ଜନ୍ହାପଙ୍କ, ୧୫/୩:ଲେକଡପାଜୁ ଗ୍ରାମ ନିକଟ ଜଙ୍ଗଲରୁ ବୌଦ୍ଧ ପୋଲିସ ୧୯୨୦ କେଜି ଗଞ୍ଜେଇ ଜବତ କରିଛି।ଗଂଜେଇ ଚାଲାଣ ପାଇଁ ପ୍ରସ୍ତୁତି ଚାଲିଥିବା ଖବର ପାଇ ବୌଦ୍ଧ ପୋଲିସ୍ ପକ୍ଷରୁ ବଘିଆ ପଡା ଫାଣ୍ଡି ଅନ୍ତର୍ଗତ ଲେକଡପାଜୁ ଗ୍ରାମ ନିକଟ ଜଙ୍ଗଲରେ ଶୁକ୍ରବାର ସକାଳେ ଚଢାଉ କରା ଯାଇଥିଲା l
ପୋଲିସକୁ ଦେଖି ଗଂଜେଇ ମାଫିଆ ମାନେ ଫେରାର ମାରିଥିବା ବେଳେ ପୋଲିସ ସେଠାରେ ଥିବା ବିପୁଳ ପରିମାଣର ଗଂଜେଇକୁ ଜବତ କରିଥିଲା l ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଓଜନ କରାଯିବାରୁ ତାହା 1920 କେଜି ଗଂଜେଇ ହୋଇଥିଲା | ଏ ସମ୍ପର୍କରେ ବୌଦ୍ଧ ଥାନାରେ ଏକ ମାମଲା ରୁଜୁ କରି ତଦନ୍ତ ଚାଲିଥିବା ଥାନା ଆଇଆଇସି ରଂଜିତ କୁମାର ମୁନୀ ସୂଚନା ଦେଇଛନ୍ତି l