ଜହ୍ନ।ପଙ୍କ, ୫/୪: ବୌଦ୍ଧ ବ୍ଲକ୍ ମୁରୁଶୁଣ୍ଢୀ ସ୍ଥିତ ବ୍ଲକ କାର୍ଯ୍ୟାଳୟଠାରେ ଗ୍ରାମ ସାଥୀ ମାନଙ୍କ ବିଭିନ୍ନ ସମସ୍ୟା ନେଇ ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରିଛି ବୌଦ୍ଧ ବ୍ଲକ୍ ଗ୍ରାମ ସାଥୀ ସଂଘ l ବ୍ଲକରେ ଗ୍ରାମ ସାଥୀ ମାନେ ଦୀର୍ଘ ୧୬ ବର୍ଷ ଧରି ମନରେଗା ଯୋଜନାର କାର୍ଯ୍ୟ କରି ଆସୁଥିଲେ ମଧ୍ୟ ବିଭିନ୍ନ କ୍ଷେତ୍ରରେ ପଂଚାୟତ ଓ ବ୍ଲକ୍ ପ୍ରଶାସନ ଉପେକ୍ଷା କରୁଥିବା ଅଭିଯୋଗ କରିଛନ୍ତି ।
କଣ୍ଟାମାଳ ବ୍ଲକରେ ଗ୍ରାମ ସାଥୀ ମାନଙ୍କୁ ଜଳ ମିତ୍ର ପାଇଁ କାର୍ଯ୍ୟ କରିବା ସକାଶେ ତାଲିମ୍ ପ୍ରଦାନ କରା ଯାଇଥିବା ବେଳେ ବୌଦ୍ଧ ବ୍ଲକରେ କୌଣସି ପଦକ୍ଷେପ ନିଆଯାଇ ନଥିବା ଅଭିଯୋଗ କରିଛନ୍ତି | ସେଥିପାଇଁ ଗ୍ରାମସାଥୀ ମାନଙ୍କୁ ହିଁ ଜଳ ମିତ୍ର ତାଲିମ୍ ପାଇଁ ସେମାନେ ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ | ବ୍ଲକ୍ ଗ୍ରାମ ସାଥୀ ସଂଘର ସଭାନେତ୍ରୀ ମହିମା ବତୀ ଭୋଇଙ୍କ ନେତୃତ୍ବରେ ବ୍ଲକରେ ଗ୍ରାମ ସାଥୀ ଦାବିପତ୍ର ପ୍ରଦାନ କରିଥିଲେ। ଦାବିପତ୍ର ପ୍ରଦାନ ବେଳେ ଗ୍ରାମ ସାଥି ସାବିତ୍ରୀ ପୁରୋହିତ, ଦମୟନ୍ତୀ କର୍ଣ୍ଣ, କୁନି ମହଲା, ଉମାବତୀ ମହାଳିକ, ପଙ୍କଜିନୀ ପଣ୍ଡା, ପ୍ରମୋଦିନୀ ଡାଙ୍ଗ, ମମତା ବାରିକ,ସ୍ୱପ୍ତେଶ୍ୱରୀ ଭବସାଗର, ଦିଲ୍ଲୀପ ପୁରୋହିତ,ହରିହର କୁମ୍ଭାର, ଅରବିନ୍ଦ ପ୍ରଧାନ, ରାଜେନ୍ଦ୍ର କୁମାର ମେହେର, ଯଶସ୍ୱିନୀ ପ୍ରଧାନ, ପ୍ରଦୀପ ବାଘ, ଶଙ୍କର ବଗର୍ତି, ନରେଶ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।