ପ୍ରମୂଖ ଖବର
  • ବଢୁଛି ଭାରତ-ପାକିସ୍ତାନ ଉତ୍ତେଜନା, ସ୍ଥଳପଥ ପରେ ଜଳପଥରେ ବି ହାଇଆଲର୍ଟ ଜାରି
  • ||
  • ବଢିଲା ଭାରତ - ପାକିସ୍ତାନ ଯୁଦ୍ଧ ଭୟ, ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ହାଇଆଲର୍ଟ ଜାରି
  • ||
  • ଚଣ୍ଡୀଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ
  • ||
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ଗଞ୍ଜେଇ ଚାଲାଣରେ ଜବତ ହୋଇଥିଲା ପିକଅପ୍‌, ନମ୍ବର ପ୍ଲେଟ୍‌ରେ ଷ୍ଟିକର୍ ମାରି ବ୍ୟବହାର କରୁଛି ପୋଲିସ

Published By : Harapriya Sethi | February 21, 2025 1:48 PM

ଭୁବନେଶ୍ୱର,୨୧/୦୨: ବେନିୟମ କାମକୁ ନେଇ ଚର୍ଚ୍ଚାରେ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ପୋଲିସ । ପୂର୍ବରୁ ଗଞ୍ଜେଇ ମାମଲାରେ ଜବତ ହୋଇଥିବା ଗାଡ଼ିକୁ ବ୍ୟବହାର କରୁଛି ପୋଲିସ । ବେଆଇନ ଭାବରେ ନମ୍ବର ପ୍ଲେଟ୍‌ରେ ଷ୍ଟିକର୍ ମାରି ବ୍ୟବହାର ହେଉଛି ପିକଅପ୍‌ ଗାଡ଼ି । ଉକ୍ତ ଗାଡ଼ିରେ ଥାନାରୁ କୋର୍ଟକୁ ଗଞ୍ଜେଇ ପରିବହନ କରୁଛି ପୋଲିସ । ବୌଦ୍ଧ ଜିଲ୍ଲାରେ ଏଭଳି କିଛି ଦୃଶ୍ୟ ଦେଖିହାକୁ ମିଳିଛି ।

ସୂଚନା ମୁତାବକ, କିଛି ଦିନ ତଳେ ଟିଲାଟିଙ୍ଗା ଗ୍ରାମ ନିକଟରୁ ୫ କ୍ବିଣ୍ଟାଲ ଗଂଜେଇ ଜବତ କରିଥିଲା ପୋଲିସ । ଉକ୍ତ ଗଞ୍ଜେଇକୁ ମାଜିଷ୍ଟ୍ରେଟଙ୍କ ସାମ୍ନାରେ ଓଜନ କରାଯିବା ପରେ ଜବତ କରି ଥାନାକୁ ଆଣି ମାମଲା ରୁଜୁ କରାଯାଇଥିଲା । ଜବତ ଗଞ୍ଜେଇକୁ କଣ୍ଟାମାଳ କୋର୍ଟରେ ପ୍ରଦର୍ଶନ ପାଇଁ ଏକ ଗାଡ଼ିରେ ନେଇଥିଲେ । ହେଲେ ଆଶ୍ଚର୍ଯ୍ୟର କଥା ଯେ, କଣ୍ଟାମାଳ କୋର୍ଟକୁ ପ୍ରଦର୍ଶନ ପାଇଁ ଗଞ୍ଜେଇ ଯେଉଁ ଗାଡ଼ିରେ ପରିବହନ କରାଯାଇଛି, ତାହା ପୋଲିସ ଗାଡି କିମ୍ବା କୌଣସି ଭଡା ଗାଡ଼ି ନୁହେଁ । ଗଞ୍ଜେଇ ଚାଲାଣ ମାମଲାରେ ଜାନୁୟାରୀ ମାସ ୯ ତାରିଖରେ ଶରଧାପାଲି ଗ୍ରାମ ନିକଟରୁ ଜବତ ହୋଇଥିବା ପିକଅପ୍‌ ଭ୍ୟାନ୍‌ରେ ପରିବହନ କରୁଥିବା ଦେଖିବାକୁ ମିଳିଛି । ଏଥି ସହିତ ଜବତ ଗାଡ଼ିର ଆଗ ଓ ପଛରେ ଥିବା ନମ୍ବର୍ ପ୍ଲେଟରେ ଷ୍ଟିକର ଲାଗିଥିବା ମଧ୍ୟ ଦେଖିବାକୁ ମିଳିଛି । ଉକ୍ତ ଗାଡ଼ିର ଡାଲାରେ ଜଣେ ଶ୍ରମିକଙ୍କୁ ଗଞ୍ଜେଇ ବସ୍ତା ଉପରେ ଅତି ବିପଦଜନକ ଅବସ୍ଥାରେ ବସାଇ ନେଉଥିବା ଦେଖିବାକୁ ମିଳିଛି । ତେବେ ପୋଲିସ କିଭଳି ବେନିୟମ ଭାବରେ ଖୁଲମଖୁଲା ଜବତ ଗାଡ଼ିକୁ ବ୍ୟବହାର କରୁଛି, ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.