ପ୍ରମୂଖ ଖବର
  • ସମ୍ବଲପୁର ହନୁମାନ ଜୟନ୍ତୀ ଶୋଭାଯାତ୍ରା : ଫ୍ଲାଗମାର୍ଚ୍ଚରେ ପୁଲିସ୍‌ର ଶକ୍ତି ପ୍ରଦର୍ଶନ, ୩୦ ପ୍ଲାଟୁନ ପୁଲିସଙ୍କୁ ନେଇ ସହର ପରିକ୍ରମା
  • ||
  • ମିଆଁମାରରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୫.୫ ରେକର୍ଡ଼
  • ||
  • IPL 2025: ଆଜି ରାଜସ୍ଥାନ ରୟାଲ୍ସ ଭେଟିବ ରୟାଲ୍‌ ଚ୍ୟାଲେଞ୍ଜର୍ସ, ସଂଘର୍ଷପୂର୍ଣ୍ଣ ହେବ ମ୍ୟାଚ୍
  • ||
  • ସମ୍ବଲପୁରରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ପରାଧି ସୀତାରାମ ଷଡ଼ଙ୍ଗୀର ଗୋଡ଼ରେ ବାଜିଲା ଗୁଳି
  • ||
  • ବିଧେୟକକୁ ରାଜ୍ୟପାଳଙ୍କ ସ୍ୱୀକୃତି, ଓଡ଼ିଶାରେ ଲାଗୁହେଲା ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧିନିୟମ
  • ||
  • ଏଥର ରାଜ୍ୟରେ ଠିକ୍‌ ସମୟରେ ପହଞ୍ଚିବ ମୌସୁମୀ ବାୟୁ: ଜୁନ୍‌ରେ ସ୍ୱାଭାବିକ ବର୍ଷା, ଜୁଲାଇ ଅଧାରୁ ଅଗଷ୍ଟ ଅଧା ଯାଏ ବର୍ଷା କମିବ
  • ||
  • ଭୁବନେଶ୍ୱର : ବିଦ୍ୟୁତ୍‌ ଆଘାତରେ ଯୁବକ ମୃତ, ଅଳ୍ପକେ ବର୍ତ୍ତିଲେ ସାଙ୍ଗ
  • ||
  • ବ୍ରହ୍ମପୁର : ଟ୍ରେ ଗୋଦାମରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ
  • ||

ପାନୀୟ ଜଳ ପାଇଁ ପୋଖରୀ ଭରସା

Published By : Prameya | April 9, 2025 9:16 PM

ଜହ୍ନ।ପଙ୍କ, ୮।୪  : ବୌଦ୍ଧ ଜିଲ୍ଲାରେ ସପ୍ତାହେ ହେଲା  ୪୦ ଡିଗ୍ରୀ ଉପରେ ରହୁଛି ତାପମାତ୍ରା। ତାତି ଯୋଗୁ ପାଣି ପାଇଁ ଲୋକେ ଡହଳ ବିକଳ ହେଉଛନ୍ତି। ପାନୀୟ ଜଳ  ପାଇଁ ପୋଖରୀ ହିଁ ଭରସା। ସକାଳ ହେଲେ ଗରା, ବାଲଟି ଧରି ମହିଳାମାନେ   ପୋଖରୀରୁ ପାଣି ଆଣିଥାନ୍ତି। ବୌଦ୍ଧ ବ୍ଲକ୍ ଖୁଣ୍ଟବନ୍ଧ ଗ୍ରାମ ପଞ୍ଚାୟତର ବେନ୍ଦିଲିପାଲି ଓ ଶରଧାପୁର  ଗାଁରେ ଏଭଳି ଚିତ୍ର ଦେଖିବାକୁ ମିଳୁଛି। 

 ସକାଳ ହେଲେ ଗାଁ ର ଶତାଧିକ ମହିଳା ପୋଖରୀକୁ ଗରା ବାଲ୍‌ଟି ଧରି ପାଣି ଆଣିବାକୁ ଯାଇଥାନ୍ତି। ସେହି ପାଣିକୁ ଆଣି ଫୁଟେଇକି ପାନୀୟ ଜଳ ପାଇଁ ବ୍ୟବହାର କରିଥାନ୍ତି। ଆଉ କେହି କେହି ୩ କିମି ମହାନଦୀ କୁ ଚାଲିଚାଲି ପାଣି ଆଣିବାକୁ ଯାଇଥାନ୍ତି। ଗାଁ ରେ ୩ ଟି ନଳକୂଅ ଥିଲେ ମଧ୍ୟ ନଳକୂଅ ରୁ ପର୍ଯ୍ୟାପ୍ତ  ପାଣି ବାହାରୁ ନାହିଁ। ଅନ୍ୟପକ୍ଷରେ  ପଞ୍ଚାୟତ ତରଫରୁ ୨୦୧୬-୧୭ ମସିହାରେ ଗୋପବନ୍ଧୁ ଗ୍ରାମୀଣ ଯୋଜନା ଅନୁଦାନରେ ୫ଲକ୍ଷ ୩୫ହଜାର ଟଙ୍କା ରେ ନିର୍ମାଣ ହୋଇଛି ସୋଲାର କ୍ଷୁଦ୍ର ପାନୀୟ ଜଳ ପ୍ରକଳ୍ପ। ନିର୍ମାଣର ୫ ରୁ ୬ ମାସ ପରେ ତାହା ମଧ୍ୟ କାମ କରୁନାହିଁ। ପ୍ରତ୍ୟେକ ବର୍ଷ ମରାମତି ନାଁ ରେ ହଜାର ହଜାର ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ପାଣି ବୁନ୍ଦାଏଁ ପାଇଁ କିଏ ଗରା ବାଲଟି ଧରି  ୩ କିମି ଯିବାକୁ ପଡୁଛି ତ ଆଉ କିଏ ଗାଁ ପୋଖରୀରୁ ଅପରିସ୍କାର ପାଣି ଆଣି ଫୁଟେଇ ପିଉଛନ୍ତି। 

ଏ ନେଇ ଅଭିଯୋଗ କଲେ ବି ଶୁଣୁ ନାହାନ୍ତି କୌଣସି ଅଧିକାରୀ ବା ସରପଞ୍ଚ । ଗାଁରେ ମେଗା ପାନୀୟ ଜଳର ଯୋଗାଣ ପାଇଁ ପାଇପ ପଡି ଷ୍ଟାଣ୍ଡ ପୋଷ୍ଟ ଲାଗିଛି ହେଲେ ପାଣି ଆସୁନାହିଁ। ତେବେ ଗ୍ରୀଷ୍ମ ଆରମ୍ଭରୁ ଅବସ୍ଥା ଏଭଳି ହେଲାଣି ଆଗକୁ ଅବସ୍ଥା କିପରି ହେବ ସହଜେ ଅନୁମେୟ। ତୁରନ୍ତ ଉକ୍ତ ଗ୍ରାମକୁ   ଟ୍ୟାଙ୍କର ଯୋଗେ ପାଣି ଯୋଗେଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି। ଜଳ ଯୋଗାଣ ନହେଲେ ମହିଳାମାନେ  ଗରା ବାଲ୍‌ଟି ଧରି ରାଜରାସ୍ତାକୁ ଓହ୍ଲେଇବାକୁ  ଚେତାବନୀ ଦେଇଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.