ପ୍ରମୂଖ ଖବର
  • ସମ୍ୱଲପୁର : ଯକୃତ ଦାନ କରିଥିଲେ ବଡ଼ ଯାଆ, ସେପଟିକ୍ ହେବାରୁ ଆଖି ବୁଜିଦେଲେ ସାନ ଯାଆ
  • ||
  • ମାଲକାନଗିରି ସୀମାନ୍ତରେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ,ଜଣେ ଯବାନ ଗୁରୁତର
  • ||
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାରସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

କେଜ୍ରିଓ୍ବାଲଙ୍କ ଘରେ ଏସିବି ଟିମ୍‌କୁ ମିଳିଲାନି ଏଣ୍ଟ୍ରି, ୧୫-୧୫ କୋଟି ଟଙ୍କା ଅଫର୍ ଅଭିଯୋଗର ହେବ ତଦନ୍ତ

Published By : Tapas Panda | February 7, 2025 5:32 PM

Image Courtesy: indiatvnews

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ରେଜଲ୍ଟ ଫେବୃଆରୀ ୮ (ଶନିବାର) ପ୍ରକାଶ ପାଇବ । ଏହାର ଭିତରେ ରାଜଧାନୀରେ ରାଜନୀତି ଜୋର ଧରିଛି । ନିର୍ବାଚନ ରେଜଲ୍ଟ ଆସିବା ପୂର୍ବରୁ ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ୍ ଅଭିଯୋଗ କରିଥିଲେ ଯେ, ବିଜେପି ତାଙ୍କ ପ୍ରାର୍ଥୀଙ୍କୁ ଫୋନ୍ କରି କୋଟି କୋଟି ଟଙ୍କା ଅଫର୍ ଦେଉଛି । ଏହି ଅଭିଯୋଗ ପରେ ତାଙ୍କ ବିରୋଧରେ ତଦନ୍ତ କରିବାକୁ  ଏସିବି (ଆଣ୍ଟି କରପସନ୍ ବ୍ୟୁରୋ)କୁ ନିର୍ଦ୍ଦେଶ ଦେଇଥିଲେ ଦିଲ୍ଲୀର ଉପରାଜ୍ୟପାଳ ଭିକେ ସକ୍ସେନା । ନିର୍ଦ୍ଦେଶ ମିଳିବା ପରେ ଶୁକ୍ରବାର ଏବିସି ଟିମ୍ କେଜ୍ରିଓ୍ବାଲଙ୍କ ବାସଭବନରେ ପହଞ୍ଚିଥିଲା । କିନ୍ତୁ ଟିମ୍‌କୁ କେଜ୍ରିଓ୍ବାଲଙ୍କ ଘରେ ପଶିବାକୁ ଅନୁମତି ମିଳିନଥିବା ଜଣାପଡ଼ିଛି । 

