ପ୍ରମୂଖ ଖବର

ଆଜି ଉଦ୍‌ଘାଟନ ହେବ ତିନି ଆବାସ ପ୍ରକଳ୍ପ, ବସ୍ତିବାସିନ୍ଦାଙ୍କୁ ଘର ଉପହାର ଦେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୦/୧୧: ବସ୍ତିବାସିନ୍ଦାଙ୍କ ପାଇଁ ବହୁ ପ୍ରତୀକ୍ଷିତ ୩ଟି ଆବାସ ପ୍ରକଳ୍ପ ଆଜି ଉଦ୍‌ଘାଟନ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହରାଞ୍ଚଳ ଆବାସ ଯୋଜନାରେ ହୋଇଥିବା ଶସ୍ତା ବାସଗୃହ ପ୍ରକଳ୍ପକୁ ଉଦ୍‌ଘାଟନ କରିବେ । ବସ୍ତିବାସିନ୍ଦାଙ୍କୁ ଶସ୍ତା ଘରର ଚାବି ହସ୍ତାନ୍ତର କରି ଉପହାର ଦେବେ ମୁଖ୍ୟମନ୍ତ୍ରୀ ।

ସତ୍ୟନଗରରେ ହୋଇଥିବା କେଶରୀ ରେସିଡେନ୍‌ସି, ଚନ୍ଦ୍ରଶେଖରପୁରର ବୁଦ୍ଧବିହାର ଓ ସୁବୁଦ୍ଧିପୁରରେ ହୋଇଥିବା ବରୁଣେଇ ଏନକ୍ଲେଭ୍‌କୁ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିବେ । ସତ୍ୟନଗର ପ୍ରକଳ୍ପଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହି ଆବାସ ପ୍ରକଳ୍ପକୁ ଲୋକାର୍ପିତ କରିବେ ବୋଲି ସୂଚନା ମିଳିଛି ।

ଶାନ୍ତିପଲ୍ଲୀରେ ହୋଇଥିବା କେଶରୀ ରେସିଡେନ୍ସିରେ ୫୬୦ ଘର ନିର୍ମାଣ ହୋଇଛି । ଏଠାରେ ବସ୍ତିର ନାମ ବଦଳାଇ କେଶରୀ ରେସିଡେନ୍ସି ରଖାଯାଇଛି । ସେହିପରି ଚନ୍ଦ୍ରଶେଖରପୁର ପ୍ରକଳ୍ପରେ ୨୬ ଶହ ଘର ଦେବାକୁ ଲକ୍ଷ୍ୟ ଅଛି । 

ଏହି ପ୍ରକଳ୍ପ ନାମ ବୁଦ୍ଧ ବିହାର ରଖାଯାଇଛି । ସବୁଦ୍ଧିପୁର ବରୁଣେଇ ଏନ୍‌କ୍ଲେଭରେ ମଧ୍ୟ ଘର ପ୍ରଦାନ କରାଯିବ । ବସ୍ତିବାସିନ୍ଦାଙ୍କୁ ମୋଟ ୩ ହଜାର ଘର ଦେବାକୁ ଯୋଜନା କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.