସ୍ୟଙ୍କ ସହ ଆଲୋଚନା କରାଯାଇଥିଲା । ମୁରଲୀଧର ପଣ୍ଡା, ବଟକୃଷ୍ଣ ପଣ୍ଡା ଅଂଶଗ୍ରହଣ କରିଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.