ପ୍ରମୂଖ ଖବର

ରାଜକୁମାର ସନ୍ତୋଷୀଙ୍କୁ ୨୪ ଘଣ୍ଟାରେ ମିଳିଲା ଜାମିନ , କୋର୍ଟ ଶୁଣାଇ ଥିଲେ ୨ବର୍ଷର ସଜା

ମୁମ୍ୱାଇ : ନିର୍ଦ୍ଦେଶକ ରାଜକୁମାର ସନ୍ତୋଷୀଙ୍କୁ ଚେକ୍‌ ବାଉନ୍ସ ମାମଲାରେ ମିଳିଛି ଆଶ୍ୱସ୍ତି। ୨୪ ଘଣ୍ଟା ଭିତରେ ତାଙ୍କୁ କୋର୍ଟରୁ ଜାମିନ ମିଳି ଯାଇଛି। ଶନିବାର ଜାମ୍‌ନଗର କୋର୍ଟ ତାଙ୍କୁ ୨ ବର୍ଷର ଜେଲ୍‌ ଦଣ୍ଡ ଶୁଣାଇ ଥିଲେ। ଏହାସହ ୨କୋଟିର ଫାଇନ୍‌ ମଧ୍ୟ ଲଗେଇ ଥିଲେ। ଏବେ କୋର୍ଟଙ୍କ ଆଦେଶରେ ୩୦ ଦିନର ରୋକ୍‌ ଲାଗିଛି। ନିର୍ଦ୍ଦେଶକଙ୍କ ଓକିଲ ବିନେଶ ପଟେଲ ସ୍ପଷ୍ଟ କରିଛନ୍ତି କି, ତାଙ୍କୁ ଜାମିନ ଦିଆ ସରିଛି, କାରଣ କୋର୍ଟ ଆଗାମୀ ୩୦ଦିନ ପାଇଁ ନିଜ ରାୟକୁ ସ୍ଥଗିତ ରଖିଛନ୍ତି।   

ଫିଲ୍ମ ନିର୍ଦ୍ଦେଶକ ରାଜକୁମାର ସନ୍ତୋଷୀଙ୍କୁ ବଡ଼ ଝଟକା, କୋର୍ଟ ଶୁଣାଇଲେ ୨ ବର୍ଷର ସଜା ଓ ୨ କୋଟିର ଜୋରିମନା

ମିଡ଼ିଆ ସହ କଥାବାର୍ତ୍ତା ବେଳେ ଓକିଲ ଏହା ସ୍ପଷ୍ଟ କରି କହିଛନ୍ତି , ତାଙ୍କର କ୍ଲାଇଣ୍ଟ ମାଜିଷ୍ଟ୍ରେଟ୍‌ କୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ଅପିଲ କରିବେ। ଓକିଲ କହିଛନ୍ତି, କୋର୍ଟ ନିଜର ନିଷ୍ପତ୍ତି ଉପରେ ୩୦ ଦିନ ପାଇଁ ରୋକ୍‌ ଲଗେଇଛନ୍ତି ଏବଂ ରାଜକୁମାର ସନ୍ତୋଷୀଙ୍କୁ ଜାମିନ ଦେଇଛନ୍ତି , କାରଣ ଆମେ ରାୟ ବିରୋଧରେ ଅପିଲ କରିବାକୁ ସମୟ ମାଗି ଥିଲୁ।

ଓକିଲ କହିଛନ୍ତି , ରାଜକୁମାର ସନ୍ତୋଷୀଙ୍କ ବିରୋଧରେ କୌଣସି ପ୍ରମାଣ ଉପସ୍ଥାପିତ କରାଯାଇ ନାହିଁ କି, ସେ ଟଙ୍କା ନେଇଥିଲେ। ଦ୍ୱିତୀୟ ପକ୍ଷ ନିଜେ ଏହା ସ୍ୱୀକାର କରିଛନ୍ତି କି ଥାର୍ଡ ପାର୍ଟି ଅଭିଯୋଗକାରୀଙ୍କ ଠାରୁ ଏହି ଅର୍ଥ କଲେକ୍ଟ କରିଥିଲେ। ଥାର୍ଡ ପାର୍ଟି ୧୦-୧୦ ଲକ୍ଷ ଟଙ୍କା ବଦଳରେ ୧୦ଟି ଚେକ୍‌ ଦେଇଥିଲେ, ଯାହା ସୂଚନା ସନ୍ତୋଷୀଙ୍କୁ ଜଣାନଥିଲା। ମାଡିଷ୍ଟ୍ରେଟ୍‌ କୋର୍ଟ ଏହି ତଥ୍ୟକୁ ଏଡେଇ ଦେଇଥିଲେ ଏବ ଆମ ବିରୋଧରେ  ରାୟ ଶୁଣାଇ ଥିଲେ। ଆମେ ଏହି ବିଷୟରେ ଉପର କୋର୍ଟରେ ଅପିଲ କରିବୁ। 

ଉଲ୍ଲେଖନୀୟ ଯେ, ଜାମନଗରର ବ୍ୟବସାୟୀ ଅଶୋକ ଲାଲ ଚେକ୍‌ ବାଉନ୍ସ ହେବାର ଅଭିଯୋଗ କରିଥିଲେ। ତାଙ୍କର ଦାବି ଥିଲା କି, ରାଜକୁମାର ସନ୍ତୋଷୀ ୧୦ ଲକ୍ଷର ୧୦ଟି ଚେକ୍‌ ଦେଇଥିଲେ, ତାହା ବାଉନ୍ସ ହୋଇଗଲା। ଶନିବାର ନ୍ୟୁଜ୍‌ ଏଜେନ୍ସି ଏଏନଆଇ ସହ କଥା ହୋଇ ଅଶୋକ ଲାଲଙ୍କ ଓକିଲ ପିୟୁଷ ଭୋଜାନୀ ସ୍ପଷ୍ଟ କରିଥିଲେ କି, ଡାଇରେକ୍ଟରଙ୍କୁ କୋର୍ଟ ୨ ବର୍ଷର ଜେଲ୍ ଦଣ୍ଡ ଶୁଣାଇଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.