ପ୍ରମୂଖ ଖବର
  • ଫାଷ୍ଟ ପାସେଞ୍ଜର ଟ୍ରେନ୍‌ରେ ନିଆଁ
  • ||
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମିଥୁନ ଚକ୍ରବର୍ତ୍ତୀଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର , ଡାକ୍ତର କହିଲେ ତାଙ୍କର ରୁଟିନ୍‌ ଚେକ୍‌ଅପ୍‌ ଚାଲିଛି

ମୁମ୍ୱାଇ : ପ୍ରସିଦ୍ଧ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ଛାତି ଯନ୍ତ୍ରଣା ହେବାରୁ ଆଜି (୧୦ ଫେବ୍ରୁଆରୀ ) ସକାଳେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ତାଙ୍କର ଚିକିତ୍ସା ଜାରି ରହିଛି। ହସ୍ପିଟାଲ ଏବେ ତାଙ୍କର ସ୍ୱାସ୍ଥ୍ୟକୁ ନେଇ ବଡ଼ ଅପଡେଟ୍‌ ଦେଇଛି। ଅଭିନେତାଙ୍କୁ ଷ୍ଟ୍ରୋକ୍‌ ଆସି ଥିଲା , ଯାହା ପରେ ତାଙ୍କୁ କୋଲକାତାର ଏକ ଘରୋଇ ହସ୍ପିଟାରରେ ଭର୍ତ୍ତି କରାଇବାକୁ ପଡ଼ିଛି। ଡାକ୍ତରଙ୍କ ଟିମ୍‌ ଲଗାତାର ତାଙ୍କର ସ୍ୱାସ୍ଥ୍ୟ ଉପରେ ନଜର ରଖିଛନ୍ତି। ତାଙ୍କୁ ଏବେ କିଛି ଦୁର୍ବଳତା ଅନୁଭବ ହେଉଛି। 

ରଣବୀରଙ୍କ ‘ରାମାୟଣ’ରେ ଏହି ଲୋକପ୍ରିୟ ଅଭିନେତ୍ରୀଙ୍କ ଏଣ୍ଟ୍ରି , ସୂର୍ପଣଖା ଭୂମିକାରେ ଆସି ପାରନ୍ତି ନଜର !

ହସ୍ପିଟାଲ କହିଛି, ମିଥୁନ୍‌ ଚକ୍ରବର୍ତ୍ତୀଙ୍କୁ Ischemic Cerebrovascular Accident (ଷ୍ଟ୍ରୋକ୍‌) ଆସିଥିଲା , ଯାହାର ସଂପର୍କ ବ୍ରେନ୍‌ ସହ ରହିଛି। ଏବେ ସେ ସଂପୂର୍ଣ୍ଣ ରୂପେ ହୋସ୍‌ରେ ଅଛନ୍ତି। ହସ୍ପିଟାଲ ପକ୍ଷରୁ କୁହାଯାଇଛି, ରାଷ୍ଟ୍ରୀୟ ପୁରସ୍କାର ବିଜେତା ଅଭିନେତା ମିଥୁନ ଚକ୍ରବର୍ତ୍ତୀ (୭୩)ଙ୍କୁ ଡାହାଣ ଓ ଉପର ଓ ନିମ୍ନ ଅଙ୍ଗରେ ଦୁର୍ବଳତାର ଅଭିଯୋଗ ହୋଇଛି। ଏହାପରେ ସକାଳ ୯.୪୦ଟାରେ ତାଙ୍କୁ କୋଲକାତାର ଆପୋଲୋ ହସ୍ପିଟାଲର ଏମର୍ଜେନ୍ସି ଡିପାର୍ଟମେଣ୍ଟକୁ ଅଣାଯାଇ ଥିଲା, ମସ୍ତିଷ୍କର ଏମଆରଆଇ ସହିତ ଅନ୍ୟ ଜରୁରୀ ଟେଷ୍ଟ ଓ ରେଡିଏଲଜି ଯାଞ୍ଚ କରାଯାଇଛି। ତାଙ୍କୁ ବ୍ରେନ୍‌ର Ischemic Cerebrovascular Accident (ଷ୍ଟ୍ରୋକ୍‌) ହୋଇଥିବା ଜଣାପଡ଼ିଛି। ଏବେ ସେ ସଂପୂର୍ଣ୍ଣ ଭାବେ ହୋସ୍‌ରେ ଅଛନ୍ତି। ହାଲକା ଖାଦ୍ୟ ଖାଉଛନ୍ତି। 

ବୟାନରେ ଆଗକୁ କୁହାଯାଇଛି କି, ମିଥୁନ୍‌ ଚକ୍ରବର୍ତ୍ତୀ ନ୍ୟୁରୋ ଫିଜିସିଆନ, କାର୍ଡିଓଲଜିଷ୍ଟ ଓ ଗ୍ୟାଷ୍ଟ୍ରୋ ଏଣ୍ଟ୍ରେରୋଲଜିଷ୍ଟ ସହ ଡାକ୍ତରଙ୍କ ଏକ ଟିମ୍‌ର ନିରୀକ୍ଷଣରେ ରହିଛନ୍ତି। 

ଉଲ୍ଲେଖନୀୟ ଯେ, ଶନିବାର ସକାଳେ ମିଥୁନ ଚକ୍ରବର୍ତ୍ତୀଙ୍କ ପୁଅ ମିମୋହ ଚକ୍ରବର୍ତ୍ତୀ କହିଛନ୍ତି କି ସେ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି ଏବଂ ତାଙ୍କର ରୁଟିନ୍‌ ଚେକ୍‌ଅପ୍‌ ଚାଲିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.