ଜହ୍ନ।ପଙ୍କ,୧୦/୪: ବୌଦ୍ଧ ବ୍ଲକ ଲଷ୍ମୀପ୍ରସାଦ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଓଡିଆ ପକ୍ଷ ପାଳନ ଅବସରରେ ଜିଲ୍ଲା ପ୍ରଶାସନ ଏବଂ ବୌଦ୍ଧ ପଞ୍ଚାୟତ ସମିତିର ମିଳିତ ଆନୁକୂଲ୍ୟରେ ଲୋକକଳା ପାଇଁଁ ଦିନଟିଏ କାର୍ଯ୍ୟକ୍ରମ କରାଯାଇଛି । ଏହି ଅବସରରେ ବରିଷ୍ଠ କଳାକାରଙ୍କୁ ସମ୍ବର୍ଦ୍ଧନା ଏବଂ କଳା ଗ୍ରାମ ପରିଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଦାମ ଚରଣ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ସଂସ୍କୃତି ଅଧିକାରୀ ଅକୃର କୁମାର ଜାନୀ ଏହି ପକ୍ଷର ଆଭିମୁଖ୍ୟ ବିଷୟରେ ଏବଂ ୧୪ ଦିନର ସମସ୍ତ କାର୍ଯ୍ୟକ୍ରମ ବିଷୟରେ ସବିଶେଷ ବିବରଣୀ ପ୍ରଦାନ କରିଥିଲେ ।
ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । କାର୍ଯ୍ୟ ନିର୍ବାହୀ ସହାୟକ ଦିଲ୍ଲୀପ କୁମାର ରଥ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ମନୋରଞ୍ଜନ ପୁରୋହିତ, ପୂର୍ବତନ ସରପଞ୍ଚ ଭୋଳାଗିରୀ ସାହୁ ସମ୍ମାନୀତ ଅତିଥି ଭାବରେ ମଞ୍ଚାସୀନ ଥିଲେ । ମୁଖ୍ୟ ଅତିଥି ଭାବେ ଲଷ୍ମୀପ୍ରସାଦ ସରପଞ୍ଚ ଭାରତୀ ପୁରୋହିତ ଯୋଗ ଦେଇ କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ । ଅନୁଷ୍ଠିତ ସଭାରେ ଲୋକକଳାର ବିକାଶ ଓ ତାର ପ୍ରଚାର, ପ୍ରସାର କରାଗଲେ ଆମ ମହିମାମୟ ପ୍ରାଚୀନ ସଂସ୍କୃତି ସୁରକ୍ଷିତ ରହିବ ବୋଲି ଅତିଥିଗଣ ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ । ଉପ- ସଭାପତି, ବ୍ଲକ କଳା ସଂସ୍କୃତି ସଂଘ ସ୍ୱାଧୀନ କୁମାର ପରିଡା କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଭାରପ୍ରାପ୍ତ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସାନନ୍ଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ବରିଷ୍ଠ କଳାକାର ବାଞ୍ଛାନିଧି ପ୍ରଧାନ, କୃଷ୍ଣଚନ୍ଦ୍ର ମିଶ୍ର, ଅଖଣ୍ଡ ମହାକୁଡ଼, ସ୍ୱାଧୀନ ପରିଡା କଳାକାରଙ୍କ ପାଇଁ ଦିନଟିଏ ପରିପ୍ରେକ୍ଷୀରେ ନିଜ ନିଜ ମତ ବ୍ୟକ୍ତ କରିଥିଲେ । ଏହି ଅବସରରେ ୧୫ ଜଣ ବରିଷ୍ଠ କଳାକାର, ବୁଣାକାରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପରେ ପରେ ସମସ୍ତ ଅତିଥି ଓ କଳାକାର ଲୋକ କଳା ଗ୍ରାମ ନାରାୟଣନଗର ପରିଦର୍ଶନ କରି ବରିଷ୍ଠ କଳାକାର ମାନଙ୍କୁ ଭେଟି ସେମାନଙ୍କ ସହ ବାର୍ତ୍ତାଳାପ କରିଥିଲେ ଏବଂ ସେମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।