ଉଲ୍ଲେଖଯୋଗ୍ୟ ଯେ, କେଜ୍ରିୱାଲଙ୍କ ଅଭିଯୋଗ ପରେ ବିଜେପି ଦିଲ୍ଲୀ ଉପରାଜ୍ୟପାଳ ଭିକେ ସକ୍ସେନାଙ୍କୁ ଲିଖିତ ଭାବେ ଅଭିଯୋଗ କରିଥିଲା । ଉପରାଜ୍ୟପାଳ ବିଜେପିର ଅଭିଯୋଗକୁ ଗୁରୁତ୍ୱର ସହ ନେଇ ଏହି ମାମଲାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଦିଲ୍ଲୀ ଏଲଜି ଏହି ମାମଲାର ତଦନ୍ତ ଦାୟିତ୍ୱ ଏସିବିକୁ ଦେଇଥିଲେ । ଏବେ ମାମଲାର ତଦନ୍ତ ପାଇଁ ଏସିବି ଟିମ୍ ତତ୍ପରତା ପ୍ରକାଶ କରିଛି । ହେଲେ ଆଜି ଏସିବି ଅଧିକାରୀଙ୍କୁ କେଜ୍ରିୱାଲଙ୍କ ଘରେ ଏଣ୍ଟ୍ରି ମିଳିପାରି ନାହିଁ । ଅନ୍ୟପଟେ କେଜ୍ରିୱାଲଙ୍କ ଘରେ ପହଞ୍ଚିଛନ୍ତି ମନୀଷ ସିସୋଦିଆ । ସୂତ୍ର ଅନୁସାରେ ଏସିବି ଆମ୍ ଆଦମୀ ପାର୍ଟି ଦ୍ୱାରା ଅଣାଯାଇଥିବା ଅଭିଯୋଗ ଉପରେ ପାର୍ଟି ସାଂସଦ ସଞ୍ଜୟ ସିଂହଙ୍କ ବୟାନ ରେକର୍ଡ କରିବ । ସଞ୍ଜୟ ସିଂହ କିଛି ସମୟ ପୂର୍ବରୁ ମିଡିଆରେ ଆସି ତାଙ୍କ ଦଳର ୧୬ ପ୍ରାର୍ଥୀଙ୍କୁ ଟଙ୍କା ଅଫର୍ କରାଯାଉଥିବା ଅଭିଯୋଗ କରିଥିଲେ । କେଜ୍ରିୱାଲଙ୍କ ଓକିଲ ଋଷିକେଷ କୁମାର କହିଛନ୍ତି, ‘ତଦନ୍ତ କିମ୍ୱା ଯାଞ୍ଚ ଲାଗି କାହା ବାସଭବନରେ ପ୍ରବେଶ କରିବା ପାଇଁ ଏଜେନ୍ସି ପାଖରେ ଲିଖିତ ଆଦେଶ ରହିବା ଦରକାର । ଆଇନଗତ ଆଦେଶ ବିନା କାହାରି ସମ୍ପତ୍ତିରେ ପ୍ରବେଶ କରିବା ବେଆଇନ ଏବଂ ଜବରଦଖଲ ଅଟେ ।’ 

କେଜ୍ରିୱାଲ ଏକ୍ସରେ ପୋଷ୍ଟ କରି ଲେଖିଥିଲେ,କିଛି ଏଜେନ୍ସି ଦେଖାଉଛନ୍ତି ଯେ ଗାଳିଗୁଲଜ ପାର୍ଟିକୁ ୫୫ରୁ ଅଧିକ ଆସନ ମିଳୁଛି । ଗତ ଦୁଇ ଘଣ୍ଟାରେ ଆମର ୧୬ ପ୍ରାର୍ଥୀଙ୍କୁ ଫୋନ ଆସିଛି । ଆପ୍ ଛାଡ଼ି ତାଙ୍କ ପାର୍ଟିକୁ ଆସିବା ପାଇଁ କୁହାଯାଇଛି । ମନ୍ତ୍ରୀ ପଦ ଦେବେ ଏବଂ ପ୍ରତ୍ୟେକଙ୍କୁ ୧୫-୧୫ କୋଟି ଟଙ୍କା ଦେବେ । ଜେକ୍ରିୱାଲ ଲେଖିଥିଲେ, 'ଯଦି ସେମାନଙ୍କ ଦଳକୁ ୫୫ରୁ ଅଧିକ ଆସନ ମିଳୁଛି, ତେବେ ଆମ ପ୍ରାର୍ଥୀଙ୍କୁ ଫୋନ୍ କରିବାର ଆବଶ୍ୟକତା କ'ଣ ? ମିଛ ସର୍ଭେ କରାଯାଇଛି, ଏହାଦ୍ୱାରା ମାହୋଲ ସୃଷ୍ଟି କରି ପ୍ରାର୍ଥୀଙ୍କୁ ନିଜ ଆଡ଼କୁ ନେଇପାରିବେ । କିନ୍ତୁ ଗାଳିଗୁଲଜ ପାର୍ଟି, ଆମର ଜଣେ ବି ପ୍ରାର୍ଥୀ ଦଳରୁ ଅଲଗା ହେବନି ।'  ଏହାକୁ ନେଇ କେଜ୍ରିଓ୍ବାଲଙ୍କ ବିରୋଧରେ ତଦନ୍ତ କରିବାକୁ ଯାଉଛି ଏସିବି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.