ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ଫିଲ୍ମ ନିର୍ଦ୍ଦେଶକ ରାଜକୁମାର ସନ୍ତୋଷୀଙ୍କୁ ବଡ଼ ଝଟକା, କୋର୍ଟ ଶୁଣାଇଲେ ୨ ବର୍ଷର ସଜା ଓ ୨ କୋଟିର ଜୋରିମନା

ମୁମ୍ୱାଇ : ଅଡ଼ୁଆରେ ପଡ଼ିଛନ୍ତି ବଲିଉଡ୍‌ର ଜଣାଶୁଣା ଫିଲ୍ମ ନିର୍ମାତା ରାଜୁକୁମାର ସନ୍ତୋଷୀ। ତାଙ୍କର ଚେକ୍‌ ବାଉନ୍ସ ମାମଲାରେ ଜାମନଗର କୋର୍ଟ ବଡ଼ ରାୟ ଦେଇଛନ୍ତି। କୋର୍ଟ ତାଙ୍କୁ ଦୁଇ ବର୍ଷର ଜେଲ୍‌ ଦଣ୍ଡ ସହ ଚେକ୍‌ ପରିମାଣର ଦୁଇ ଗୁଣା ଅର୍ଥାତ୍‌ ୨କୋଟି ଟଙ୍କା ଜମା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। 

ଘାୟଲ ଓ ଘାତକ ଭଳି ସୁପରହିଟ୍‌ ଫିଲ୍ମର ନିର୍ମାତା ରାଜକୁମାର ସନ୍ତୋଷୀଙ୍କୁ ଚେକ୍‌ ବାଉନ୍ସ ମାମଲାରେ ଆଜି ଜାମନଗର କୋର୍ଟ ଶନିବାର ଏହି ସଜା ଶୁଣାଇଛନ୍ତି। ରାଜକୁମାର ସନ୍ତୋଷୀ ଜାମନଗରର ବ୍ୟବସାୟୀ ଅଶୋକ ଲାଲଙ୍କ ଠାରୁ କୋଟିଏ ଟଙ୍କା ଉଧାର ନେବା ପରେ ଟଙ୍କା ଆଉ ଫେରାଇ ନଥିଲେ। ଏଥିରେ ଅଶୋକ ଲାଲ ପ୍ରଡ୍ୟୁସରଙ୍କ ଉପରେ ଜାମନଗରର କୋର୍ଟରେ ମାମଲା ରୁଜୁ କରି ଥିଲେ। ଏହି ମାମଲାରେ ଜାମନଗର କୋର୍ଟ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି।

ପୂରା ମାମଲାଟି ଜାଣନ୍ତୁ –

ମାମଲାଟି ୨୦୧୫ ମସିହାର। ୨୦୧୯ରେ ରାଜକୁମାର ସନ୍ତୋଷୀ ଜାମନଗର କୋର୍ଟରେ ଶୁଣାଣି ପାଇଁ ହାଜର ହୋଇଥିଲେ। ଏହାପରେ ଅଶୋକ ଲାଲଙ୍କ ଓକିଲ କହିଥିଲେ କି, ରାଜକୁମାର ସନ୍ତୋଷୀ ଓ ଅଶୋକ ଲାଲ ଖୁବ୍‌ ନିବିଡ଼ ବନ୍ଧୁ।୨୦୧୫ରେ ଅଶୋକ ଲାଲ୍‌, ରାଜ କୁମାରଙ୍କୁ କୋଟିଏ ଟଙ୍କା ଉଧାର ଦେଇ ଥିଲେ। ଏହି କରଜକୁ ଶୁଝିବା ପାଇଁ ରାଜକୁମାର ଅଶୋକ ଲାଲଙ୍କୁ ୧୦ ଲକ୍ଷ ଟଙ୍କାର ୧୦ଟି ବ୍ୟାଙ୍କ୍‌ ଚେକ୍‌ ଦେଇ ଥିଲେ, ଯାହା ଡିସେମ୍ୱର ୨୦୧୬ରେ ବାଉନ୍ସ ହୋଇଥିଲା। 

ଏହାକୁ ନେଇ ଅଶୋକ ଲାଲ ରାଜକୁମାରଙ୍କୁ କଣ୍ଟାକ୍ଟ କରିବାକୁ ଚେଷ୍ଟା କରିଥିଲେ। ଯେବେ ଉଭୟଙ୍କ ମଧ୍ୟରେ କଥାବା୍ର୍ତ୍ତା ହୋଇ ପାରିଲା ନାହିଁ ତ ଅଶୋକଲାଲ ଜାମନଗର କୋର୍ଟରେ ମାମଲା ରୁଜୁ କରାଇ ଦେଇଥିଲେ। ଏହି ମାମଲା ରୁଜୁ ହେବା ପରେ ୧୮ଟି ଶୁଣାଣିରେ ରାଜକୁମାର ସନ୍ତୋଷୀ କୋର୍ଟରେ ପହଞ୍ଚି ନଥିଲେ। ଆରମ୍ଭରେ କୋର୍ଟ ରାଜକୁମାରଙ୍କୁ କହିଥିଲେ କି ତାଙ୍କୁ ପ୍ରତି ବାଉନ୍ସ ହୋଇଥିବା ଚେକ୍‌ ପାଇଁ ପୀଡ଼ିତଙ୍କୁ ୧୫ ହଜାର ଟଙ୍କା ଲେଖାଏଁ ଦେବାକୁ ହେବ। କିନ୍ତୁ ଏବେ କୋର୍ଟ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇ ତାଙ୍କୁ ଉଧାରର ଦୁଇଗୁଣା ଅର୍ଥ ଅଶୋକ ଲାଲଙ୍କୁ ଦେବାକୁ ନିଷ୍ପତ୍ତି ଶୁଣାଇଛନ୍ତି।

୬୭ ବର୍ଷିୟ ରାଜ କୁମାର ସନ୍ତୋଷୀ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରୀର ଜଣେ ପ୍ରସିଦ୍ଧ ପ୍ରଡ୍ୟୁସର। ସେ ସନି ଦେଓଲଙ୍କ ସମେତ ଶାହିଦ କପୁର , ରଣବୀର କପୁର , କ୍ୟାଟ୍ରିନା କୈଫ , ଅମିତାଭ ବଚ୍ଚନ , ଅକ୍ଷୟ କୁମାରଙ୍କ ସହ ଆହୁର ଅନେକ ବଡ଼ ବଡ଼ ଷ୍ଟାରଙ୍କ ସହ କାମ କରିଛନ୍ତି। ସେ ଖାକି ,ଅଜବ ପ୍ରେମ୍‌ କୀ ଗଜବ କାହାନୀ , ଦାମିନୀ ଭଳି ଅନେକ ଫିଲ୍ମ ନିର୍ମାଣ କରିଛନ୍ତି। ଏହାସହ ସେ ପୁକାର , ଲଜ୍ଜା, ଦିଲ୍ ହୈ ତୁମହାରା ଓ ଅନ୍ଦାଜ ଅପନା ଅପନା ଭଳି ଫିଲ୍ମର କାହାଣୀ ଲେଖିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.