ପ୍ରମୂଖ ଖବର
  • ନିଜ ଉପରେ ଭରସା ରଖିପାରୁ ନାହାନ୍ତି ପାକିସ୍ତାନୀ ନେତା…ସଂସଦରେ କାନ୍ଦିଲେ ସାହବାଜଙ୍କ ଦଳର ସାଂସଦ… କହିଲେ ‘ହେ ଆଲ୍ଲା ଆମକୁ ରକ୍ଷା କର’…
  • ||
  • ‘ପାକିସ୍ତାନକୁ ରକ୍ଷା କରିବାକୁ ହେଲେ ଅସୀମ ମୁନିରଙ୍କୁ ହଟାଅ!’, ସେ ଜଣେ ପାଗଳ’, ନିଜ ଦେଶର ସେନାକୁ ପୂର୍ବତନ ସୈନିକଙ୍କ ସମାଲୋଚନା…
  • ||
  • ଜମି ବଦଳରେ ଚାକିରି ମାମଲାରେ ବଢିଲା ଲାଲୁ ଯାଦବଙ୍କ ଅଡୁଆ, ମାମଲା ଚାଲୁ କରିବାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମଞ୍ଜୁରୀ…
  • ||
  • ପୁରୀ : ଦୀଘା ମନ୍ଦିର ପ୍ରତିଷ୍ଠାର ମୁଖ୍ୟ କାରଣ ଅର୍ଥ ପ୍ରଲୋଭନ: ଜଗତଗୁରୁ ଶଙ୍କରାଚାର୍ଯ୍ୟ
  • ||
  • Operation Sindoor: ଅର୍ଦ୍ଧ ସାମରିକ ବାହିନୀର ଛୁଟି ରଦ୍ଦ, ଆଲର୍ଟରେ ଗୃହ ମନ୍ତ୍ରାଳୟ
  • ||
  • ଭୁବନେଶ୍ୱର : ଯୁଦ୍ଧ ଛାନିଆରେ ପରିବା ଦୋକାନରେ ଖଚାଖଚ୍ ଭିଡ଼, ଅତ୍ୟାବଶ୍ୟକ ସାମଗ୍ରୀ କିଣି ନେଉଛନ୍ତି ଲୋକେ
  • ||
  • Operation Sindoor: ପାକିସ୍ତାନ ଛାତିରେ ଏୟାରଷ୍ଟ୍ରାଇକ୍, ଦେଖନ୍ତୁ ୯ ଆତଙ୍କୀ ଆଡ୍ଡାର ଲିଷ୍ଟ
  • ||
  • Operation Sindoor: ଭାରତୀୟ ସେନାର ତିନି ମୁଖ୍ୟଙ୍କ ସହ କଥା ହେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଆଜି ଦିନ ୧୦ଟାରେ ହେବ ପ୍ରେସ କନଫରେନ୍ସ
  • ||
  • ଆଇସିଏଆର୍‌ରେ ପିଜି ଏବଂ ପିଏଚ୍‌ଡି ନାମଲେଖା ପ୍ରକ୍ରିୟା ଆରମ୍ଭ, ଜୁନ୍‌ ୫ ଯାଏ ଆବେଦନ
  • ||
  • ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତିର ମୁକାବିଲା ପାଇଁ BMC ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌, ତଦାରଖ କଲେ ଖୋର୍ଦ୍ଧା ଜିଲ୍ଲାପାଳ
  • ||
  • ବୌଦ୍ଧ : ନଦୀକୁ ଶୌଚ ହେବାକୁ ଯାଇ ନିଖୋଜ ହୋଇଥିଲେ ଯୁବକ, ଉଦ୍ଧାର ହେଲା ମୃତଦେହ
  • ||

ଚତୁର୍ଥ ଗନ୍ଧରାଡ଼ି ଲୋକ କଳା ମହୋତ୍ସବ ପାଇଁ ଶୁଭସ୍ତମ୍ଭ ସ୍ଥାପନ ଉତ୍ସବ

Published By : Prameya | May 1, 2025 5:53 PM

ଜହ୍ନ।ପଙ୍କ, ୧/୫:  ବୌଦ୍ଧ ବ୍ଲକ ଲକ୍ଷ୍ମୀପ୍ରସାଦ ଗ୍ରାମ ପଞ୍ଚାୟତ  ଜଗତୀ ହାଇସ୍କୁଲ ଖେଳ ପଡିଆ ଠାରେ ଚତୁର୍ଥ ଗନ୍ଧରାଡ଼ି ଲୋକ କଳା ମହୋତ୍ସବ ପାଇଁ ଶୁଭ ସ୍ତମ୍ଭ ସ୍ଥାପନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ବୌଦ୍ଧ ବିଧାୟକ ତଥା ସରକାରୀ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିଲେ।  

ସମ୍ମାନିତ ଅତିଥି ଭାବେ କଣ୍ଟାମାଳ ବିଧାୟକ କନ୍ହାଇ ଚରଣ ଡାଙ୍ଗ, ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରିୟଦର୍ଶି ପ୍ରତ୍ୟୁଷ ରଥ, ବୌଦ୍ଧ ଏନଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର, ବୌଦ୍ଧ ବିଡ଼ିଓ ଯୁଦ୍ଧିଷ୍ଠିର ମେହେର, ପୂର୍ବତନ ବିଜେପି ସଭାପତି ବିପ୍ର ଚରଣ ମହାନ୍ତି ମଞ୍ଚାସୀନ ଥିଲେ l ମହୋତ୍ସବ କମିଟିର ସଭାପତି ଅଶୋକ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ପାଦକ ଶମ୍ଭୁ ଗିରି ସମସ୍ତଙ୍କୁ ସ୍ବାଗତ ଭାଷଣ  ଦେଇଥିଲେ | ପାରମ୍ପରିକ ପୂଜାର୍ଚ୍ଚନା କରାଯାଇ ଶୁଭ ସ୍ତମ୍ଭ ସ୍ଥାପନ କରା ଯାଇଥିଲା l ଆସନ୍ତା ମେ ୧୧ ତାରିଖ ଠାରୁ ୧୫ ତାରିଖ ପର୍ଯ୍ୟନ୍ତ ଜଗତୀ ହାଇସ୍କୁଲ ଖେଳ ପଡିଆ ଠାରେ ଚତୁର୍ଥ ଗନ୍ଧରାଡ଼ି ଲୋକ କଳା ମହୋତ୍ସବ ଆୟୋଜିତ ହେବ |

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.