ଜହ୍ନ।ପଙ୍କ, ୧୧/୪ : ବୌଦ୍ଧ ବ୍ଲକ ଜହ୍ନାପଙ୍କ ମେଡ଼ିକାଲ ପଡିଆରେ ଜିଲ୍ଲାସ୍ତରୀୟ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ନୂଆ ଏକକ କାର୍ଡ଼ ବିତରଣ ଏବଂ ଆୟୁଷ୍ମାନ ଭାରତ ବୟୋ ବନ୍ଦନା ଯୋଜନାର କାର୍ଡ଼ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l କଟକଠାରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣମନ୍ତ୍ରୀ ଜେ.ପି. ନଡା ଓ ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝୀ କାର୍ଡ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଆଭାସୀ ମାଧ୍ୟମରେ ଜହ୍ନାପଙ୍କଠାରେ ପ୍ରଦର୍ଶନ କରାଯାଇଥିଲା l
ଜହ୍ନାପଙ୍କଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବୌଦ୍ଧ ବିଧାୟକ ତଥା ସରକାରୀ ମୁଖ୍ୟ ସଚେତକ ସରୋଜ ପ୍ରଧାନ, ଜିଲ୍ଲାପାଳ ସୁବ୍ରତ ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ, ଜିଲ୍ଲା ଚିକତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ମଦନ ମୋହନ ପ୍ରଧାନ ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ । ପ୍ରଥମେ ଅତିଥିମାନଙ୍କୁ ଉତ୍ତରୀୟ ଓ ଗଛ ଦେଇ ସ୍ୱାଗତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ସଂଗ୍ରାମପୁର, ତେଲିବନ୍ଧ, ଜହ୍ନାପଙ୍କ ଓ ବଲାସିଙ୍ଗା ଗ୍ରାମର ୨୫ ଜଣ ହିତାଧିକାରୀଙ୍କୁ ଆୟୁଷ୍ମାନ ଏକକ କାର୍ଡ଼ ଅତିଥିମାନଙ୍କ ଦ୍ୱାରା ବଣ୍ଟନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ହିତାଧିକାରୀ ଓ ଜନସାଧାରଣ ଅଂଶଗ୍ରହଣ କରିଥିଲେ । ଶେଷରେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଶ୍ରୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ବାଉଁଶୁଣି ମେଡ଼ିକାଲ ଅଫିସର ଡ ଅନ୍ତର୍ଯାମୀ ବେହେରା ଓ ଜହ୍ନାପଙ୍କ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ଡ ଦିବ୍ୟ ଲୋଚନ ମେହେର ସମସ୍ତ କର୍ମଚାରୀ, ଅଙ୍ଗନବାଡ଼ି ଏବଂ ଆଶା ଦିଦିମାନେ ସହଯୋଗ କରିଥିଲେ। ସେହିପରି ମୁଣ୍ଡାପଡା ପଂଚାୟତରେ ସରପଞ୍ଚ ସୁମନ୍ତ ନାଏକ, ବଘିଆପଡା ପଂଚାୟତରେ ଓ ଆମ୍ବଝିର ପଂଚାୟତରେ ପ୍ରେମାନନ୍ଦ ବାଘ ଆୟୁଷ୍ମାନ ଏକକ କାର୍ଡ ବଣ୍ଟନ କରିଥିଲେ।