ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

୫୪ ରନ୍‌ କରିବା ସହ ଆଉ ଏକ ବଡ଼ ରେକର୍ଡର ଅଧିକାରୀ ହୋଇଛନ୍ତି ବିରାଟ କୋହଲି

ଅହମ୍ମଦାବାଦ: ଆଇସିସି ଦିନିକିଆ ବିଶ୍ବକପ ଫାଇନାଲରେ ବିରାଟ କୋହଲି ୫୪ ରନ୍‌ କରି ଆଉଟ ହୋଇଛନ୍ତି । ଆଉ ଏହା ସହ କିଙ୍ଗ କୋହଲି ଏକ ବଡ଼ ରେକର୍ଡର ଅଧିକାରୀ ହୋଇଛନ୍ତି । ଳଗାତର ସେମି-ଫାଇନାଲ ଏବଂ ଫାଇନାଲ ମ୍ୟାଚରେ ୫୦ରୁ ଅଧିକ ରନ୍ କରିବାରେ ବିରାଟ କୋହଲି ପ୍ରଥମ ଭାରତୀୟ କ୍ରିକେଟର ଏବଂ ବିଶ୍ବରେ ୭ ନମ୍ବର ଖେଳାଳି । 

ଏହା ପୂର୍ବରୁ ୧୯୭୯ରେ ଇଂଲଣ୍ଡର ମାଇକେଲ ବ୍ରିୟରଲି, ୧୯୮୭ରେ ଅଷ୍ଟ୍ରେଲିଆ କ୍ରିକେଟର ଡେଭିଡ ବୁନ, ୧୯୯୨ରେ ପାକିସ୍ତାନର ଜାଭେଦ ମିୟାଁଦାଦ ଏଭଳି ରେକର୍ଡର ଅଧିକାରୀ ହୋଇଥିଲେ । ଏମାନଙ୍କ ପରେ ୧୯୯୬ରେ ଶ୍ରୀଲଙ୍କାର ଅରବିନ୍ଦ ଡିସିଲଭା, ନ୍ୟୁଜିଲାଣ୍ଡର ଗ୍ରାଣ୍ଟ ଇଲିୟଟ୍‌ ୨୦୧୫ରେ ଏହି ରେକର୍ଡ କରିଥିବା ବେଳେ ଅଷ୍ଟ୍ରେଲିଆ ଷ୍ଟିଭ ସ୍ମିଥ ୨୦୧୫ ବିଶ୍ବକପ୍‌ ସେମି ଫାଇନାଲ ଏବଂ ଫାଇନାଲ ମ୍ୟାଚ୍‌ରେ ୫୦ରୁ ଅଧିକ ରନ୍‌ କରିଥିଲେ । ଆଉ ୨୦୨୩ ବିଶ୍ବକପରେ ଏହି କାରନାମା କରିଛନ୍ତି ଭାରତୀୟ ବ୍ୟାଟର ବିରାଟ କୋହଲି । ସେମି ଫାଇନାଲ ମ୍ୟାଚ୍‌ରେ ବିରାଟ କୋହଲି ନ୍ୟୁଜିଲାଣ୍ଡ ବିପକ୍ଷରେ ୧୧୩ ବଲ୍‌ରେ ୧୧୭ ରନ୍‌ କରିଥିଲେ ।

ଚଳିତ ବିଶ୍ବକପରେ ବିରାଟ କୋହଲି ଅଧିକ ରନ୍‌ କରିବାରେ ସକ୍ଷମ ହୋଇଛନ୍ତି । ସେ ୧୧ଟି ମ୍ୟାଚ୍‌ରେ ସର୍ବାଧିକ ୭୬୫ ରନ୍‌ କରିଛନ୍ତି । ଚଳିତ ଟୁର୍ଣ୍ଣାମେଣ୍ଟରେ କୋହଲି ମାଷ୍ଟର ବ୍ଲାଷ୍ଟର ସଚିନଙ୍କ ୪୯ ଶତକ ରେକର୍ଡକୁ ଟପି ୫୦ଟି ଶତକ ମାରିବାରେ ସଫଳ ହୋଇଛନ୍ତି । ତେବେ ଫାଇନାଲ ମ୍ୟାଚରେ ୬୩ ବଲ ଖେଳି ୪ଟି ଚୌକା ସହ ୫୪ ରନ୍‌ କରି ପାଭିଲିୟନ୍‌ ଫେରିଥିଲେ ବିରାଟ କୋହଲି ।ଏହି ଅର୍ଦ୍ଧଶତକ ସହ ଗୋଟିଏ ବିଶ୍ବକପରେ ୭୫୦ରୁ ଅଧିକ ରନ୍‌ କରିବାରେ ପ୍ରଥମ ଖେଳାଳି ଭାବେ କୀର୍ତ୍ତିମାନ ସ୍ଥାପନ କରିଛନ୍ତି ବିରାଟ କୋହଲି ।

 

  • ODI World Cup 2023
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.