ପ୍ରମୂଖ ଖବର
  • ଆଜି ସୃଷ୍ଟି ହୋଇପାରେ ଅବପାତ: ୫ ଜିଲ୍ଲାକୁ ଅରେଞ୍ଜ, ୯ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ,୧୧ ଯାଏ ପ୍ରବଳ ବର୍ଷିବ
  • ||

ଲିଜେଣ୍ଡ୍‌ସ ଲିଗ୍‌ କ୍ରିକେଟ୍‌: ତେଜିଲା ଗମ୍ଭୀର-ଶ୍ରୀସନ୍ଥ ବିବାଦ, ସୋସିଆଲ ମିଡିଆରେ ତୁ ତୁ ମେ ମେକୁ ନେଇ ଚର୍ଚ୍ଚା

ସୁରତ ୦୮/୧୨: ଅବସରପ୍ରାପ୍ତ ଖେଳାଳିମାନଙ୍କୁ ନେଇ  ଚାଲିଥିବା ଲିଜେଣ୍ଡ୍‌ସ ଲିଗ୍‌ କ୍ରିକେଟ୍‌ର  ଏକ ମ୍ୟାଚ୍‌ରେ ଦୁଇ ଭାରତୀୟ  ଖେଳାଳି ଗୌତମ ଗମ୍ଭୀର ଓ ଏସ୍‌  ଶ୍ରୀସନ୍ଥଙ୍କ ମଧ୍ୟରେ ବିବାଦ ସମ୍ପ୍ରତି  ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛି ।  

ବୁଧବାର ଅନୁଷ୍ଠିତ ଏଲିମିନେଟର  ମୁକାବିଲାରେ ଉଭୟଙ୍କ ମଧ୍ୟରେ  ଲଢେଇ ଦେଖିବାକୁ ମିଳିଥିଲା ।  ଗମ୍ଭୀର ଇଣ୍ଡିଆ କ୍ୟାପିଟାଲ୍ସ ପକ୍ଷରୁ ବ୍ୟାଟିଂ କରୁଥିଲେ ଓ ଶ୍ରୀସନ୍ଥ ଗୁଜରାଟ  ଜାଏଣ୍ଟସ ପକ୍ଷରୁ ବୋଲିଂ କରୁଥିଲେ ।  ଓଭର ଶେଷ ହେବା ପରେ ପିଚ୍‌  ଉପରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ  ଆରମ୍ଭ ହୋଇ ଯାଇଥିଲା । ପଡ଼ିଆ  ଅମ୍ପାୟାର ଉଭୟଙ୍କୁ ଅଟକାଇଥିଲେ ।  

ଏହି ଭିଡ଼ିଓ ଭାଇରାଲ ହେବା  ପରେ ଶ୍ରୀସନ୍ଥ ସୋସିଆଲ ମିଡିଆରେ ଏକ ଭିଡ଼ିଓ ଅପ୍‌ଲୋଡ କରି ଗମ୍ଭୀରଙ୍କୁ  ସମାଲୋଚନା କରିଥିଲେ । ଗମ୍ଭୀର  ତାଙ୍କୁ ‘ମ୍ୟାଚ୍‌ ଫିକ୍ସର’ କହିଥିବା  ଶ୍ରୀସନ୍ଥ ସଫେଇ ଦେଇଥିଲେ । ଗମ୍ଭୀର ମଧ୍ୟ ଏହାର ଜବାବରେ ଏକ ଫଟୋ  ଅପଲୋଡ୍‌ କରିଥିଲେ ଓ ଲେଖିଥିଲେ, ‘ସମସ୍ତଙ୍କ ନଜର ତୁମ ଉପରେ ଥିବା ବେଳେ କେବଳ ହସିବା ଆବଶ୍ୟକ ।’  

ଶ୍ରୀସନ୍ଥ ଆଉ ଏକ ଭିଡ଼ିଓ ଜାରି  କରି କହିଛନ୍ତି, ‘ମୁଁ ଗମ୍ଭୀରଙ୍କ ସହ  କୌଣସି ଅଭଦ୍ରାମି କରିନାହିଁ । ମାତ୍ର ସେ ଲାଇଭ ମ୍ୟାଚ୍‌ରେ ମୋତେ ‘ଫିକ୍ସର’  କହି ଗାଳି କରିଥିଲେ । ସେ ଏଭଳି  କାହିଁକି କହିଲେ ମୁଁ ଯାଣିନାହିଁ । ସେ  ସର୍ବଦା ଅନ୍ୟମାନଙ୍କ ସହ ଗଣ୍ଡଗୋଳ  କରିଆସିଛନ୍ତି । ସିନିୟର ଖେଳାଳିଙ୍କୁ  ମଧ୍ୟ କେବେ ସମ୍ମାନ ଦେଖାଇ ନାହାନ୍ତି ।  ପୂର୍ବରୁ ବୀରେନ୍ଦ୍ର ସେହ୍ୱାଗଙ୍କ ସହ ମଧ୍ୟ  ଅଭଦ୍ରାମି କରିସାରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.