ପ୍ରମୂଖ ଖବର
  • ନିଜ ଉପରେ ଭରସା ରଖିପାରୁ ନାହାନ୍ତି ପାକିସ୍ତାନୀ ନେତା…ସଂସଦରେ କାନ୍ଦିଲେ ସାହବାଜଙ୍କ ଦଳର ସାଂସଦ… କହିଲେ ‘ହେ ଆଲ୍ଲା ଆମକୁ ରକ୍ଷା କର’…
  • ||
  • ‘ପାକିସ୍ତାନକୁ ରକ୍ଷା କରିବାକୁ ହେଲେ ଅସୀମ ମୁନିରଙ୍କୁ ହଟାଅ!’, ସେ ଜଣେ ପାଗଳ’, ନିଜ ଦେଶର ସେନାକୁ ପୂର୍ବତନ ସୈନିକଙ୍କ ସମାଲୋଚନା…
  • ||
  • ଜମି ବଦଳରେ ଚାକିରି ମାମଲାରେ ବଢିଲା ଲାଲୁ ଯାଦବଙ୍କ ଅଡୁଆ, ମାମଲା ଚାଲୁ କରିବାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମଞ୍ଜୁରୀ…
  • ||
  • ପୁରୀ : ଦୀଘା ମନ୍ଦିର ପ୍ରତିଷ୍ଠାର ମୁଖ୍ୟ କାରଣ ଅର୍ଥ ପ୍ରଲୋଭନ: ଜଗତଗୁରୁ ଶଙ୍କରାଚାର୍ଯ୍ୟ
  • ||
  • Operation Sindoor: ଅର୍ଦ୍ଧ ସାମରିକ ବାହିନୀର ଛୁଟି ରଦ୍ଦ, ଆଲର୍ଟରେ ଗୃହ ମନ୍ତ୍ରାଳୟ
  • ||
  • ଭୁବନେଶ୍ୱର : ଯୁଦ୍ଧ ଛାନିଆରେ ପରିବା ଦୋକାନରେ ଖଚାଖଚ୍ ଭିଡ଼, ଅତ୍ୟାବଶ୍ୟକ ସାମଗ୍ରୀ କିଣି ନେଉଛନ୍ତି ଲୋକେ
  • ||
  • Operation Sindoor: ପାକିସ୍ତାନ ଛାତିରେ ଏୟାରଷ୍ଟ୍ରାଇକ୍, ଦେଖନ୍ତୁ ୯ ଆତଙ୍କୀ ଆଡ୍ଡାର ଲିଷ୍ଟ
  • ||
  • Operation Sindoor: ଭାରତୀୟ ସେନାର ତିନି ମୁଖ୍ୟଙ୍କ ସହ କଥା ହେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଆଜି ଦିନ ୧୦ଟାରେ ହେବ ପ୍ରେସ କନଫରେନ୍ସ
  • ||
  • ଆଇସିଏଆର୍‌ରେ ପିଜି ଏବଂ ପିଏଚ୍‌ଡି ନାମଲେଖା ପ୍ରକ୍ରିୟା ଆରମ୍ଭ, ଜୁନ୍‌ ୫ ଯାଏ ଆବେଦନ
  • ||
  • ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତିର ମୁକାବିଲା ପାଇଁ BMC ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌, ତଦାରଖ କଲେ ଖୋର୍ଦ୍ଧା ଜିଲ୍ଲାପାଳ
  • ||
  • ବୌଦ୍ଧ : ନଦୀକୁ ଶୌଚ ହେବାକୁ ଯାଇ ନିଖୋଜ ହୋଇଥିଲେ ଯୁବକ, ଉଦ୍ଧାର ହେଲା ମୃତଦେହ
  • ||

ସ୍କୁଟି -ଟାଟା ଏସିଇ ମଧ୍ୟରେ ଧକ୍କା, ସ୍କୁଟି ଚାଳକ ଗୁରୁତର

Published By : Prameya | April 17, 2025 9:35 PM

ଜହ୍ନ।ପଙ୍କ, ୧୭/୩:ବୌଦ୍ଧ ବଲାଙ୍ଗୀର   ଜାତୀୟ ରାଜପଥ ନଂ ୫୭ ର ବୌଦ୍ଧ ଥାନା ତେଲିବନ୍ଧ ପନ୍ଥାଇ ନିକଟରେ ସ୍କୁଟି ଓ ଟାଟା ଏସିଇ ମଧ୍ୟରେ ମୁହଁlମୁହିଁ ଧକ୍କା  ହୋଇଛି। ଏଥିରେ ସ୍କୁଟି ଚାଳକ ଗୁରୁତର ହୋଇଛି। ଗୁରୁତର ଜଣକ ହେଲେ ତେଲିବନ୍ଧ ଗ୍ରାମର ମହେନ୍ଦ୍ର ନାଏକ ।

ତେଲିବନ୍ଧ ଗ୍ରାମର ମହେନ୍ଦ୍ର ନାଏକ ଏକ ସ୍କୁଟି (ନଂ ଓଡି ୨୭ ଡି ୮୮୯୦ )ଯୋଗେ ନିଜ ଘରୁ ଜନ୍ହାପଙ୍କ ଆଡକୁ ଯାଉଥିଲେ।  ବୌଦ୍ଧ ପଟୁ ଫ୍ଲିପ କାର୍ଟ ଡେଲିଭରି ସାମଗ୍ରୀ ନେଇ ତେଲିବନ୍ଧ ପଂଚାୟତର ଧୁଡୁରୁବାହାଲ ଗ୍ରାମକୁ ଯାଉଥିବା   ଏକ ଟାଟା ଏସି( ନଂ ଓଡି ୦୩ ଏକ୍ସ ୨୨୫୯) ସହ ତେଲିବନ୍ଧ ପନ୍ଥାଇ ବୁଲାଣି  ନିକଟରେ ଭାରସାମ୍ୟ ହରାଇ  ଧକ୍କା ହୋଇଥିଲା | ଏଥିରେ ମହେନ୍ଦ୍ର ଗୁରୁତର ଆହତ ହୋଇଥିଲେ | ସ୍ଥାନୀୟ ଲୋକେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ବୌଦ୍ଧ ଡାକ୍ତରଖାନା ପଠାଇଥିଲେ। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ମେଡିକାଲ ସ୍ଥାନାନ୍ତର କରାଯାଇଛି। ଖବର ପାଇ ଜହ୍ନାପଙ୍କ ଫାଣ୍ଡି ଅଧିକାରୀ ପ୍ରାଣ ବନ୍ଧୁ ସାହୁ ଘଟଣା ସ୍ଥଳରେ ପହଞ୍ଚି ସ୍କୁଟି ଓ ଟାଟା ଏସିଇକୁ ଜବତ କରିଛନ୍ତି। ତେବେ ଏହା ବୁଲାଣି ହୋଇ ଥିବାରୁ ବାରମ୍ବାର ଏଠାରେ ଦୁର୍ଘଟଣା ଘଟୁଛି। ଏଠାରେ ହମ୍ପସ ଦେବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.