ବୌଦ୍ଧ,୧୨।୩ : ବାଇକ୍ ଓ ବୋଲେରୋ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି। ଆଦର୍ଶ ଥାନା ଅନ୍ତର୍ଗତ ଭେଜିମାଲ ନିକଟରେ ଦୁର୍ଘଟଣା ଘଟିଛି। ମୃତକ ଜଗତି ଗ୍ରାମର ନିତ୍ୟାନନ୍ଦ ଜଟି ଓ ନକୁଆନାଳି ଗ୍ରାମର ଲକି ସ୍ୱାଇଁ । ଘଟଣା ସ୍ଥଳରେ ଆଦର୍ଶ ଥାନା ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି।
ଜଗତି ଗ୍ରାମର ନିତ୍ୟାନନ୍ଦ ଜଟି ଓ ନକୁଆନାଳି ଗ୍ରାମର ଲକି ସ୍ୱାଇଁ ଗୋଟିଏ ପଲସର୍ ବାଇକ୍ ଯୋଗେ ବୌଦ୍ଧ ପଟକୁ ଆସୁଥିଲେ। ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ବୋଲେରୋ ଗାଡ଼ି ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଯାହାଫଳରେ ଘଟଣା ସ୍ଥଳରେ ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଥିଲା। ଘଟଣା ସ୍ଥଳରେ ଆଦର୍ଶ ଥାନା ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି। ସେପଟେ ଦୁର୍ଘଟଣା ଘଟାଇ ବୋଲେରୋ ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ଗାଡ଼ିିକୁ ପୋଲିସ ଜବତ କରିଛି।